ସୁଟିଂ: ଟୋକିଓ ଅଲିମ୍ପିକ୍‌ ଟିକେଟ ପାଇଲେ ଦୀପକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଭାରତର ଦୀପକ କୁମାର ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‌ ସକାଶେ ପାଇଛନ୍ତି କୋଟା ଟିକେଟ । ମଙ୍ଗଳବାର ଦିନ ଦୋହାରେ ଚାଲିଥିବା ଏସିଆନ୍‌ ଚମ୍ପିଆନସିପ୍‌ରେ ଦୀପକ ୧୦ ମିଟର ପୁରୁଷ ଏୟାର ରାଇଫଲ ଇଭେଣ୍ଟର ବ୍ରୋଞ୍ଜ ପଦକ ଜିତି ଏହି ଟିକେଟ ହାସଲ କରିଛନ୍ତି । ସେ ଫାଇନାଲରେ ମୋଟ୍‌ ୨୨୭.୮ ପଏଣ୍ଟ ସ୍କୋର କରିଥିଲେ । ଦୀପକ ଏହି ଟିକେଟ ହାସଲ କରିବା ପରେ ଭାରତ ୧୦ଟି ସୁଟିଂ ଟିକେଟ ଟୋକିଓର ଲାଭ କରିସାରିଲାଣି । ଭାରତଠାରୁ ଅଧିକ ୧୨ଟି ଲେଖାଏ ଟିକେଟ ଦକ୍ଷିଣ କୋରିଆ ଏବଂ ଜାପାନ ତଥା ୨୫ଟି କୋଟା ଟିକେଟ ଚୀନର ଖେଳାଳି ହାସଲ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*