ସୁଟର ଅଞ୍ଜୁମ ବନିଛନ୍ତି ନିଆରା କରୋନା ଯୋଦ୍ଧା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବର୍ତ୍ତମାନର ମହାମାରୀ ବେଳେ ନିଜ ନିଜ ଉପାୟରେ ଏହାର ମୁକାବିଲଶ କରୁଛନ୍ତି । ବନିଛନ୍ତି କରୋନା ଯୋଦ୍ଧା । ଖାସ୍‌କରି ପୁଲିସ୍‌, ରେଳବାଇ ଏବଂ ଏୟାରଲାଇନ୍ସରେ କାର୍ଯ୍ୟ କରୁଥିବା ଖେଳାଳିମାନେ ପ୍ରତ୍ୟକ୍ଷ ଯୋଦ୍ଧା ସାଜିଛନ୍ତି । ସେପରି ଭିନ୍ନ ଧରଣର କରୋନା ଯୋଦ୍ଧା ସାଜିଛନ୍ତି ସୁଟର ଅଞ୍ଜୁମ ମୁଦ୍‌ଗିଲ୍‌ । ସୁଟିଂ ସହ ଅନ୍ୟ ବିବିଧ ବିଷୟରେ ପାରଙ୍ଗମ ଥିବା ଅଞ୍ଜୁମ ଏ ସମୟରେ ସାହାଯ୍ୟ କରିବାକୁ ଲାଗିଛନ୍ତି ଅନେକଙ୍କୁ ଭିନ୍ନ ଭିନ୍ନ ଭାବରେ ।
କ୍ରୀଡ଼ାଦୁନିଆରେ ନିୟୋଜିତ ଦିନିକିଆ କର୍ମଚାରୀ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଅବସ୍ଥା ମହାମାରୀ ବେଳେ ଅତି ଖରାପ ହୋଇଯାଇଛି । ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଛି କାରଣ ଖେଳଦୁନିଆ ପୂରା ଠପ୍‌ ଅଛି । ଭଲ ଚିତ୍ର ଆଙ୍କୁଥିବା ୨୬ ବର୍ଷୀୟା ଅଞ୍ଜୁମ ନିଜ ଏକାଧିକ ପେଣ୍ଟିଂ ଅନ୍‌ଲାଇନ୍‌ରେ ନିଲାମ କରି ସେଥିରୁ ଉଠାଇଥିବା ଅର୍ଥ ବାଣ୍ଟିଛନ୍ତି ସେମାନଙ୍କ ମଧ୍ୟରେ । କ୍ରୀଡ଼ା ମନସ୍ତତ୍ତ୍ୱରେ ଡିଗ୍ରୀ ହାସଲ କରିଥିବା ଚନ୍ଦୀଗଡ଼ ନିବାସୀ ଅଞ୍ଜୁମ ପରାମର୍ଶଦାତା ବି ବନିଛନ୍ତି ଏ ସମୟରେ । ବିଭିନ୍ନ ସାଥୀ ଖେଳାଳିମାନେ ମାନସିକ ଚାପରେ ଏବେ ଥିଲା ବେଳେ ସେମାନଙ୍କୁ ବିନା ଅର୍ଥରେ ସେ ଉଚିତ୍‌ ପରାମର୍ଶ ପ୍ରଦାନ କରୁଛନ୍ତି । ଏବେ ତାଙ୍କର ଏକ ପେଣ୍ଟିଂ ଅକସନ୍‌ ପାଇଁ ଆସିଛି । ସେ ତାହାର ବେସ୍‌ ପ୍ରାଇସ୍‌ ୮ହଜାର ଟଙ୍କା ରଖିଛନ୍ତି । ଜୁଲାଇ ୨୦ରେ ଏହାର ନିଲାମ ବୋଲି ଶେଷ ହେବାକୁ ଯାଉଛି । ଭଲ କାମ ପାଇଁ ଏହା ନିଲାମ ହେଉଥିବାରୁ ଦାନୀ ବ୍ୟକ୍ତିମାନେ ଅଧିକ ଟଙ୍କାରେ ଏହାକୁ ନେବାକୁ ଚାହିଁବେ ବୋଲି ତାଙ୍କର ବିଶ୍ୱାସ ଅଛି ।
ଯେଉଁ ସାଥୀ ଖେଳାଳି ଚାପଗ୍ରସ୍ତ ହୋଇପଡ଼ୁଛନ୍ତି, ସେମାନେ କଲ୍‌ କରୁଛନ୍ତି ଅଞ୍ଜୁମଙ୍କୁ । ସେ ସିଧାସଳଖ କଥା ହୋଇ ଚାପ ମୁକ୍ତ କରାଉଛନ୍ତି ପୋଖତ ପରାମର୍ଶଦାତା ଭଲି । ଟୋକିଓ ଅଲିମ୍ପିକ୍‌ ପାଇଁ ଟିକେଟ୍‌ ଅର୍ଜନ କରିବାରେ ପ୍ରଥମ ସୁଟର ଅଞ୍ଜୁମ ଏପରି ଲମ୍ବା ସମୟ ପରିବାର ସହ କଟାଇବାକୁ ପାଇଥିବାରୁ ଖୁବ୍‌ ଖୁସ୍‌ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*