ସୁକିନ୍ଦାରେ ଶିଳ୍ପ ସାଜିଛି ବଇରୀ (୨)

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: କାଳିଆପାଣି

ବିଶ୍ୱ ଅର୍ଥନୈତିକ ବଜାରରେ ସୁକିନ୍ଦା କଞ୍ଚାମାଲର ଚାହିଦା ସର୍ବାଧିକ ଥିବା ବେଳେ ସୁକିନ୍ଦାର ଭୌଗଳିକ ସ୍ଥିତି ମଧ୍ୟ ମଜଭୂତ୍ ରହିଛି । କିନ୍ତୁ ଲାଭ ହେଉଛି କାହାର ? ଗଛରେ ବେଲ ପାଚିଲେ କୁଆର କ’ଣ ବା ଯାଏ । ଠିକ୍ ସେହି ପରିସ୍ଥିତି ସୁକିନ୍ଦା ବାସିଙ୍କର । ସାରା ଭାରତ ବର୍ଷରେ ଓପନ୍ କାଷ୍ଟ ଖଣି କହିଲେ ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳ ଏବଂ କେନ୍ଦୁଝର ଜିଲ୍ଲାର ଯୋଡା,ବଡବିଲ୍ ଏବଂ ଦୈତାରୀ କୁ ବୁଝାଇ ଥାଏ । ସାରା ରାଜ୍ୟରେ କ୍ରୋମାଇଟ୍, ଆଇରନ୍, ମାଙ୍ଗାନିଜ୍, କୋଇଲା, ବକ୍ସାଇଟ୍ ଓ ଚୂନପଥର ଖଣି ଥିବା ବେଳେ ସୁକିନ୍ଦାରୁ ପ୍ରାୟତଃ କୋଟି ଟନ୍ରୁ ଅଧିକ ଉତ୍ତୋଳିତ ଖଣିଜ ଧାତୁ ଏବଂ ବର୍ଜ୍ୟମାଟି ସୁକିନ୍ଦାର ବିଭିନ୍ନ ଅଞ୍ଚଳ ଏବଂ ବ୍ରାହ୍ମଣୀ ନଦୀ ଅବବାହିକାରେ ପଡିରହିଛି । ଏହାର ପ୍ରଭାବରେ ନାନାଦୀ ପ୍ରକାର ରୋଗ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଶିଳ୍ପାୟନର ସୁନେଲି ସ୍ୱପ୍ନରେ ବିଭୋର ଆମ ସରକାରଙ୍କର ଏ ଆଡ଼କୁ ଆଦୈ ନଜର ନାହିଁ ।

ଶୀଘ୍ର ବାର୍ଦ୍ଦକ୍ୟ ଆସେ :

ଖଣି ଅଞ୍ଚଳରେ ବସବାସ କରୁଥିବା ଆଖପାଖ ଗାଁ ବା ବସ୍ତି ଅଛି ସେଠାରେ ଅଧିବାସି ପ୍ରାୟତଃ ବାର୍ଦ୍ଧକ୍ୟର ଶୀକାର ହେଉଛନ୍ତି । ଆମେ ଖଣି ଅଞ୍ଚଳର ବିଭିନ୍ନ ଗାଁରେ ପଚାରି ବୁଝିଥିଲୁ ସ୍ୱାସ୍ଥ୍ୟ ଅବସା ଏବଂ ଅନେକଙ୍କ ମୁହଁରୁ ଅନେକ ସମସ୍ୟା ଶୁଣିଥିଲୁ ଏବଂ ସ୍ୱଚକ୍ଷୁ୍ୟରେ ମଧ୍ୟ ହେଖିଥିଲୁ । ଶହଶହ ଲୋକଙ୍କ ମଧ୍ୟରୁ ଅଳ୍ପ କୋତୋଟି ଉଦାହରଣ ମାତ୍ର । ନିଜର ରୋଗର କାରଣ ବାବଦରେ ଏମାନେ ଅନ୍ଧ ଥିବା ବେଳେ ଏମାନଙ୍କ ଶ୍ରମକୁ ସଉଦା କରି ଲାଲେଲାଲ୍ ହେଉଥିବା ଖଣି ମାଲିକ କିମ୍ବା ସରକାରଙ୍କର ଏଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ଆଦୈ ନଜର ନାହିଁ ।

