ସାଗ୍‌ : ଭାରତ ପାଖରେ ୪ ମେଡାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କାଠମାଣ୍ଡୁ

ଏଠାରେ ଆରମ୍ଭ ହୋଇଥିବା ୧୩ତମ ଦକ୍ଷିଣ ଏସିୟ କ୍ରୀଡ଼ାରେ ଭାରତର ମେଡ଼ାଲ ଜିତିବା ଧାରା ସୋମବାର ଆରମ୍ଭ ହୋଇଛି । ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ପୁରୁଷ ବ୍ୟକ୍ତିଗତ ଟ୍ରାଇଥଲନ୍‌ ଇଭେଣ୍ଟରେ ଭାରତର ଆଦର୍ଶ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହି ଇଭେଣ୍ଟର ରୌପ୍ୟ ପଦକ ଭାରତର ବିଶ୍ୱଜିତ ହାସଲ କରିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ସରୋଜିନୀ ଦେବୀ ଏବଂ ମୋହନ ପ୍ରଜ୍ଞା ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି । ବ୍ୟକ୍ତିିଗତ ଟ୍ରାଇଥଲନରେ ଜଣେ ଖେଳାଳିଙ୍କୁ ୭୫୦ ମିଟର ପହଁରା, ୨୦ କି.ମି ସାଇକେଲ ଚାଳନା ଏବଂ ୫ କି.ମି ଦୌଡ଼ିବାକୁ ହୋଇଥାଏ । ଏହି ପ୍ରତିଯୋଗିତାରେ ଭାରତ ୧୫ଟି ଖେଳରେ ଭାଗ ନେଇଥିଲା ବେଳେ ୪୮୭ ଜଣ ଖେଳାଳି ଯାଇଛନ୍ତି କାଠମାନ୍ଦୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*