ସାଗ୍: ଭାରତ ଚମ୍ପିଆନ୍ ହେବାରେ ଜବାମଣିଙ୍କୁ ସ୍ୱର୍ଣ୍ଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପୋଖରା

ସୋମବାର ସାଗ୍ରେ ଲଗାତାର ତୃତୀୟଥର ପାଇଁ ମହିଳା ଫୁଟବଲ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରତୀୟ ମହିଳା ଫୁଟ୍ବଲ୍ ଦଳ ଚମ୍ପିଆନ ହୋଇଥିବାରୁ ଏହି ଦଳରେ ଖେଳୁଥିବା ଓଡ଼ିଆ ଝିଅ ଜବାମଣି ଟୁଡୁ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି । ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ମହିଳା ଫୁଟବଲ୍‌ ଦଳ ନେପାଳ ବିପକ୍ଷରେ ୨-୦ ଗୋଲ୍ରେ ବିଜେତା ହୋଇଛି । ଫାଇନାଲ୍ ମ୍ୟାଚ୍ରେ ଷ୍ଟାର ସାଜିଥିଲେ ଭାରତର ବାଲା ଦେବୀ । ବାଲା ଦେବୀ ମ୍ୟାଚ୍ର ୧୮ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲେ । ପରେ ରତନ୍ ବାଲାଙ୍କ ଠାରୁ ପାସ୍ ପାଇ ଦ୍ୱିତୀୟ ଗୋଲ୍ ମ୍ୟାଚ୍ର ୫୬ ମିନିଟ୍ରେ ଦେଇଥିଲେ । ୨୯ ବର୍ଷିୟ ବାଲା ଏହି ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ୍ରେ ୫ଟି ଗୋଲ୍ ଦେଇ ବ୍ୟକ୍ତିଗତ ସ୍କୋର ତାଲିକାର ଶୀର୍ଷରେ ଅଛନ୍ତି । ଭାରତର ଗୋଲକିପର ଅଦିତି ଚୌହାନ୍ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରି ପୂରା ପ୍ରତିଯୋଗିତାରେ ଗୋଟିଏ ବି ଗୋଲ୍‌ ଖାଇନାହାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*