ସାରା ହସ୍ପିଟାଲ ବୁଲିବୁଲି ୧୫ ଦିନ ପରେ ହେଲା ଅପରେସନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କରୋନା କାଳରେ ଅଣକୋଭିଡ୍‌ ଏବଂ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସାରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ ମନା କରୁଥିଲେ ମଧ୍ୟ ୨୧ ବର୍ଷୀୟ ଯୁବକ ରଞ୍ଜିତ ନାୟକଙ୍କ କ୍ଷେତ୍ରରେ ଯେଉଁ ଘଟଣା ଘଟିଗଲା ତାହା ସରକାରଙ୍କ ଚିକିତ୍ସା ବ୍ୟବସ୍ଥାର ଦୁର୍ବଳତାକୁ ଖାଲି ପଦାରେ ପକାଇନାହିଁ ବରଂ ଅପାରଗତା ଓ ଦାୟିତ୍ୱହୀନତାକୁ ଆଗକୁ ଆଣିଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ କଟକ-ଭୁବନେଶ୍ୱରର ସବୁ ଡାକ୍ତରଖାନା ବୁଲିଗଲା ପରେ ମଧ୍ୟ ମିଳିଲାନି ଚିକିତ୍ସା । ଓଡ଼ିଶା ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ କାରଣରୁ ୧୫ଦିନ ପରେ ତାଙ୍କର ହେଲା ଅପରେସନ ।
କୋଭିଡ୍‌ ଉପରେ ଫୋକସ୍‌ କରୁଥିବା ରାଜ୍ୟ ସରକାର କିଭଳି କୋଭିଡ୍‌ ପରିଚାଳନା କରୁଛନ୍ତି ତାହା ଆମେ ସମସ୍ତେ ଦେଖୁଛେ । ଆଇସୋଲେସନ୍‌ ୱାର୍ଡରେ ଶବ ପଡିରହୁଛି । ଚିକିତ୍ସା ଠିକ୍‌ରେ ହେଉନାହିଁ । କିଛିଦିନ ତଳେ କଟକ କ୍ୟାନସର ହସ୍ପିଟାଲରେ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଥିବା ଦେଖାଯାଇଥିଲା । ଯେଉଁ ଡାକ୍ତରଖାନାରେ କୋଭିଡ୍‌ ରୋଗୀ ଚିକିତ୍ସା ହେଉଛନ୍ତି ସେଠାରେ ଅନ୍ୟ ରୋଗୀଙ୍କୁ ଏକପ୍ରକାରେ ପ୍ରବେଶ ମନା । ସେମାନେ ଯେଉଁ ଆଇନ୍‌କାନୁନ୍‌ ବତାଉଛନ୍ତି ତାହା ରୋଗୀଙ୍କୁ ଘରେ ମରିବାକୁ ବାଧ୍ୟ କରୁଛି । ଏଭଳି ଏକ ବିଚିତ୍ର ସ୍ଥିତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଥିଲା ବେଳେ ଛୁରୀରେ ଆକ୍ରମଣର ଶିକାର ହୋଇଥିବା ଚନ୍ଦ୍ରଶେଖରପୁର ଅରବିନ୍ଦ ନଗର ବସ୍ତିର ୨୧ ବର୍ଷୀୟ ରଞ୍ଜିତ ନାୟକ ୧୫ଦିନ ଧରି ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଥିଲେ । ୧୦ଟି ସରକାରୀ ଓ ଘରେଇ ଡାକ୍ତରଖାନା ବୁଲିବୁଲି ନୟାନ୍ତ ହେବା ପରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ପଦକ୍ଷେପ ପରେ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଦଶ ମତେ ୧୫ଦିନ ପରେ ଗୁରୁତର ଅସୁସ୍ଥ ରଞ୍ଜିତଙ୍କର ଚିକିତ୍ସା ହୋଇଛି ।
ଅଭିଯୋଗ ଅନୁସାରେ ଗତ ୮ ତାରିଖ ସନ୍ଧ୍ୟାରେ ପଡ଼ୋଶୀ ତାପସ କୁମାର ସାହୁଙ୍କ ଛୁରୀ ଆକ୍ରମଣରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ରଞ୍ଜିତ । ତାଙ୍କ ପେଟ ତଳକୁ ତାପସ ଛୁରୀ ଭୁସିଥିଲେ । ଏହାପରେ ପରିବାର ଲୋକେ ରଞ୍ଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ନେଇଥିଲେ । ପୁଲିସ ସେଠାରେ ଏଫ୍‌ଆଇଆର୍‌ ରୁଜୁ ବଦଳରେ ତୁରନ୍ତ ଡାକ୍ତରଖାନାକୁ ନେଇ ଅପରେସନ କରିବାକୁ ପରାମର୍ଶ ଦେଇଥିଲା । ସେହିଦିନ ରାତି ୮ଟାରେ ରଞ୍ଜିତଙ୍କୁ କିମ୍ସ ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେମାନେ ମନା କରିଥିଲେ ।

