ସାହାଣୀ କପ୍‌ ଫୁଟବଲ: କଳାହାଣ୍ଡିକୁ ହରାଇଲା ଭୁବନେଶ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ରାଜ୍ୟର ସିନିୟର ଆନ୍ତଃ ଜିଲ୍ଲା ଫୁଯôଳ ପ୍ରତିଯୋଗିତା ବର୍ତ୍ତମାନ ୪ଟି ସ୍ଥାନରେ ଚାଲିଛି । ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ୪ଟି ମ୍ୟାଚ୍‌ । ବରଗଡ଼ ଜିଲ୍ଲା କାଦିପାଲି ଠାରେ ଭୁବନେଶ୍ୱର ଦଳ ୩-୧ରେ କଳାହାନ୍ଦିକୁ ହରାଇଛି । ୨୪ ମିନିଟରେ ରାଜୀବ, ୪୮ତମ ମିନିଟରେ ନାରଣ ମୁର୍ମୁ ଏବଂ ୫୩ତମ ମିନିଟରେ ରାଇସେନ ଟୁଡ଼ୁ ଭୁବନେଶ୍ୱର ପକ୍ଷରୁ ଗୋଲ ଦେଇଥିଲା ବେଳେ କଳାହାନ୍ଦି ପକ୍ଷରୁ ମନୋଜ ୭୦ତମ ମିନିଟରେ ଗୋଲ ଦେଇଥିଲେ । ସୋହେଲା ଠାରେ ରାଉଲକେଲା ପାରାଦୀପକୁ ୪-୩ ପେନାଲଟି ଗୋଲରେ ହରାଇଛି । ମ୍ୟାଚ୍‌ ବେଳେ ଉଭୟ ଦଳ ୨-୨ରେ ବରାବର ରହିଥିଲା । ଭେଡେନ ଠାରେ ଦେବଗଡ଼ ଖୋର୍ଦ୍ଧା ଦଳକୁ ୩-୧ରେ ହରାଇଛି । ଢେଙ୍କାନାଳ ଠାରେ ବାଲେଶ୍ୱର ଓ କଟକ ମଧ୍ୟର ମ୍ୟାଚ୍‌ ଖେଳ ସମୟରେ ୧-୧ରେ ବରାବର ରହିବା ପରେ ବାଲେଶ୍ୱର କଟକକୁ ୬-୫ ସଡନ୍‌ ଡେଥରେ ହରାଇ ବଡ଼ ହଇଚଇ ସୃଷ୍ଟି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*