ସୁକିନ୍ଦାରେ ଶିଳ୍ପ ସାଜିଛି ବଇରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କାଳିଆ ପାଣିରୁ
ବିକାଶ କୁମାର ନାୟକ

ଭାରତର ସମୁଦାୟ ଗଚ୍ଛିତ କ୍ରୋମାଇଟ୍ ଧାତୁ ମଧ୍ୟରୁ ଓଡ଼ିଶାର ସୁକିନ୍ଦାରେ ରହିଛି ଶତକଡା ୭୫ ପ୍ରତିଶତ ଭାଗ । ଅର୍ଥାତ ଭାରତର ପ୍ରାୟ ସମସ୍ତ କ୍ରୋମିୟମ ଆବଶ୍ୟକତା ପାଇଁ ସୁକିନ୍ଦା ହିଁ ଭରଣ କରିଥାଏ । କେବଳ ସେତିକି ନୁହେଁ, ପୃଥିବୀର ହାତଗଣତି ଓପନକାଷ୍ଟ କ୍ରୋମାଇଟ୍ ଓର୍ ମାଇନ୍ସ ମଧ୍ୟରୁ ସୁକିନ୍ଦା ଅନ୍ୟତମ । ବର୍ତ୍ତମାନ ସୁକିନ୍ଦା ଖଣି ଉପତ୍ୟାକା ଅଞ୍ଚଳରେ ମୋଟ ୧୦ଟି ଶିଳ୍ପ ସଂସ୍ଥା ଦ୍ୱାରା କ୍ରୋମାଇଟ୍ ଧାତୁ ଉତ୍ତୋଳନ ଜାରି ରହିଛି । ଓଡ଼ିଶା ଖଣି ନିଗମ ମାଧ୍ୟମରେ ସରକାରୀ ରାଜସ୍ୱ ଆୟର ଏକ ମୁଖ୍ୟ ଭାଗ ଭରଣା କରୁଥିବା ସୁକିନ୍ଦା ଗୋଟିଏ ପଟେ ପ୍ରଗତିର ପୁରୋଧା ସାଜିଥିବା ବେଳେ ଅନ୍ୟପଟେ ପ୍ରଦୂଷଣର ରାକ୍ଷସ ପାଲଟିଛି ଏବଂ ତାହା ଛଡା ଏକ ବଡ ବିପତ୍ତି ଆଗକୁ ମାଡି ଆସୁଛି ଜଳ, ଜଙ୍ଗଲ, ବାୟୁ ଓ ଜୈବ ବିବିଧତା । ଯାହାକି ଜୁନ୍ ୦୨/୨୦୧୦ରେ ଏସବୁକୁ ସୁରକ୍ଷା ଦେବା ପାଇଁ ଏକ ଆଇନ କରାଗଲା ।
ସେପାଖେ ପ୍ରଗତି, ଏପାଖରେ ପ୍ରମାଦ । ସୁକିନ୍ଦା ଖଣି ଓ ଶିଳ୍ପ ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ସାଙ୍ଗକୁ ହାରାହାରି ୭୦ ଶତାଂଶ ଭୂତଳ ଜଳରେ ହେକ୍ସାଭାଲେଣ୍ଟ କ୍ରୋମିୟମ୍ ଭରି ରହିଛି । ବିଶ୍ୱରେ ପ୍ରଥମ ସ୍ଥାନ ଚାଇନା ଥିବାବେଳେ ଭାରତର ଓଡ଼ିଶା ରାଜ୍ୟର ସୁକିନ୍ଦା ଖଣି ଉପତ୍ୟାକାର ହେକ୍ସାଭାଲେଣ୍ଟ କ୍ରୋମିୟମ ଏବଂ ଅନ୍ୟାନ୍ୟ ଧାତୁ ଦ୍ୱାରା ୨ଲକ୍ଷ ଲୋକ ପ୍ରଭାବିତ ହୋଇଥାନ୍ତି । କେବଳ ଜଳ ନୁହେଁ ଏ ଅଞ୍ଚଳର ସ୍ଥଳଭାଗ ଏବଂ ପବନରେ ମଧ୍ୟ ଏ ବିଷ ଭରି ରହିଛି ।
