ସାୱନ୍ତଙ୍କ ଇସ୍ତଫା ମଞ୍ଜୁର, ଜାଭେଡକରଙ୍କୁ ଅତିରିକ୍ତ ଦାୟିତ୍ୱ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ
ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ସୋମବାର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି । ଏଥିସହ କ୍ୟାବିନେଟ୍‌ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ କେନ୍ଦ୍ରୀୟ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତି ଭବନରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନୁସାରେ, ରାଷ୍ଟ୍ରପତି ନିଦେ୍ର୍ଦଶ ଦେଇଛନ୍ତି ଯେ, ଜାଭେଡକରଙ୍କୁ ତାଙ୍କ ବର୍ତ୍ତମାନର ବିଭାଗ ସହ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଉ । ସୂଚନାଯୋଗ୍ୟ ଯେ, ସାୱନ୍ତ ଏନ୍‌ଡିଏ ସରକାରରେ ଶିବସେନାର ଏକମାତ୍ର ପ୍ରତିନିଧି ଥିଲେ । ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ସେ କେନ୍ଦ୍ର ମନ୍ତ୍ରିମନ୍ଦଳରୁ ଇସ୍ତଫା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*