ସିଓଲ ଶାନ୍ତି ପୁରସ୍କାର ପାଇଲେ ମୋଦୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ସିଓଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦକ୍ଷିଣ କୋରିଆ ଗସ୍ତର ଦ୍ୱିତୀୟ ଦିନରେ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିବାବେଳେ ପୁରସ୍କାର ବାବଦ ମିଳିଥିବା ୧.୩୦ କୋଟି ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀ ନମାମି ଗଙ୍ଗେ ପ୍ରକଳ୍ପକୁ ପ୍ରଦାନ କରିବାକୁ ଏହି ଅବସରରେ ଘୋଷଣା କରିଥିଲେ । “ସିଓଲ ଶାନ୍ତି ପୁରସ୍କାର ମୋର ନୁହେଁ, ଅଧିକନ୍ତୁ ପୁରା ଭାରତର । ଏହି ଆୱାର୍ଡ ଭାରତର ସେହି ସଫଳତା ପାଇଁ, ଯାହା ଏହା ବିଗତ ୫ ବର୍ଷ ମଧ୍ୟରେ ହାସଲ କରିଛି । ଏହି ଆୱାର୍ଡକୁ ବସୁଧୈବ କୁଟୁମ୍ବକମର ଆଧାରରେ ପ୍ରଦାନ କରାଯାଇଛି । ସିଓଲ ଶାନ୍ତି ପୁରସ୍କାର ସେହି ଦେଶକୁ ମିଳିଛି, ଯାହା ଦୁନିଅାଁରେ ଶାନ୍ତି ସ୍ଥାପନ ହେବାର ଶିକ୍ଷା ଦେଇଥାଏ । ମହାତ୍ମା ଗାନ୍ଧୀ ଜୟନ୍ତୀର ୧୫୦ତମ ବର୍ଷରେ ଏହି ପୁରସ୍କାର ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି”ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ । ସିଓଲ ଶାନ୍ତି ପୁରସ୍କାର ୨୪ତମ ଅଲମ୍ପିକ୍‌ ଗେମର ସ୍ମୃତିରେ ପ୍ରଦାନ କରାଯାଉଛି । ଭାରତ ଏହି ଦିନକୁ ସବୁବେଳେ ମନେ ରଖିଥାଏ, କାରଣ ଏହା ମହାତ୍ମା ଗାନ୍ଧୀ ଜନ୍ମ ଜୟନ୍ତୀରେ ଶେଷ ହୋଇଥିଲା ବୋଲି ମୋଦୀ ଏହି ଅବସରରେ କହିଥିଲେ ।
ଆଜି କଠୋରପନ୍ଥୀ ଏବଂ ଆତଙ୍କବାଦ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦଭାବେ ଉଭା ହୋଇଛି । ପୁରା ବିଶ୍ୱରେ କୋଟିକୋଟି ଲୋକ ଖାଦ୍ୟ, ମୁନ୍ଦ ଗୁଞ୍ଜିବାକୁ ଘର ଏବଂ ସ୍ୱାସ୍ଥ୍ୟ ସୁବିଧା ବିନା ରହିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ ପାଇଁ କିଛି କରିବାର ବେଳ ଆସିଛି । ଭାରତ ଏଦିଗରେ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛି । ଆମେ ଗ୍ରହଣ କରୁଥିବା ଯୋଜନାଗୁଡିକ ମୌଳିକ ସୁବିଧାରୁ ବଞ୍ଚôତ ଲୋକଙ୍କ ପାଖରେ ପହଞ୍ଚôପାରୁଛି କି ନାହିଁ ତାହା ଆମେ ନିଜକୁ ପ୍ରଶ୍ନ କରିବା ଉଚିତ୍‌ ବୋଲି ସେ କହିଥିଲେ । ପରିବେଶ ସଂରକ୍ଷଣ ନେଇ ଭାରତ ବଡ ଭୂମିକା ନିର୍ବାହ କରୁଥିବା ନେଇ ମଧ୍ୟ ସେ ଏହି ଅବସରରେ କହିଥିଲେ । କୋରିଆ ଭଳି ଭାରତ ମଧ୍ୟ ବିଭାଜନ ଏବଂ ଏହାପରେ ସୀମାପାର୍‌ ଆତଙ୍କରେ ଜର୍ଜରିତ । ଏହି କାରଣରୁ ଶାନ୍ତି ପ୍ରତିଷ୍ଠା ମାଧ୍ୟମରେ ବିକାଶ ପାଇଁ ଆମର ଚେଷ୍ଟାକୁ ଝଟକା ଲାଗିଛି । ତେଣୁ ଏବେ ସବୁ ଦେଶ ଆତଙ୍କୀ ବିଚାରଧାରା ବିରୋଧରେ ଏକତ୍ରିତ ହେବା ଦରକାର । ଏହା ମାଧ୍ୟମରେ ଆମେ ଘୃଣାକୁ ପ୍ରେମରେ, ଧ୍ୱଂସକୁ ବିକାଶ ଏବଂ ହିଂସାକୁ ଶାନ୍ତିରେ ପରିଣତ କରିପାରିବା ବୋଲି ମୋଦୀ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*