ସାହିତ୍ୟ ସମାଜର ବାର୍ଷିକୋତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ବିଶିଷ୍ଟ କବି କମଳାକାନ୍ତଙ୍କ ୮୫ତମ ଜୟନ୍ତୀ ଉତ୍ସବ କବିଙ୍କ ବ୍ରହ୍ମପୁର ହାଇସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଡ. ରାଧାରାଣୀ ମହାପାତ୍ର ଉକ୍ତ ଉତ୍ସବକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଜଣେ ମହାନ ପୁରୁଷଙ୍କ ଅବଦାନ ଚିରସ୍ମରଣୀୟ ଓ ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର ଉଦାହରଣ ହୋଇରହିବ ବୋଲି ମତବ୍ୟକ୍ତି କରିଥିଲେ ।
ଏଥିରେ ଡ. ପାନୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ସ୍ମୃତି ପୀଠ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ କମଳାକାନ୍ତଙ୍କୁ ଭଦ୍ରକର ଅନନ୍ୟ ପୁରୁଷ ଭାବରେ ଓ ସମଗ୍ର କାବ୍ୟ ଜଗରେ ନିତ୍ୟ ନିୟମିତ ଦ୍ରଷ୍ଟା ଭାବରେ ଅଗ୍ରଗଣ୍ୟ ଥିଲେ ବୋଲି ମତବ୍ୟକ୍ତି କରିଥିଲେ । ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା, କବି ସରୋଜ ରଞ୍ଜନ ମହାପାତ୍ର ବିଶିଷ୍ଟ ଅତିଥି କବି ହୃଦାନନ୍ଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କମଳାକାନ୍ତ କେବଳ କବିତାରେ ଜୀବନ ଜିଇଁଥିଲେ ବୋଲି ମତ ରଖିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ସାହିତ୍ୟ ସମାଜର ସ୍ଥାୟୀ ସଭାପତି ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି । କବିତା ପାଠୋତ୍ସବରେ ଡ. ମମତା ସାହୁ ସଂଯୋଜକ, ଡ. ଅବନୀ ପ୍ରଧାନ ସଭାପତି, ଗାଳ୍ପିକ ଭୀମପୃଷ୍ଟି, କବି ଅକ୍ଷୟ ଜେନା, ଅନୁଷ୍ଠାନର ସଂପାଦକ ତଥା ଦିବଂଗତ କବିଙ୍କ ସୁପୁତ୍ର ସୀତାଂଶୁ ଲେଙ୍କା ଯୋଗଦେଇ ତାଙ୍କ ପ୍ରତି ସମର୍ପିତ ଜୀବନ ଯାପନର ଶପଥ ନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*