ବିପଦରେ ଭବିଷ୍ୟତ:

ଖଣି ଅଞ୍ଚଳ ହୋଇଥିବାରୁ ଏବଂ ଅଧିକ ଭାରିଯାନ ଚଳାଚଳ କରୁଥିବାରୁ ସୁକିନ୍ଦା ଅଞ୍ଚଳର ପରିବେଶ ନାଲି ଧୂଳିରେ ପରିପୂର୍ଣ୍ଣ । ରାସ୍ତାଘାଟ କଥା ନକହିଲେ ଭଲ । ରାସ୍ତାକଡରେ ଟ୍ରକ୍ଟିଏ ଗଲେ ଘରେ ଧୂଳି ପସିଯାଏ । ରୋଷେଇ ଘରେ ରନ୍ଧା ଯାଉଥିବା ଖାଦ୍ୟରେ ମଧ୍ୟ ଧୂଳି ଉଡି ମିଶିଯାଏ । ରାସ୍ତାକଡରେ ଏବଂ ଖଣି ପାଶ୍ୱର୍ରେ ଅନେକ ସ୍କୁଲ ତଥା , କମର୍ଦା ଉପ୍ରାସ୍କୁଲ, ସାରୁଆବିଲ ସ୍କୁଲ, ତଳଙ୍ଗି ସ୍କୁଲ୍, ଙ୍କସ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କାଳିଆପାଣି ସ୍କୁଲ ଏବଂ ଟାଟା ମାଇନ୍ସ ଉଚ୍ଚ ବିଦ୍ୟାଳୟ ଏ ସବୁ ଖଣି ଏବଂ ମୁଖ୍ୟ ରାସ୍ତାକୁ ସଂଲଗ୍ନ ହୋଇଛି ।

ସରକାରୀଙ୍କର ଚିନ୍ତା ନାହିଁ :

ଗୋଟିଏ ଅଞ୍ଚଳର ଏତେ ପରିମାଣ ଲୋକ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ ହୋଇ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରି ପାରୁନାହିଁ । ଏହାର କାରଣ କ’ଣ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ଓଡିଶା ଖଣିନିଗମ, ପ୍ରଦୂଷଣ ନିୟନ୍ତ୍ରଣ.. ବୋର୍ଡ ଏବଂ ବେସରକାରୀ ଶିଳ୍ପ ସଂସ୍ଥା କେହି ବି ପ୍ରଦୂଷଣର ପ୍ରତିକାର ପାଇଁ ଚିନ୍ତିତ ନୁହଁନ୍ତି । ସମୟ ଆସିକ ଏ ଅଞ୍ଚଳରେ ଖଣିରେ କାମ କରିବା ପାଇଁ ବି ଲୋକଟିଏ ନଥିବା ସେ ସମୟତ ବହୁତ ଦୁରର କଥା ଏବେ ମଧ୍ୟ ଗାଁରୁ ପୁରୁଷ ସଂଖ୍ୟା କମିବାରେ ଲାଗିଲାଣି । ୨୦୧୪ ପରଠାରୁ ସମସ୍ତ ଖଣିରେ ଋଞଚ (ୱାଟର ଟ୍ରିଟ୍‌ମେଣ୍ଟ ପ୍ଲଣ୍ଟ୍‌) ବସାଯାଇଥିଲେ ମଧ୍ୟ ଠିକ୍ ଭାବରେ ଚାଲୁନକରି ବାଇପାସ୍ରେ ପାଣି ନାଳକୁ ଛାଡି ଦିଆଯାଉଛି । ତଦନ୍ତ କାରିଟିମ୍ରେ ଅନ୍ଧପୁଟୁଳିରେ ବାନ୍ଧି ବଶିଛି ବୋଲି ମଧ୍ୟ ଏ ଅଞ୍ଚଳରେ ଆଲୋଚନା ହେଉଛି ।

