ସୁଟିଂକୁ ଫେରିଲେ ରଣବୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ଧରି କାମରୁ ଦୂରେଇ ରହିବା ପରେ ବଲିଉଡ ଅଭିନେତା ରଣବୀର ସିଂ ପୁଣିଥରେ ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରଣବୀରଙ୍କୁ ଏଇ ନିକଟରେ ଏକ ବିଜ୍ଞାପନ ଫିଲ୍ମ ସୁଟିଂ ଲାଗି ମୁମ୍ବାଇର ଏକ ଷ୍ଟୁଡିଓରେ ଦେଖିବାକୁ ମିଳିଛି । ସୂଚନା ଥାଉ ଯେ, ରଣବୀର ୫ ମାସ ପରେ ସୁଟିଂ ସେଟ୍‌କୁ ଫେରିଛନ୍ତି ଏବଂ ତାଙ୍କର ଏହି ନିଷ୍ପତ୍ତି ଫଳରେ ଫିଲ୍ମ ଇନ୍ଦଷ୍ଟ୍ରିର ଲୋକେ ଉତ୍ସାହିତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଇନ୍ଦଷ୍ଟ୍ରିରେ ସୁଟିଂ ଲାଗି ଆସିବାକୁ ଥିବା ସୁପରଷ୍ଟାରଙ୍କ ଲାଗି ସୁଟିଂର ପରିବେଶକୁ ନିରାପଦ ରଖିବା ସହ ସତର୍କତା ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ନିଦେ୍ର୍ଦଶାବଳୀ ଆପଣାଇବା ଲାଗି ଟିମ୍‌ ବିଶେଷ ଧ୍ୟାନ ଦେଉଥିବା ଜଣାପଡ଼ିଛି । ସୁଟିଂ ଲୋକେସନ୍‌ରେ ରଣବୀର ନୀଳ ରଙ୍ଗର ଟ୍ରାକ୍‌ ସୁଟ୍‌ ବ୍ୟତୀତ ଚଷମା ପିନ୍ଧିଥିବା ନଜର ଆସୁଛନ୍ତି । ଏହି ସମୟରେ ସମସ୍ତେ ଶାରୀରିକ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏଠାରେ ଉଲ୍ଲେଖନୀୟ ଯେ, ରଣବୀରଙ୍କ ଅଭିନେତ୍ରୀ ପତ୍ନୀ ଦୀପିକା ପାଦୁକୋଣ ମଧ୍ୟ ସୁଟିଂ ଆରମ୍ଭ କରିଛନ୍ତି । ଶୁକୁନ୍‌ ବାତ୍ରାଙ୍କ ଆଗାମୀ ଫିଲ୍ମ ଲାଗି ଦୀପିକା ଗୋଆ ଲାଗି ଯାତ୍ରା ଆରମ୍ଭ କରିଛନ୍ତି । ସୂଚନା ଥାଉ ଯେ, ରଣବୀରଙ୍କ ଦୁଇଟି ଫିଲ୍ମ ‘୮୩’ ଏବଂ ‘ସୂର୍ଯ୍ୟବଂଶୀ’ ମୁକ୍ତି ଅପେକ୍ଷାରେ ରହିଛି । ଏହାଛଡ଼ା ୟଶ୍‌ରାଜ ଫିଲ୍ମ ବ୍ୟାନର୍‌ରେ ନିର୍ମିତ ‘ଜୟେଶ୍‌ ଭାଇ ଜୋର୍‌ଦାର’ର ସୁଟିଂ ଶେଷ ହୋଇଯାଇଥିବା ବେଳେ ଏହାକୁ ଅକ୍ଟୋବର ୨ ତାରିଖରେ ରିଲିଜ କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା ତେବେ କରୋନା ମହାମାରୀ ଯୋଗୁଁ ଏହାକୁ ଆସନ୍ତା ବର୍ଷ ରିଲିଜ୍‌ କରାଯିବ ବୋଲି ଘେଷଣା କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*