ସାଇବର ଅପରାଧୀଙ୍କୁ ଟାର୍ଗେଟ କରିବେ ବର୍ମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆଇନ ଶିକ୍ଷା ପରେ ଓକିଲାତି କରିବାର ଲାଇସେନ୍ସ ବାହାର କରିବା ପରେ ସୁଟିଂ ପ୍ରତି ଅଧିକ ଝୁଙ୍କ୍‌ ଆସିଯାଏ ଅଭିଷେକ ବର୍ମାଙ୍କର । ସେ ପୁରା ମାତିଯାଆନ୍ତି ସୁଟିଂରେ । ସେଥିରେ ବ୍ୟାପକ ସଫଳତା ହାସଲ କରି ଦେଶ ପାଇଁ ଏକାଧିକ ପଦକ ଜିତି ଆଣନ୍ତି । ଏବେ କୋଭିଡ୍‌ -୧୯ସକାଶେ ଖେଳ ଦୁନିଆ ଏକରକମ୍‌ ବନ୍ଦ ଥିଲାବେଳେ ଅଭିଷେକ ପ୍ଳାନ କରିଛନ୍ତି ଓକିଲାତି ପେସା ଆଡକୁ ଏବେ ଢଳିବାର । ସୁଟିଂ ଓ ଆଇନ ପେସା ମଧ୍ୟରେ ବାଲାନ୍ସ ରଖିପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ । ଆଇନ ଶିକ୍ଷା ସହ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିଥିବା ବର୍ମା ସାଇବର ଅପରାଧ କେସ ଗ୍ରହଣ କରିବାକୁ ଆଗ୍ରହୀ । ଅଲିମ୍ପିକ୍‌ ପରେ ଆଇନ ପେସା ଆରମ୍ଭ କରିବାର ଯୋଜନା ଥିଲା । ହେଲେ ଅଲିମ୍ପିକ୍‌ ବର୍ଷକ ପାଇଁ ଘୁଞ୍ଚି ଯାଇଛି । ତେଣୁ ମୁଁ ଏ ସମୟରେ ଓକିଲାତି ଆରମ୍ଭ କରିବାକୁ ଚାହୁଁଛି ବୋଲି ବର୍ମା କହିଛନ୍ତି । ଯେହେତୁ ମୁଁ କମ୍ପ୍ୟୁଟର ପଢିଛି ତେଣୁ ସାଇବର ଅପରାଧମୂଳକ କେସ୍‌ ମୋ ଆଗ୍ରହର ରହିବ ବୋଲି ଭାବୁଛି । ବିଶ୍ୱକପ୍‌ ସୁଟିଂରେ ଡବଲ୍‌ ସ୍ୱର୍ଣ୍ଣପଦକ ବିଜେତା ଅଭିଷେକଙ୍କ ରକ୍ତରେ ଅଛି ଆଇନର ଧାରା । ତାଙ୍କ ବାପା ପଞ୍ଜାବ- ହରିୟାନା ହାଇକୋର୍ଟର ଜଣେ ଜଜ୍‌ ଅଛନ୍ତି । ବର୍ତ୍ତମାନର ମହାମାରୀ ପାଇଁ ଚଣ୍ଡିଗଡ଼ସ୍ଥିତ ନିଜ ଘରେ ରହିଥିବା ବର୍ମା ସେଠାରେ ଏକ ମିନି ଜିମ୍‌ ବନାଇ ଫିଟ୍‌ନେସ୍‌ ଟ୍ରେନିଂ କରୁଛନ୍ତି । ତା ସହ ଯୋଗ ଓ ପ୍ରାଣାୟାମ ବି କରୁଥିବା ବତାଇଛନ୍ତି ଅଭିଷେକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*