ସାଉଦିରେ ଜ୍ୟାକ୍‌ଲିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାନ୍ଦିଜ୍‌ଙ୍କ ମନ ଏବେ ଆକାଶରେ । ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ବର୍ତ୍ତମାନ ବେଶ୍‌ ଖୁସି ଅଛନ୍ତି । ସେ ବଲିଉଡର ଏଭଳି ଫିମେଲ ସେଲିବ୍ରିଟି ବନିଯାଇଛନ୍ତି, ଯାହାଙ୍କର ଫଟୋ କିଙ୍ଗଡମ୍‌ ଅଫ୍‌ ସାଉଦୀ ଆରବିଆ(କେଏସ୍‌ଏ) ଏୟାର୍‌ପୋର୍ଟରେ ଲଗାଯାଇଛି । ଜ୍ୟାକ୍‌ଲିନ୍‌ଙ୍କ ଫଟୋ ଏକ କମର୍ସିଆଲରେ ସାଉଦୀ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ବିଶେଷ କଥା ହେଉଛି, ଏହି ଦେଶରେ ପ୍ରଚଳିତ ଅନ୍ୟ କର୍ମସିଆଲ ଭଳି ଫଟୋଟିରେ ଜ୍ୟାକ୍‌ଲିନ୍‌ ନକାବ ପିନ୍ଧି ନଥିବା ଦେଖିବାକୁ ମିଳିଛି ।
ଜ୍ୟାକ୍‌ଲିନ୍‌ଙ୍କୁ ଶେଷ ଥର ଲାଗି ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ଫିଲ୍ମ ସାହୋରେ ଏକ ଆଇଟମ୍‌ ନମ୍ବରରେ ଦେଖିବାକୁ ମିଳିଥିଲା । ଜ୍ୟାକ୍‌ଲିନଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ୍‌’ ନଭେମ୍ବର ୧ ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ଅପେକ୍ଷାରେ ରହିଛି । ତରୁଣ ମନସୁଖାନୀଙ୍କ ନିଦେ୍ର୍ଦଶନା ଏବଂ କରନ ଜୋହର୍‌ଙ୍କ ଧର୍ମା ପ୍ରୋଡକ୍ସନ୍‌ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂ ରାଜପୁତ ନଜର ଆସିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*