ପରିତ୍ୟକ୍ତ ଖଣି ଏବେ ପୋଖରୀ :

ସୁକିନ୍ଦା ଉପତ୍ୟାକାର ସବୁଠାରୁ ପ୍ରଦୂଷଣ ପ୍ରବଣ ଅଞ୍ଚଳ ହେଉଛି । କମର୍ଦ୍ଦା,ସାରୁଆବିଲ, ସିନ୍ଦୁରମୁନ୍ଦି, ଫେକର, ଓ.ଏମ.ସି କାଳିଆପାଣି, ବାଲେଶ୍ୱର ଅଲେଏଜେ (ଓଝଚଇଞ) ଟାଟା, ଇତ୍ୟାଦି ପ୍ରମୁଖ ଏହି ଖଣି ଅଞ୍ଚଳରେ ଅନେକ ଖଣି ଅଛି । ଯାହାର ଆରସ୍ୱ ସରି ସାରିଛି ସେହି ଖଣିଗୁଡିକ ହେଲା କମର୍ଦ୍ଦା ଗ୍ରାମରେ ଥିବା ବି.ସି ମହାନ୍ତି ଆନ୍ଦ ସନସ୍‌ର ଏକ ପରିତ୍ୟକ୍ତ ଖଣି (ଊରବୟ ଗସଦ୍ଭର) ଯାହା ପ୍ରାୟ ୧୦୦ ମିଟରରୁ ଅଧିକ ଗଭୀର । ଖଣିରୁ ପୂର୍ବରୁ କ୍ରୋମିୟମ୍ ଉତ୍ତୋଳନ କରାଯାଉଥିଲା । କିନ୍ତୁ ଧିରେ ଧିରେ କ୍ରୋମାଇଟ୍ ଧାତବ ଅଂଶ ପତଳା ହୋଇ ଆସିବାରୁ ସେଠାରେ ଖନନ କାର୍ଯ୍ୟ ବନ୍ଦ ରହିଛି । ତାହା ବ୍ୟତିତ ଇମ୍ପା କମ୍ପାନିରୁ ଚିଙ୍ଗୁଡି ପାଳନ ଖଣି, ଓ.ଏସ୍.ସି କାଳିଆ ପାଣି ଖଣି, ମିଶ୍ରୀଲାଲ୍ର ସାରୁଆବିଲ୍‌ ଗାଁ ମୁନ୍ଦରେ ଥିବା ଖଣି, ଏବଂ ଟାଟା କମ୍ପାନିର ଏକନମ୍ବର ଖଣି ଓ …ର କଲରଙ୍ଗି ଖଣି ଏବେ ପୋଖରୀ ପାଲଟିଛି । ଆଦିବାସୀ ଲୋକମାନେ ଗାଧୋଇବା ପାଇଁ ଏହି ଖଣି ମଧ୍ୟକୁ ଆସନ୍ତି । ଖଣି ସଂଲଗ୍ନ ଗ୍ରାମ ଗୁଡିକରେ ଖରାଦିନେ ଜଳଭାବ ଥିବାରୁ ମୁଖ୍ୟତଃ ଏହି ପାଣିକୁ ସ୍ଥାନାଗାର ଭାବରେ ବ୍ୟବହାର କରନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ କୁହନ୍ତି ସରକାରଙ୍କ ତରଫରୁ ମିଲୁଥିବା ନଳକୂପର ପାଣି ଖରାପ ଥିବାରୁ ଆମ୍ଭେମାନେ ଏହି ଖଣି ଜଳକୁ ବ୍ୟବହାର କରିଥାଉ । ବର୍ଷା ଦିନେ ଏବଂ ଖରାଦିନେ ଏ ଅଂଚଳର ଆଫେକ୍ଟେଡ ୭୨ଟି ଗ୍ରାମ ଥିବା ବେଳେ ମହାଗିରି ପର୍ବତର ଝରଣା ପାଣିକୁ ୫୩ଟି ଗାଁ ଲୋକ ବ୍ୟବହାର କରିଥାନ୍ତି । କିନ୍ତୁ ମହାଗିରି ପର୍ବତ ସେପଟରେ ଥିବା ବୃହତ ବୃହତ ଖଣି ଯୋଗୁଁ ସୁକିନ୍ଦା ବ୍ଲକରେ ୧୧ଟି ପଂଚାୟତ ଏବେ ଇନ୍ଦ୍ର ଦେବତାଙ୍କ ଆଶ୍ରିତରେ । ପ୍ରକୃତିର ଦାନ ଜଳ ଉତ୍ସବ ଏବେ ହାତ ଖସେଇ ସାରିଲାଣି । ଦୈତାରୀ ପାହାଡକୁ ବାହାରିଥିବା ସିନ୍ଦୁର ମୁନ୍ଦି ଝରଣା ପାଣି ଓ ପାହାଡ ସେପଟରୁ ବାହାରୁଥିବା ଝରଣା ଏବଂ ବର୍ଷା ଜଳରେ ମାଟି ଓ ଶାଲ୍ ଡ଼ମ୍ପରୁ ବୋହି ଆସୁଥିବା କ୍ରୋମିୟମ୍ ମିସା ଜଳ ଡ଼ମଶାଳାର ମିଶିବା ଦ୍ୱାରା ଦୂଷିତ ହୋଇଆଉଛି । ଯାହାକି ୭୨ ଟି ଗାଁ ଲୋକେ ବ୍ୟବହାର କରିଥାନ୍ତି । ଯଥା –
(୧) ଟୁଙ୍ଗେଇ ଶୁଣି, (୨) କଂସ, (୩) ବାଲିପୁରା, (୪) ପେଣ୍ଠସାହି ଓ ତଳଙ୍ଗି, (୫) କମର୍ଦା, (୬) ଗୁରୁଜାଙ୍ଗ, (୭) ପାଟଣା, (୮) ଓସ୍ତିଆ, (୯) ଓସ୍ତପାଳ, (୧୦) ଧଅବାହାଳି, (୧୧) କୁଇ ପସି, (୧୨) କାଳିଆ ପାଣି, (୧୩) ଚିରଗୁଣିଆ, (୧୪) ଚିଙ୍ଗୁଡ଼ା ପାଳ, (୧୫) ରଙ୍ଗ୍ର ମାଟି, (୧୬) ବଡ଼ ବେଣା, (୧୭) ଗୋଡି ସାହି, (୧୮) ସାରୁ ଆବିଲ୍‌, (୧୯) ବେଣାପାଡ଼ିଆ, (୨୦) ତ୍ୟର ଖରୀ, (୨୧) ଘାଗିଆ ସାହି, (୨୨) କୋଚିଳା ଦାଙ୍କ, (୨୩) କୁସୁମ ଗୋଠ, (୨୪) ଭୀମଟାଙ୍ଗିର, (୨୫) କଲରଙ୍ଗି, (୨୬) କାଠ ପାଳ, (୨୭) ପୁରୁଣା ପାଣି, (୨୮) ଭାରୁଟା ଶିର, (୨୯) ବନ୍ଦାଣିଆ, (୩୦) ଦରତୋଟା, (୩୧) କେରିଆ ପାଳ, (୩୨) ପୀତଳ ବାସ, (୩୩) ମହୀଧର ପୁର, (୩୪) ମୋଚିବାହଲ, (୩୫) ଭୀରୁ ଭାଣିଆ (୩୬) କୋଲ୍‌ଶିଆ, (୩୭) କହ୍ନେଇ ପାଳ, (୩୮) ବରଗଜି, (୩୯) ବଡ଼କାଠିଆ, (୪୦) ବଡ଼ନାଳୀ, (୪୧) ଓଡଶୋ, (୪୨) ବେଲା ପାହାଡ, (୪୩) ବାଘୁଆପାଳ, (୪୪) ରାଁ ସୋଳ, (୪୫) କୃଷ୍ଣପୁର, (୪୬) ସାପୁଆ, (୪୭) ଖୋକମା, (୪୮) ଜାମୁଆ, (୪୯) ପଳାସପିଠିଆ ଗୋଡ଼ା, (୫୦) ଙ୍କସର ଗୋଡ଼ା, (୫୧) ବାରୁ ଆଁ, (୫୨) କାଇଁସିରୀ, (୫୩) ରାମକୃଷ୍ଣପୁର, (୫୪) ବାଲ୍‌ଟିଟି, (୫୫) ସାମଳ, (୫୬) ଡାଙ୍ଗିର ଟହା, (୫୭) ମାର୍ଥପୁର, ଶାସନ, (୫୮) ଡେଙ୍ଗୀବାହାଳୀ, (୫୯) ମାଳପୁରା, (୬୦) ନୂଆ ଗାଁ, (୬୧) ଦୟଣାବିଲ୍‌, (୬୨) ରଗଳି ପଡା, (୬୩) ଟିପିଲେଇ, (୬୪) ଗଜପୋଡ଼ା, (୬୫) ମୁର୍ଗାକାସିପୁର, (୬୬) ଶ୍ରୀ ରାମପୁର, (୬୭) ଆଦିପୁରା, (୬୮) ମଠକର ପୋଳା, (୬୯) ବିରାକ, (୭୦) ପାଟପୁର, (୭୧) ଡ଼କିରି ଡ଼ିହ, (୭୨) କୁନ୍ଦି ମୋଡା, (୭୩) କାଉଁରୀ, ( ୭୪) ସୁରପ୍ରତାପୁର, (୭୫) ନୂଆଜିଲାଳ ।
ପ୍ରମୁଖ ଗାଁ ଲୋକଙ୍କ ଅବସ୍ଥା ଏବେ ସଙ୍କଟା ପନ୍ନ । ନାହିଁ ସରକାରଙ୍କ ଦାଇତ୍ୱ କି ଉଦାମ୍ନିନତା ମନୋଭାବ । ସେହିପରି ମହାଗିରି ପର୍ବତ ଝରଣା ଉପରେ ନିର୍ଭର କରି ଚାଷ ବାଗ କରୁଥିବା ୧୧ଟି ପଞ୍ଚାୟତର ୫୩ଟି ଗାଁ ଯଥାକ୍ରମେ (୧) ବନ୍ଧ ଗାଁ (୨) କଣ୍ଟାପାଳ, (୩) କୋଇଲା, (୪) ମାଣତରା, (୫) ରାଜ୍ଞଆ, (୬) ଆ.. ଜଳାବା, (୭) ବରପାଲ , (୮) ଜାମୁପସି, (୯) ପଣଷଡିହ, (୧୦) ସାନ୍ତୋରାପୁର, (୧୧) ବଉଳପାଳ, (୧୨) ତବାତଲନ୍ଦା, (୧୩) ଦାମୋଦର ପୁର, (୧୪) ଦୁଧୁଯୋରୀ (୧୫) କଞ୍ଚôତୁଆ, (୧୬) ମଙ୍ଗଳପୁର, (୧୭) ପୋବଳ, (୧୮) ଭାଲୁକ ପାତଳା, (୧୯) ଚିରଗୁଣିଆ, (୨୦) ଗରାମି ଆଁ, (୨୧) କଟେଣି, (୨୨) ଗିରିଙ୍ଗମାଳ, (୨୩) କାପ୍ନଡ଼ ମାଳ, (୨୪) କରଡ଼ା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*