ସୁକିନ୍ଦାରେ ପୃଥିବୀର ସର୍ବାଧିକ ପ୍ରଦୂଷଣ:-
ହୁଏତ ହଠାତ୍ ଏକ କଥାକୁ କେହି ବିଶ୍ୱାସ କରିପାରନ୍ତି, କିନ୍ତୁ ପୃଥିବୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳମାନଙ୍କ ମଧ୍ୟରୁ ସୁକିନ୍ଦା ଗୋଟିଏ । ଖଣିରୁ ବାହାରୁଥିବା ବିଷାକ୍ତ କ୍ରୋମିୟମ୍ ଜଳ ପ୍ରବାହିତ ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ମାଇନିଂ କର୍ପୋରେସ୍ନର ଖଣି ଏବଂ ଟିସ୍କୋ, ଫେକର, ଇମ୍ପା, ବାଲେଶ୍ୱର ଅଲେଏଜ୍, ମିଶ୍ରିଲାଲ୍, ବିସି ମହାନ୍ତି ଆଣ୍ଡ ସନ୍ସ, ପ୍ରଭୃତି ସରକାରୀ ଓ ଘରୋଇ ଖଣି ଯୋଗୁଁ ମହାଗିରି ପର୍ବତମାଳାର ୩ଶହ ବର୍ଗ କିଲୋମିଟର ଜଙ୍ଗଲ ଧ୍ୱଂସ ହେବା ସାଙ୍ଗକୁ ବହୁ ମୂଲ୍ୟବାନ ବୃକ୍ଷ ଏବଂ ଔଷଧୀୟ ବୃକ୍ଷ ଏବେ ବିଲୁପ୍ତ ପ୍ରାୟ । କେବଳ ସେତିକି ନୁହେଁ ଜଙ୍ଗଲ ଧ୍ୱଂସ ହେବା ଫଳରେ ଏ ଅଞ୍ଚଳର ଅନୁ୍ୟନ ଏକ ଲକ୍ଷ ହେକ୍ଟର ଜମିରେ ମୃତ୍ତିକା କ୍ଷୟ ଘଟୁଛି । ଖଣି ଓ ବିଶୋଧନ ୟୁନିଟ୍ରୁ ନିର୍ଗତ ବର୍ଜ୍ୟଜଳ ଏ ଅଞ୍ଚଳର ଛୋଟ ବଡ଼ ଝରଣାକୁ ପ୍ରଦୂଷିତ କରିବା ଦ୍ୱାରା ବ୍ରାହ୍ମଣୀ ନଦୀର ଜଳ ବିଶେଷ ଭାବରେ ପ୍ରଭାବିତ ହେଉଛି । ବିଭିନ୍ନ ଖଣିରେ ଜମା ହୋଇ ରହିଥିବା କ୍ରୋମାଇଟ୍ ଓ ମାଟି ବର୍ଷା ସମୟରେ ଧୋଇ ହୋଇ ନଦୀଶଯ୍ୟାକୁ ଅଗଭୀର କରି ଦେଉଥିବାରୁ କମ୍ ବର୍ଷାରେ ବନ୍ୟା ହେବା ଏ ଅଞ୍ଚଳରେ ସାଧାରଣ କଥା । ଫଳରେ ପ୍ରାୟ ନଦୀ ଅବବାହିକାରେ ଥିବା ୫୨ଟି ଗ୍ରାମରେ ଫସଲ ନଷ୍ଟ ହେବା ସାଙ୍ଗକୁ ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି । ୧୦୦ ମିଟରରୁ ଅଧିକ ଗଭୀର ପର୍ଯ୍ୟନ୍ତ ଖଣି ଖନନ ହେଉଥିବାରୁ ସୁକିନ୍ଦା ଅଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଛି । ଅନେକ କୂଅ ପୋଖରୀରେ ବର୍ଷର ଅଧା ସମୟ ପାଣି ରହୁନଥିବା ବେଳେ, ଛୋଟ ବଡ ୧୫ଟି ଝରଣା ଏବେ ମୃତ ପ୍ରାୟ । ଯେଉଁ ଝରଣାଗୁଡିକରେ ଜଳ ପ୍ରବାହିତ ହୋଇ ଏକ ଛୋଟ ଛୋଟ ନାଳରେ ପରିଣତ ହୋଇଛୁ । ଯାହାକି ଏବେ ସେହି ନାଳଗୁଡିକରେ ଅଧୁଆଣିଆ ପାଣି ବୋହିବା କଷ୍ଟସାଧ୍ୟ ହୋଇପଡୁଛି । ଏହାର ମୁଖ୍ୟ କାରଣ ଖଣି ଖାଦାନରେ ହାଇ ଏକ୍ସପ୍ଳୋସିଭ୍‌ରେ ବ୍ଲାଷ୍ଟିଙ୍ଗ କରି ପାହାଡକୁ ଫଟେଇବା ଏବଂ ସେହି ଧମାକାରେ ପାହାଡ଼ର ମାଟି ଭୂମିକମ୍ପ ଭଳି ଥରି ଉଠିବାରେ ଝରଣାର ଗତିପଥ ଅବରୋଧ ହୋଇଯିବ । ଥରେ ନୁହେଁ କି ଅଧେ ନୁହେଁ ଗୋଟିଏ ଖଣିରେ ଦୈନିକ ୩୦୦ରୁ ୪୦୦, ୧୦ ମିଟରିଆ ହୋଲ୍ରେ ଆମୋନିୟମ୍ ନାଇଟ୍ରେଡ୍, ବୁଷ୍ଟ୍, କୋଡେକ୍ସ, ଡିଟୋନେଟର, ଡିଜେଲ ଆଦି ଆଧୁନିକ ବାରୁଦ ଦ୍ୱାରା ଖଣିର ପଥରକୁ ଚୁର୍ମାର୍ କରାଯାଇଥାଏ । ତାହାର ପ୍ରଭାବରେ ମହାଗିରି ଓ ଦୈତାରୀ ପର୍ବତର ୨୯ଟି ଛୋଟ ବଡ ନାଁ ଧାରୀ ଝରଣା ଏବେ ମୃତ ପାଲଟିବା ଉପରେ ବସିଛି ।
ସୁକିନ୍ଦା ଉପତ୍ୟାକା ମାଇନ୍ସ ଏରିଆ ଓ ମହାଗିରି ପର୍ବତ,ଦୈତାରୀ ପାହାଡରୁ ବାହାରିଥିବା ନିମ୍ନୋକ୍ତ ଝରଣାର ଜଳ ସବୁ ଅଞ୍ଚଳର ଲୋକମାନେ ବ୍ୟବହାର କରିଥାନ୍ତି । ଏଥିମଧ୍ୟରୁ ଅଧିକାଂଶ ଝରଣା ଏବେ ମୃତପ୍ରାୟ । ଖଣିରୁ ବାହାରୁଥିବା ବର୍ଜ୍ୟଜଳ ଏହି ସବୁ ଝରଣା ଦେଇ ଡମସାଳା, ପଥର ଖାଞ୍ଚିଆ, ରୁଙ୍ଗୁରୁଙ୍ଗା ନାଳ, ଆଡିଆ ନାଳର ପାଣି ପାଣ୍ଡରା ସହ ସଂଯୋଗ ହୋଇ ବ୍ରାହ୍ମଣୀରେ ମିଶୁଥିବା ବେଳେ ଅନ୍ୟ କେତେକ ଝରଣା ପାଣି କୁଶେଇ ସହ ସଂଯୋଗ ହୋଇ ବୈତରଣୀର ନଦୀକୁ ଦୂଷିତ କରିଥାଏ । ଏହାର ପ୍ରଭାବରେ ଅନେକ ରୋଗ ସୃଷ୍ଟି କରିଥାଏ ଯାହାକୁ ସଂକ୍ଷେପରେ ପିଆଇଡି କୁହାଯାଏ । ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ୍କ୍ଲିଡିଂ, ଟ୍ୟୁବର କ୍ୟୁରୋସିସ, ଆଜମା, କ୍ୟାନସର, ଲିଭର ଖରାପ, କିଡ୍‌ନୀ ଖରାପ ଆଦି ବିଭିନ୍ନ ପେଟରୋଗ ଆଦି ଶାରୀରିକ ରୋଗ ପିଆଇଡି ଅନ୍ତର୍ଭୁକ୍ତ ହୋଇଥିବାବେଳେ ଗର୍ଭାଶୟ ସମସ୍ୟା, ଚର୍ମରୋଗ, ଶିଶୁ ରୋଗ ଆଦି ବହୁ ରୋଗ ପ୍ରଦୂଷଣ ପ୍ରଭାବରେ ହୋଇଥାଏ । ମୁଖ୍ୟତଃ ବିଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକୃତି ଦ୍ୱାରା ବୋହି ଆସୁଥିବା ଝରଣା ସୁକିନ୍ଦାରେ କେତେ ସୁରକ୍ଷିତ ତାହା ଏବେ ସ୍ପଷ୍ଟ ଭାବରେ ଜଣାପଡିଛି । ପ୍ରକୃତି ଦ୍ୱାରା ଝରଣାର ଜଳ ବ୍ୟବହାର କଲେ ହୁଏତ ଏଭଳି ଦଶା ଭୋଗିବାକୁ ପଡିନଥାନ୍ତା ସୁକିନ୍ଦାବାସୀଙ୍କୁ କିନ୍ତୁ ତାହା ଏବେ ସ୍ୱପ୍ନ ପାଲଟିଛି । ବର୍ଷା ୨ମାସ ସାମାନ୍ୟ ଝର ବାହାରୁଥିବା ବେଳେ ଖରା ଓ ଶୀତ ମାସରେ ଚଟା ଶୁଖିଲା ହୋଇପଡୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଏନ୍ଜିଟି ନିୟମକୁ ଏଠି ଖୋଲା ଖୋଲି ଉଲଘଂନ କରାଯାଉଛି । ୨ଜୁନ୍ ୨୦୧୦ରେ ଭାରତ ସରକାର ନେସନାଲ୍ ‘ଗ୍ରୀନ ଟ୍ରିବ୍ୟୁନାଲ୍’ ନିୟମ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ୧୯୯୬ରେ ରିଓରେ ହୋଇଥିବା ଗ୍ଲୋବାଲ ୟୁନାଇଟେଡ୍ ନେସନ୍ସ କନ୍‌ଫ୍ରେନ୍ସ୍‌ ଅନ୍ ଏନ୍ଭରମେଣ୍ଟ ଆଣ୍ଡ ଡେଭଲମେଣ୍ଟରେ ଆନ୍ତର୍ଜାତିକ ସହମତ ହୋଇଥିଲା । ତା’ ପରେ ଦେଶରେ ଏହି ନିୟମ ଲାଗିବା ବାଧ୍ୟତାମୂଳକ ଏବଂ ନିହାତି ଆବଶ୍ୟକ ହୋଇ ପଡିଥିଲା ଅନେକ ରାଷ୍ଟ୍ର ଏହି ସମ୍ବିଧାନିକ ସଂସ୍ଥାକୁ ସ୍ୱାଗତ ମଧ୍ୟ କରିଥିଲେ । କିନ୍ତୁ ସମ୍ବିଧାନିକ ପଦକ୍ଷେପ ବାହାରେ ସୁକିନ୍ଦାରେ ପ୍ରଦୁଷଣ ନିୟନ୍ତ୍ରଣ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*