ସିଏଜି ରିପୋର୍ଟ – ବଳକା ଅର୍ଥ ଖର୍ଚ୍ଚ ହେଉନି, ଋଣ ବୋଝ ବଢୁଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ସରକାରଙ୍କ ବକେୟା ଋଣ ପରିମାଣ ବୃଦ୍ଧି ପାଉଥିବାବେଳେ ସରକାର ପ୍ରତିବର୍ଷ ଜମା ରାଶିକୁ ଖର୍ଚ୍ଚ ନକରି ପକାଇ ରଖିଛନ୍ତି । ରାଜ୍ୟ ସରକାରଙ୍କ ଋଣ ପରିଚାଳନାକୁ ସମାଲୋଚନା କରିବା ସହ ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) କିଛି କ୍ଷେତ୍ରରେ ସରକାରଙ୍କ ଅନିୟମିତତାକୁ ମଧ୍ୟ ପଦାକୁ ଆଣି ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ଦିଗକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୮ ଆର୍ଥିକ ବର୍ଷର ଅଡିଟ୍‌ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପିତ କରିଥିଲେ । ପରେ ପ୍ରମୁଖ ମହାଲେଖାପାଳ ଯଶୋଧାରା ରାୟଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଗୋଟିଏ ପଟେ ରାଜସ୍ୱ ପ୍ରାପ୍ତିରେ ୧୪.୬୭ପ୍ରତିଶତର ବୃଦ୍ଧି ଘଟିଥିଲେ ମଧ୍ୟ ଅନ୍ୟପଟେ ଅଭିବୃଦ୍ଧି ତୁଳନାରେ ଋଣ ଭାର ବୃଦ୍ଧି ପାଉଥିବା ନେଇ ଚିନ୍ତାପ୍ରକଟ କରାଯାଇଛି । ସବୁଠୁ ବଡ କଥା ହେଉଛି ଅର୍ଥ କମିଶନଙ୍କ ସୁପାରିସକୁ ଉଲ୍ଲଙ୍ଘନ କରି ସରକାର ବଳା ଅର୍ଥକୁ ଖର୍ଚ୍ଚ ନକରି ଚଢା ଦରରେ ଋଣ ଆଣିବାକୁ ପଛାଇନାହାନ୍ତି । ରାଜ୍ୟ ସରକାରଙ୍କ ନିକଟରେ ସାଧାରଣ ବଳକା ଟଙ୍କା ୨୫,୩୦୫କୋଟି ଟଙ୍କାରୁ ମୁକ୍ତ ବଳକା ଟଙ୍କା ୧୩,୪୩୬.୮୩କୋଟି ଟଙ୍କା ରହିଥିଲା । ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର କିନ୍ତୁ ୬.୯୪ରୁ ୮.୨୪ପ୍ରତିଶତ ସୁଧ ହାରରେ ୧୨,୦୧୩କୋଟି ଟଙ୍କା ଋଣ କରିବାକୁ ପଛାଇନାହାନ୍ତି । ୨୦୧୭-୧୮ରେ ବକେୟା ଋଣ ପୂର୍ବ ବର୍ଷର ୪୨,୦୧୮କୋଟିରୁ ୨୪.୨୧ପ୍ରତିଶତ ବୃଦ୍ଧି ପାଇ ୫୨,୧୯୦କୋଟି ଟଙ୍କାରେ ପହଞ୍ଚôଛି । ରାଜ୍ୟର ମୋଟ ଅଭିବୃଦ୍ଧି ଘରୋଇ ଅଭିବୃଦ୍ଧି ହାରଠାରୁ ଋଣ ହାର ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ ଯେଉଁ ପ୍ରମୁଖ ବିଷୟକୁ ଉଲ୍ଲେଖ କରାଯାଇଛି ତାହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ସରକାରଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ୧୩,୫୦୯.୩୫କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡିଥିଲା । ଏଥି ମଧ୍ୟରୁ ଓଡ଼ିଶା ମିନେରାଲ୍‌ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନର ବ୍ୟକ୍ତିଗତ ଆକାଉଣ୍ଟରେ ଥିଲା ୧୧,୫୬୮.୧୮କୋଟି ଟଙ୍କା । ରିପୋର୍ଟର ସୁପାରିସରେ ଉଲ୍ଲେଖ କରାଯାଇଛି ଯେ, ଅର୍ଥ ବିଭାଗକୁ ଯେଉଁ ସବୁ ନିଦେ୍ର୍ଦଶ ବିତ୍ତୀୟ ନିୟମରେ ଅଛି ତାକୁ ପାଳନ କରିବା ଓ ତାକୁ ସୁନିଶ୍ଚିତ କରିବା ଦରକାର, ଯେଉଁ ବିଭାଗ ଅଧିକାରୀମାନେ ଏହାକୁପାଳନ କରିବାରେ ଅସମର୍ଥ ହୋଇଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ରହିଛି । ଏହି ବର୍ଷରେ ରାଜ୍ୟ ରାଜସ୍ୱ ବଳକା ୧୩,୩୬୭କୋଟି ବିତ୍ତୀୟ ନିଅଣ୍ଟ ୯୩୬୦କୋଟି ଟଙ୍କା ରହିଛି । ପ୍ରଦତ୍ତ ଅନୁଦାନର ୭୫ପ୍ରତିଶତ ରାଶିର ବିନିଯୋଗ ପତ୍ର ମିଳିନାହିଁ । ୨୦୧୭-୧୮ରେ ରାଜ୍ୟ ସରକାର ଆକସ୍ମିକ ପାଣ୍ଠିରୁ ୧୭.୬୩କୋଟି ଟଙ୍କା ଉଠାଇଥିଲାବେଳେ ମାତ୍ର ଜମା କରିଛନ୍ତି ୩.୦୮କୋଟି ଟଙ୍କା । ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ବିତ୍ତୀୟ ଅନୁଶାସନର ଉଲ୍ଲଙ୍ଘନ କରିଛନ୍ତି । ଏହା ସରକାରୀ ଟଙ୍କାକୁ ତୋଷରପାତ କରିବାର ସମ୍ଭାବନା ସୃଷ୍ଟି କରିଛି । ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ବିଭାଗର ଏକ ବଡ଼ ଅନିୟମିିତତା ପଦାକୁ ଆସିଛି । ମ୍ୟାଲେରିଆ ନିରାକରଣ ପାଇଁ ୩୦କୋଟିର ଏବଂ ଗର୍ଭନିରୋଧକ ସାମଗ୍ରୀ କିଣାରେ ୨୫କୋଟିର ବିନିଯୋଗ ପ୍ରସ୍ତାବ ଥିଲାବେଳେ ସେଥିରେ ସରକାର ବିଫଳ ହୋଇଛନ୍ତି । ଏହି ପାଣ୍ଠି ବ୍ୟୟ କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*