ସାମାଜିକ ରାଜନୀତିକୁ ଅଗ୍ରାଧିକାର ଦେବ କଳିଙ୍ଗସେନା, ୧୧ଜଣଙ୍କୁ ରାଜଦଣ୍ଡ ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଳିଙ୍ଗସେନା ଏଣିକି ସାମାଜିକ ରାଜନୀତି ଉପରେ ଅଧିକ ଗୁରୁତ୍ୱ ଦେବ । ସମାଜରେ ଦେଖାଦେଉଥିବା ବିଭିନ୍ନ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସହିତ ଯୁବସମାଜର ବିକାଶ ଦିଗରେ ଅଧିକ ଧ୍ୟାନଦେବ ବୋଲି ଆଜି ଉପସ୍ଥିତ ଥିବା କଳିଙ୍ଗସେନାର ୫ହଜାର କଳିଙ୍ଗ ସୈନିକଙ୍କୁ ସେନାର ଊନବିଂଶ ପ୍ରତିଷ୍ଠା ଦିବସରେ ଉଦ୍ଘାଟନ କରି ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି । ଗୋଟିଏ ରାଜନୈତିକ ଦଳ ହିସାବରେ ଓଡିଶାର ସାମଗ୍ରିକ ବିକାଶ ପାଇଁ ସେନା ତାହାର ନିରନ୍ତର ଉଦ୍ୟମ ଜାରି ରଖିଥିବାବେଳେ ଏଣିକି ସାମାଜିକ ବିକାଶ ଉପରେ ଅଧିକ ଫୋକସ୍‌ ଦେବ । ରାଜ୍ୟରେ ଥିବା ଜାତୀୟ ଦଳ ସମେତ ଶାସନ ଚଳାଇଥିବା ଆଞ୍ଚଳିକ ଦଳ ବିଜଦ କେବଳ ନିରୋଳା ରାଜନୀତି କରି ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏହାଦ୍ୱାରା ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଯାଉଛି ବୋଲି ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ ସେନା ସୁପ୍ରିମୋ ଶ୍ରୀ ରଥ କହିଛନ୍ତି ।
କଳିଙ୍ଗସେନ÷ନିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଣିକି ଜନମତକୁ ଜାଗରିତ କରିବା ସହିତ ସେମାନଙ୍କ ପାଇଁ ରାଜକୋଷରୁ ଯାଉଥିବା ଅର୍ଥ କିଭଳି ବ୍ୟୟ ହେଉଛି ତାହା ଉପରେ ଗୁରୁତ୍ୱ ଦେବେ । ଏଥିସହିତ ରାଜ୍ୟବାସୀଙ୍କ ସ୍ୱାର୍ଥହାନି କଲା ଭଳି କାର୍ଯ୍ୟ କରୁଥିବା ରାଜନେତାଙ୍କ ମୁଖା ଖୋଲିବା ସହିତ ସେମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ରାଜ୍ୟବାସୀଙ୍କୁ ଅବଗତ କରିବେ । ରାଜ୍ୟକୁ ଆସୁଥିବା ଶିଳ୍ପସଂସ୍ଥା ଗୁଡିକରେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ଓଡିଆ ଯୁବକ କର୍ମସଂସ୍ଥାନ ପାଇବେ ଓ ବ୍ୟାଙ୍କ୍‌ରୁ ଋଣ ନେଇ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିନେଇ କଳିଙ୍ଗସେନା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଗରଣ ସଭା କରିବା ପାଇଁ କଳିଙ୍ଗ ସୈନିକମାନଙ୍କୁ ଶ୍ରୀ ରଥ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ଜନଆନେ୍ଦାଳନ କରି କାରାବରଣ କରିଥିବା କଳିଙ୍ଗ ସୈନିକ ମାନଙ୍କ ପାଇଁ ଊନବିଂଶ ପ୍ରତିଷ୍ଠା ଦିବସକୁ ଶ୍ରୀ ରଥ ଉତ୍ସର୍ଗ କରିଥିଲେ । ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ବିକାଶ, ଓଡ଼ିଆ ଜାତି, ଭାଷା, ସାହିତ୍ୟ, ଐତିହ୍ୟ, ପରମ୍ପରା, ସଂସ୍କୃତି ସର୍ବୋପରି ଓଡ଼ିଆ ମାଟିର ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପ ନେଇ ବାରମ୍ବାର ଜନ ଆନେ୍ଦାଳନ କରି କଳିଙ୍ଗ ସୈନିକମାନେ କାରାବରଣ କରିଥିଲା ବେଳେ ସେମାନଙ୍କୁ ରାଜଦନ୍ଦ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ହୋଇଥିବା କଳିଙ୍ଗ ସୈନିକଙ୍କ ଭିତରେ ବିଜୟ ରାଜ, ହୃଷିକେଶ ସେନାପତି, ଅବଦୁଲ କୟୁମ୍ ଖାନ୍, ସନ୍ତୋଷ ନାୟକ, ସରୋଜ ଆଚାର୍ଯ୍ୟ, ଜାନକୀ ରାଉତ, ଦିଲ୍ଲୀପ ନାଥ, ବିଶ୍ୱଜିତ୍ ଦେବତା, ଜଗଦୀଶ ହରିଚନ୍ଦନ, ରଞ୍ଜିତ୍ ରଣା, ମହେଶ ଦାସ ପ୍ରମୁଖଙ୍କୁ ରାଜଦନ୍ଦ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*