ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଉଭୟ ପକ୍ଷରୁ ମାମଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାରସକଣା
ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ବମ୍ବେଛକ ଠାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଝାରପୋଖରୀଆ ଥାନାରେ ଉଭୟ ପକ୍ଷ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ପ୍ରକାଶଥାଉ କି ରବିବାର ରାତିରେ ବାଲି କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳର ବାଲି ବ୍ୟବସାୟୀ ସମୀର କୁମାର ବେହେରା ଓ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ମଧ୍ୟରେ ବଚସା ହେବା ସହ ଯୁକ୍ତିତର୍କ ବଢିଥିଲା । ଘଟଣାକୁ କେନ୍ଦ୍ର କରି ସମୀର ବେହେରା ରାତି ୧୨ଟାରେ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ଯେ, ସମୀର ତାଙ୍କ ବନ୍ଧୁ ଦେବାଶିଷ ମହାପାତ୍ରଙ୍କ ସହ ମିଶି ରାତି ୧୧.୩୦ ସମୟରେ ବମ୍ବେଛକ ବଜାରରେ ଚାହା ପିଉଥିବା ବେଳେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସ ନିଶା ସେବନ କରି ଆସି ହଠାତ ଗାଳିଗୁଲଜ କରି ମାରପିଟ କରିବା ସହ ଚାନ୍ଦା ମାଗିଥିଲେ । ବୁଝାସୁଝା କରିବା ପରେ ମଧ୍ୟ ସାମ୍ବାଦିକ ଧମକ ଦେଇଥିଲେ ବୋଲି ଲିଖିତ ଅଭିଯୋଗ କରିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସ ଘଟଣାର ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ ଏକା ସହିତ ସମସ୍ତେ ବସି ଚା’ ପିଉଥିବା ବେଳେ ବାଲି କାରବାରକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏକ ଖବର ପ୍ରକାଶକୁ ନେଇ ସମୀର ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ହଠାତ ଉତକ୍ଷିପ୍ତ ହୋଇ ଉଠି ଆସି ଆକ୍ରମଣ କରିଥିଲେ । ସମୀର ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା କ୍ଷୀରୋଦ ଚନ୍ଦ୍ର ଦାସ ଲିଖିତ ଅଭିଯୋଗ କରିଛନ୍ତି । ଏ ବାବଦରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ସମୀରଙ୍କ ଲେଖାକୁ ଭିତ୍ତି କରି ଥାନାରେ ୧୩୯/୨୦୧୯ ଅନୁସାରେ ମାମଲା ରୁଜୁ କରାଯାଇ ଦଫା ୨୯୪, ୩୨୩, ୩୮୪, ୫୦୬ ଅନୁସାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସମୀର ବେହେରାଙ୍କ ବିରୋଧରେ ୧୪୦/୨୦୧୯ ଅନୁସାରେ ମାମଲା ରୁଜୁ କରାଯାଇ ଦଫା ୩୪୧,୨୯୪.୩୨୩,୫୦୬ ଆଇପିସି ଅନୁଯାୟୀ ତଦନ୍ତ ଆରମ୍ଭ କରିଥିବା ନେଇ ମାମଲାର ତଦନ୍ତ କରୁଥିବା ଅଧିକାରୀ ଏସ୍‌ଆଇ ପଞ୍ଚାନନ ମହାନ୍ତି ସୂଚନା ଦେଇଥିଲେ । ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ମାମଲାର ତଦନ୍ତ ଆରମ୍ଭ ହୋଇଥିଲେ ବି ପୁଲିସ କେଉଁଭଳି ପଦକ୍ଷେପ ଗ୍ରହଣ କରିବ ସେ ନେଇ ଚିନ୍ତାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*