ସୁକିନ୍ଦା ବିଜଦରେ ବିଦ୍ରୋହର ସ୍ୱର!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସୁକିନ୍ଦା
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି । ଟିକେଟ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବିଷୟ ବିଜୁ ଜନତା ଦଳରେ ବିଶେଷ ଭାବେ ଏକ ଅସ୍ଥିର ବାତାବରଣ ସୃଷ୍ଟି କରିଛି । ଆଉ ସୁକିନ୍ଦା ନିର୍ବାଚନ ମନ୍ଦଳୀରେ ବିଜଦରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଲାଣି । ଆଗାମୀ ନିର୍ବାଚନରେ ସୁକିନ୍ଦାରୁ ପ୍ରାର୍ଥୀ କିଏ ହେବ ସେ ନେଇ ଭିନ୍ନ ଏକ ପରିସ୍ଥିତି ଏଠାରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସଂସଦଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବନେତା ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ମହେନ୍ଦ୍ର କୁମାର ଧଳ ।
ମହେନ୍ଦ୍ର ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ବଡ଼ ବିରୋଧୀ ଭାବେ ଜଣାଶୁଣା । ଏବେ ମହେନ୍ଦ୍ର ଏହି ନିର୍ବାଚନ ମନ୍ଦଳୀରେ ଘନଘନ ବୈଠକ ସହ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ହୋର୍ଡିଂ ଲଗାଇଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସବୁ ଲାଗିଛି । ସେହିପରି ମହେନ୍ଦ୍ର ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରି ବିଧାୟକଙ୍କ ଦୁର୍ନୀତିର ହିସାବ ଫର୍ଦ୍ଦ ଦେଉଛନ୍ତି ଭୋଟରମାନଙ୍କୁ ।
ଅନ୍ୟପଟେ ବିଧାୟକ ପ୍ରୀତିରଞ୍ଜନ ଘଡାଇ କିପରି ପୂନର୍ବାର ସୁକିନ୍ଦାରୁ ବିଜଦ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଜୋରସୋରରେ ଲାଗିପଡିଛନ୍ତି । ସେ ନିଜର ଅନୁଗତ ଜନପ୍ରତିନିଧି, ତାଙ୍କ ନେତୃତ୍ୱାଧିନ ଖଣି ଅଞ୍ଚଳ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗାଁ ଗାଁ ବୁଲି ପ୍ରଚାର ଅଭିଯାନ ସହ ନିଜ ସ୍ଥିତି ସୁଦୃଢ ପାଇଁ ଉଦ୍ୟମ କରିଚାଲିଛନ୍ତି । ଦେଖିବାକୁ ମିଳୁଛି ଯେ, ଗତ ୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ବିକାଶ, ସ୍ୱାସ୍ଥ୍ୟ ସେବାର ଉନ୍ନତି ଦିଗରେ ସେଭଳି କିଛି ଆଖି ଦୃଶିଆ କାର୍ଯ୍ୟ ବିଧାୟକ କରିନଥିବାରୁ ଭୋଟରମାନଙ୍କ ପ୍ରଶ୍ନବାଚୀର ସେ ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ସୁକିନ୍ଦାର ବହୁ ଗ୍ରାମକୁ ମଧ୍ୟ ରାସ୍ତାଟିଏ ନାହିଁ । ତେଣୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଓ ନୂଆ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଯୁକ୍ତି ଦର୍ଶାଇ ବିଧାୟକଙ୍କ ବିରୋଧୀ ମହେନ୍ଦ୍ର ନିଜର ପ୍ରଚାରକୁ ଜୋର କରୁଛନ୍ତି । ତେବେ ଦଳର ମୁଖିଆ ସୁକିନ୍ଦା ପାଇଁ କି ନିଷ୍ପତ୍ତି ନେବେ ତାହା ଆସନ୍ତା କିଛି ଦିନ ମଧ୍ୟରେ ଜଣାପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*