ସିଦ୍ଧାନ୍ତଙ୍କ ସହ ଜୀନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରଥମ ସିନେମା ଫେରିଆ ମୋ’ ସୁନା ଭଉଣୀ’ରେ ଓଲିଉଡରେ ନାୟିକା ଭାବେ ବେଶ୍‌ ସଫଳତା ହାସଲ କରିଥିଲେ ବି ଜୀନା ସାମଲ ପରେ କିନ୍ତୁ ଜଣେ ଆଗଧାଡ଼ିର ନାୟିକା ହେବାରେ ଅସମର୍ଥ ହେଲେ । ସେ ପ୍ରଥମ ସିନେମାରେ ଆଲବମ୍‌ କିଙ୍ଗ୍‌ ବବି ମିଶ୍ରଙ୍କ ନାୟିକା ସାଜିଥିଲେ । ଏହି ସିନେମାକୁ କିନ୍ତୁ ଆଶାନୁରୂପ ସଫଳତା ମିଳିନଥିଲା । ତେବେ ଜୀନା ସେଇଠି ଅଟକି ନାହାନ୍ତି । ସେ କେତୋଟି ସିନେମାରେ ବିଭିନ୍ନ ନାୟକଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ, ଜୀନା କେବଳ ଗୋଟିଏ ସିନେମାରେ ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇଥିଲେ । ତେବେ ସେହି ସିନେମାର ଏକ ଗୀତ ଦୃଶ୍ୟରେ ଉଭୟଙ୍କୁ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ । ସେହି ସିନେମା ହେଲା ଦିଲୀପ ପନ୍ଦାଙ୍କ ନିଦେ୍ର୍ଦଶିତ ‘ରସିକ ନାଗର’ । ସେହି ଗୀତଟି ଥିଲା ‘ସରଗରୁ ପରୀଟିଏ…’ । ‘ରସିକ ନାଗର’ର ମୁଖ୍ୟ କଳାକାରମାନେ ହେଲେ ସିଦ୍ଧାନ୍ତ, ନମ୍ରତା ଥାପ୍ପା, ରାଇମୋହନ, ବବି ମିଶ୍ର ଏବଂ ଅନୀତା ଦାସ ପ୍ରମୁଖ । ଏଥିରେ ସିଦ୍ଧାନ୍ତଙ୍କୁ ଦ୍ୱୈତ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଶ୍ରୀ ବଳଦେବଜୀଉ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ସଂଳାପ ରଚନା କରିଥିଲେ ବିଜୟ ମଲ୍ଲ ଓ ଏଥିରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ପ୍ରେମ ଆନନ୍ଦ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*