ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତ ମୁସ୍ତାକକୁ ଫାଶି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ସ୍ୱତନ୍ତ୍ର ପୋସ୍କୋ ପୋର୍ଟ ଅଭିଯୁକ୍ତଙ୍କୁ ଫାଶି ଦନ୍ଦାଦେଶ ଦେଇଛନ୍ତି । ବୁଧବାର କୋର୍ଟ ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଏପି୍ରଲ ୨୧ତାରିଖରେ ସାଲେପୁର ଥାନା ଜଗନ୍ନାଥପୁର ଗ୍ରାମର ୬ବର୍ଷର ଝିଅଟି ଦୋକାନକୁ ସଉଦା ଆଣିବାକୁ ଯାଉଥିଲା ବେଳେ ଚକୋଲେଟ୍‌ ଲୋଭ ଦେଖାଇ ଏହି ଗ୍ରାମର ମୁସ୍ତାକ ତାକୁ ସ୍କୁଲ ବାରନ୍ଦାକୁ ନେଇଥିଲେ, ସେଠାରେ ଦୁଷ୍କର୍ମ କରିବା ସହ ତଣ୍ଟିଚିପି ଫିଙ୍ଗିଦେଇଥିଲେ । ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଝିଅଟିକୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଝିଅଟିର ମୃତୁ୍ୟ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*