ସୁଟିଂ ବିଶ୍ୱକପ୍‌:ସ୍ୱର୍ଣ୍ଣ ସହ ଅଲିମ୍ପିକ୍‌ କୋଟା ପାଇଲେ ସୌରଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପୁଣି ଥରେ ଜଣେ ୧୬ବର୍ଷିୟ ସୁଟର ଦେଶକୁ ଗୌରାବନ୍ୱିତ କରିଛନ୍ତି । ସ୍ଥାନୀୟ କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଚାଲିଥିବା ସୁଟିଂ ବିଶ୍ୱକପର ଦ୍ୱିତୀୟ ଦିବସରେ ୧୬ବର୍ଷିୟ ସୌରଭ ଚୌଧୁରୀ ଭାରତ ସକାଶେ ବଡ଼ ଖୁସି ଆଣିଦେଇଛନ୍ତି ଜମାଣିଆ ପ୍ରଦର୍ଶନ ଦ୍ୱାରା । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଦମଦାର ଖେଳ ଦେଖାଇ ସୌରଭ କେବଳ ସ୍ୱର୍ଣ୍ଣପଦକ ପାଇନାହାଁନ୍ତି ୨୦୨୦ ଟୋକିଓ ଅଲିମ୍ପିକ୍‌ ସକାଶେ ନିଜ କୋଟା ହାସଲ କରିନେଇଛନ୍ତି । ରାଜ୍ୟଗୋଷ୍ଠୀ,ଏସିଆନ୍‌ ଗେମ୍ସ ଏବଂ ଯୁବା ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିଥିବା ଏହି ପ୍ରତିଭାବାନ ଯୁବ ଖେଳାଳି ଜଣଙ୍କ ମୋଟ୍‌ ୨୪୫ ପଏଣ୍ଟ ସ୍କୋର କରି ପ୍ରଥମ ହେବା ସହ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ବୟସ ତୁଳନାରେ ତାଙ୍କ ଠାରୁ ଢେର ଅଧିକ ବୟସର ଖେଳାଳିମାନେ ଫାଇନାଲରେ ଥିଲେ ମଧ୍ୟ ସୌରଭ ପରିପକ୍ୱତାର ବଡ଼ ଉଦାହରଣ ପ୍ରସ୍ତୁତ କରିଥିଲେ । ସେ ଏପରି ବିଚକ୍ଷଣ ପ୍ରଦର୍ଶନ କରିଥିଲେ ଯେ ଦ୍ୱିତୀୟ ହୋଇଥିବା ଖେଳାଳିଙ୍କ ପାଖରୁ ତାଙ୍କ ସ୍କୋର ୫.୭ ଅଧିକ ଥିଲା । ସର୍ବିୟାର ଡାମିର ୨୩୯.୩ ପଏଣ୍ଟ ପାଇ ରୁପା ଜିତିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*