ସାମ୍ବିଧାନିକ ବେଞ୍ଚକୁ ଗଲା ଧାରା ୩୭୦ ମାମଲା : ଆଜିଠୁ ଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୂଆଦିଲ୍ଲୀ

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ କେତେଗୁଡିଏ ମାମଲାକୁ ସୁପ୍ରିମକୋର୍ଟ ସୋମବାର ଏକ ସାମ୍ବିଧାନିକ ଖନ୍ଦପୀଠକୁ ପଠାଇ ଦେଇଛନ୍ତି । ୩୭୦ ଉଚ୍ଛେଦ, କାଶ୍ମୀରରେ ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ, ନାବାଳକୁ ବେଆଇନ୍‌ଭାବେ ଅଟକ ବିରୋଧରେ ଆଗତ ମାମଲାଗୁଡିକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖନ୍ଦପୀଠ, ବିଚାରପତି ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖନ୍ଦପୀଠ ନିକଟକୁ ପଠାଇ ଦେଇଛନ୍ତି । ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ସାମ୍ବିଧାନିକ ଖନ୍ଦପୀଠରେ ଜଷ୍ଟିସ୍‌ ଏସକେ କାଉଲ, ଆର ସୁବାଷ ରେ‡ି, ବିଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ପ୍ରମୁଖ ରହିବେ । ଖନ୍ଦପୀଠ ମଙ୍ଗଳବାର ଧାରା ୩୭୦ ଉଚ୍ଛେଦ ଏବଂ ତତସଂପର୍କିତ ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି ।
ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା, ସାମ୍ବାଦିକଙ୍କ ଉପରେ କଟକଣା ଭଳି ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନେକଗୁଡିଏ ମାମଲା ଆଗତ ହୋଇଥିଲା । ନ୍ୟାସନାଲ କନଫରେନ୍ସ, ଜେକେ ପିପୁଲ୍ସ ନେତା ସାଜଦ ଲୋନ୍‌, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌, ସିପିଏମ ନେତା ସୀତାରାମ ୟେଚୁରୀ, ଆଡଭୋକେଟ ଏମଏଲ ଶର୍ମା ଏବଂ ଅନ୍ୟ କିଛି ଲୋକ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
କିଛି ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖନ୍ଦପୀଠ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣିରେ ବ୍ୟସ୍ତ ଥିବାରୁ ଧାରା ୩୭୦ ସଂପର୍କିତ ମାମଲାଗୁଡିକୁ ବିଚାର କରିବାକୁ ସମୟ ପାଇବେ ନାହିଁ ବୋଲି ମତ ଦେଇଥିଲେ । ଏହାପରେ ଉକ୍ତ ମାମଲାଗୁଡିକୁ ରମଣାଙ୍କ ନେତୃତ୍ୱାଧିନ ଖନ୍ଦପୀଠକୁ ପଠାଇ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*