ସାଗରେ ଭାରତୀୟ ଆର୍ଚର ଖେଳିପାରିବେ ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

୨୦୨୦ ଟୋକିଓ ଅଲିମ୍ପିକ୍‌ ସକାଶେ ପ୍ରସ୍ତୁତିରେ ଥିବା ଭାରତୀୟ ତୀରନ୍ଦାଜ ଖେଳାଳିଙ୍କ ଲାଗି ପୁଣି ଏକ ଝଟକା ଲାଗିଛି । ଭାରତୀୟ ଆର୍ଚେରୀ ସଂଘକୁ ବିଶ୍ୱ ଆର୍ଚେରୀ ସଂଘ ସସ୍‌ପେନ୍ଦ କରିଦେଇଛି । ଫଳରେ ଆଗାମୀ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଖେଳାଳି ଜାତୀୟ ପତାକା ତଳେ ଖେଳିପାରିବେ ନାହିଁ । ହେଲେ ତା’ଠାରୁ ବଡ଼ ଅପମାନ ଆଞ୍ଚଳିକ କ୍ଷେତ୍ରରେ ଭାରତ ପାଇଛି । ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ନେପାଳରେ ହେବାକୁ ଯାଉଥିବା ଦକ୍ଷିଣ ଏସିଏ କ୍ରୀଡ଼ାରେ ଭାରତୀୟ ଆର୍ଚରମାନଙ୍କୁ ଖେଳିବାର ସୁଯୋଗ ମିଳିବ ନାହିଁ । ଯେହେତୁ ଭାରତୀୟ ଆର୍ଚେରୀ ସଂଘ ସସ୍‌ପେନ୍ଦ ହୋଇଛି ତେଣୁ ଦକ୍ଷିଣ ଏସିଆ ଆର୍ଚେରୀ ଫେଡେରେସନ୍‌ ଭାରତକୁ ନେପାଳରେ ଭାଗ ନେବା ପାଇଁ ଅନୁମତି ଦେଇନାହିଁ । ଢାକା ଠାରେ ନିକଟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*