ସାଉଥ୍‌ ଫିଲ୍ମର ରିମେକ୍‌ରେ ରାଜ୍‌କୁମାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ର ସାନ୍‌ଦାର ଅଭିନେତା ରାଜ୍‌କୁମାର ରାଓଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଏଇ ନିକଟରେ ରାଜ୍‌କୁମାରଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ଘୋଷଣା ହୋଇଛି । ତେଲୁଗୁ ଫିଲ୍ମର ‘ହିଟ୍‌’ର ହିନ୍ଦୀ ରିମେକ୍‌ରେ ରାଜ୍‌କୁମାରଙ୍କୁ ଏକ ଦମ୍‌ଦାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହା ଏକ ଥ୍ରୀଲର୍‌ ଫିଲ୍ମ ଅଟେ । ତେଲୁଗୁ ଫିଲ୍ମ ‘ହିଟ୍‌’ର ନିଦେ୍ର୍ଦଶନା ଶୈଲେସ୍‌ କୋଲାନୁ କରିଥିବାବେଳେ ଏହାର ହିନ୍ଦୀ ରିମେକ୍‌କୁ ମଧ୍ୟ ସେ ନିଦେ୍ର୍ଦଶନା ଦେବେ ବୋଲି ଜଣାପଡ଼ିଛି । ତେବେ ଫିଲ୍ମଟି ପ୍ରିପ୍ରଡକ୍ସନ୍‌ ଷ୍ଟେଜ୍‌ରେ ରହିଛି । ଏହି ଫିଲ୍ମକୁ ଦିଲ୍‌ ରାଜୁ ଏବଂ କୁଲଦୀପ୍‌ ରାଠୋର ପ୍ରଡୁ୍ୟସ୍‌ କରୁଛନ୍ତି । ତେବେ ଫିମେଲ୍‌ ଲିଡ୍‌କୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । ରାଜ୍‌କୁମାରଙ୍କ ହାତରେ ବର୍ତ୍ତମାନ ‘ହିଟ୍‌’ ଫିଲ୍ମ ବ୍ୟତୀତ ଅନେକ ଫିଲ୍ମ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ‘ଲୁଡୋ’, ‘ରୁହି ଅଫ୍‌ଜା’ ଏବଂ ‘ଛଲାଙ୍ଗ୍‌’ । ‘ରୁହି ଅଫ୍‌ଜା’ରେ ତାଙ୍କ ବିପକ୍ଷରେ ଜାହ୍ନବୀ କପୁର ନଜର ଆସୁଛନ୍ତି । ଏହାବ୍ୟତୀତ ‘ଲୁଡୋ’ରେ ସେ ଅମିତାଭ ବଚ୍ଚନ, ଫାତିମା ସନା ଶେଖ୍‌, ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*