ଏହାପରେ ପରିବାର ଲୋକେ ରଞ୍ଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ନେଇଥିଲେ । ପୁଲିସ ସେଠାରେ ଏଫ୍‌ଆଇଆର୍‌ ରୁଜୁ ବଦଳରେ ତୁରନ୍ତ ଡାକ୍ତରଖାନାକୁ ନେଇ ଅପରେସନ କରିବାକୁ ପରାମର୍ଶ ଦେଇଥିଲା । ସେହିଦିନ ରାତି ୮ଟାରେ ରଞ୍ଜିତଙ୍କୁ କିମ୍ସ ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେମାନେ ମନା କରିଥିଲେ । ଏହାପରେ କ୍ୟାପିଟାଲ ହସ୍ପିଟାଲକୁ ନେଇ ପରିବାର ଲୋକେ କାକୁତିମିନତି ହୋଇଥିଲେ ଡାକ୍ତରଙ୍କ ଆଗରେ । ମାତ୍ର ଡାକ୍ତର ଏଠି ଅପରେସନ ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ । ରାତି ୯ଟାରେ ସେମାନେ ସମ୍‌ ହସ୍ପିଟାଲ, ସେଠାରେ ମନା କରିବାରୁ ବିବେକାନନ୍ଦ ଡାକ୍ତରଖାନାକୁ ନେଇଥିଲେ ରଞ୍ଜିତଙ୍କୁ । ଏଠାରେ ଅକ୍ସିଜେନ୍‌ ନାହିଁ କହି ବିବେକାନନ୍ଦ କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ । ରାତି ୧୧ଟା ୪୫ରେ ସେଇ ଆମ୍ବୁଲାନ୍ସରେ ତାଙ୍କୁ ନିଆଯାଇଥିଲା ଏମ୍ସ । ଏମ୍ସରେ ତାଙ୍କୁ ଡାକ୍ତର ଦାଖିଲା କରିବା ପରେ ୪ଟି ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ଏହି ସମୟରେ ତାଙ୍କର କୋଭିଡ୍‌ ପଜିଟିଭ୍‌ ବାହାରିବାରୁ ଏଠାରେ କୋଭିଡ୍‌ ରୋଗୀଙ୍କ ପାଇଁ ଓଟି ସୁବିଧା ନାହିଁ କହି ଫେରାଇ ଦିଆଯାଇଥିଲା । ଭୋର୍‌ ୪ଟା ୩୦ରେ ଆମ୍ରି ହସ୍ପିଟାଲରେ ସେମାନେ ପହଞ୍ଚିଥିଲା ବେଳେ ସେଠାକାର କର୍ତ୍ତୃପକ୍ଷ ବେଡ୍‌ ନାହିଁ ବୋଲି କହିଥିଲେ । ୯ ତାରିଖ ସକାଳ ୬ଟାରେ ରଞ୍ଜିତଙ୍କୁ ତାଙ୍କ ପରିବାର ଲୋକେ କଳିଙ୍ଗ ହସ୍ପିଟାଲ ଆଣିଥିଲେ । ହେଲେ ସେଠାକାର ସିକୁ୍ୟରିଟି ତାଙ୍କୁ ଭିତରକୁ ପୂରାଇ ଦେଇନଥିଲା । ପରେ ସେମାନେ ଆପୋଲୋ ହସ୍ପିଟାଲ ଯାଇଥିଲା ବେଳେ ଡାକ୍ତର ଆଡ୍‌ମିସନ କରିବାକୁ ମନା କରିଥିଲେ । ରଞ୍ଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିଲା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ମଧ୍ୟ ସମାନ ପରିସ୍ଥିତି । ଏହାରେ ସାଢ଼େ ୮ଟା ସମୟରେ ଶ୍ରୀରାମ ହସ୍ପିଟାଲ ଯାଇଥିଲେ ସେମାନେ । ୪୫ହଜାର ଟଙ୍କା ଜମା କଲେ ଅପରେସନ ହେବ ବୋଲି କୁହାଯାଇଥିଲା । ପରିବାର ଲୋକେ ଟଙ୍କା ଯୋଗାଡ଼ କରିବା ପରେ ସେଠାରେ ମଧ୍ୟ ଚିକିତ୍ସା ପାଇଁ ମନା କରାଯାଇଥିଲା । ସନ୍ଧ୍ୟା ୬ଟା ବେଳକୁ ସେମାନେ ଯାଇଥିଲେ ଅଶ୍ୱିନୀ । ସେଠାରେ ମଧ୍ୟ ସମାନ ପରିସ୍ଥିତି । ଯନ୍ତ୍ରଣାରେ ଛଟପଟ ହେଉଥିବା ରଞ୍ଜିତଙ୍କୁ ବହୁ କଷ୍ଟରେ ଏମ୍ସକୁ ପୁଣି ଅଣାଯାଇଥିଲା । ସେତେବେଳେ ସମୟ ଥିଲା ରାତି ୧୦ଟା । ଦୁଇଘଣ୍ଟା ସେଠାରେ ଅପେକ୍ଷା କରିବା ଓ ଡାକ୍ତରଙ୍କୁ କାକୁତିମିନତି ହେବା ପରେ ମଧ୍ୟ କିଛି ହୋଇନଥିଲା । ତେବେ ସେଠାକାର ଡାକ୍ତର ତାଙ୍କୁ କିମ୍ସ ହସ୍ପିଟାଲକୁ ରେଫର କରିଥିଲେ । କିମ୍ସରେ ତାଙ୍କୁ ସେହିଦିନ ରାତିରେ ଭର୍ତ୍ତି କରାଯାଇଥିଲା ବେଳେ ୧୬ତାରିଖ ସନ୍ଧ୍ୟା ୭ଟା ବେଳେ ବିନା ଅପରେସନରେ ଛଡ଼ାଯାଇଥିଲା ।
ଏହି ସମୟ ଭିତରେ ଚନ୍ଦ୍ରଶେଖରପୁର ଥାନାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୧୬ ତାରିଖରେ କିମ୍ସରୁ ସର୍ଜରୀ ପାଇଁ ଅଣାଯାଇଥିଲା କ୍ୟାପିଟାଲ ହସ୍ପିଟାଲକୁ । ରାତି ତମାମ ଷ୍ଟ୍ରେଚରରେ ପଡ଼ିରହିଥିଲେ ରଞ୍ଜିତ । ୧୭ ତାରିଖ ଦିନଭରି ସେ ଷ୍ଟ୍ରେଚରରେ ରହିଥିଲା ବେଳେ ୧୮ ତାରିଖ ଅପରାହ୍ଣରେ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଦଶକଙ୍କୁ ଏ ସମ୍ପର୍କରେ ଅବଗତ କରାଗଲା । ସେ ଜଣେ ଡାକ୍ତରଙ୍କ ନମ୍ବର ଦେଇ ଯୋଗାଯୋଗ କରିବାକୁ କହିଥିଲେ । ମାତ୍ର ପରେ ତାଙ୍କୁ କିଡ୍‌ସ କୋଭିଡ୍‌ ହସ୍ପିଟାଲ ଡୁମୁଡୁମାକୁ ପଠାଯାଇଥିଲା । ସେଠାରୁ ପୁଣି ସେ ଫେରିଥିଲେ କ୍ୟାପିଟାଲକୁ । ୧୯ ତାରିଖ ଦିନ ରଞ୍ଜିତଙ୍କୁ କୋଭିଡ୍‌ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା ବେଳେ ଅପରାହ୍ଣ ୩ଟା ବେଳେ ପଜିଟିଭ୍‌ ଥିବାର ଖବର ଦେଇଥିଲା ବିଏମ୍‌ସି । ଏହାପରେ କିମ୍ସ କୋଭିଡ୍‌ ହସ୍ପିଟାଲକୁ ବିଏମ୍‌ସି ଆମ୍ବୁଲାନ୍ସ ସିଏ ଆସିଥିଲେ ରାତି ୧୨ଟାରେ ।
୧୦ଦିନ ଧରି ବୁଲିବା ପରେ, ଯନ୍ତ୍ରଣାରୁ ଉପଶମ ନମିଳିବା କାରଣରୁ ଅପରେସନ ଜରୁରୀ ଥିଲା । ହେଲେ ଏଥିପ୍ରତି କେହି ଦୃଷ୍ଟି ନଦେବାରୁ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ୨୨ ତାରିଖ ଦିନ ୧୧ଟା ବେଳେ ଅଭିଯୋଗ କରିଥିଲେ ପ୍ରଦୀପ ପ୍ରଧାନ । ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ଅପରେସନ କରିବାକୁ କିମ୍ସ ହସ୍ପିଟାଲକୁ ନିଦେ୍ର୍ଦଶ ଦେଇଥିଲେ କମିଶନ । ଆଉ ରାତି ୧୧ଟା ୩୦ମି.ରେ ରଞ୍ଜିତଙ୍କର ହୋଇଥିଲା ଅପରେସନ । ଏହି ଘଟଣାର ତଦନ୍ତ କରିବାକୁ କମିଶନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ନିଦେ୍ର୍ଦଶ ଦେବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୁଲିସ ଅଧିକାରୀଙ୍କ ଦାୟିତ୍ୱହୀନତାର କାରଣ ଉଲ୍ଲେଖ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପଟେ ଏବେ ରଞ୍ଜିତ ଡାକ୍ତରଖାନାରେ ଅପରେସନ ପରବର୍ତ୍ତୀ ଚିକିତ୍ସାରେ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*