ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚାନ୍ଦବାଲି

ବୋଇତ ବନ୍ଦାଣ ଉତ୍ସବ ଉକôଳୀୟ ସଂସ୍କୃତି ଓ ପରମ୍ପରାର ଗଣ ପର୍ବ, ଦୁଃସାହସିକ ନୌବାଣିଜ୍ୟ ପ୍ରମାଣ କରେ କଳିଙ୍ଗା ସାହସିକା । ଓଡିଶା ଉପକୂଳରେ ଏକଦା ଅନେକ ବନ୍ଦର ଥିଲା । ଯେଉଁ ମୁହାଣ ପଥ ଦେଇ ସାଧବମାନେ ବୋଇତ ଯାତ୍ରା କରୁୁଥିଲେ ଏବଂ ଫେରି ଆସୁଥିଲେ ସେହି ମୁହାଣ ନିକଟରେ ଗୋଟିକ ପରେ ଗୋଟିଏ ଆଧୁନିକ ବନ୍ଦର ଗଢ଼ି ଉଠିଛି । ଚାନ୍ଦବାଲି ହେଉଛି ଓଡିଶାର ଏକମାତ୍ର ସ୍ଥାନ ଯେଉଁଠି ବୋଇତରୁ ଷ୍ଟିମର ଏବଂ ଷ୍ଟିମରରୁ ଜାହାଜ ପର୍ଯ୍ୟନ୍ତ ନୌବାଣିଜ୍ୟ ସ୍ମୃତି ଅଦ୍ୟାପି ଭାସ୍ୱର । ଏହି ଉତ୍ସବ ଚାନ୍ଦବାଲିର ପରିଚୟ ଓ ସ୍ୱାଭିମାନ ହୋଇଥିବାରୁ ଏହାକୁ ସରକାରୀ ଭାବରେ ପାଳନ କରିବାକୁ ଚାନ୍ଦବାଲି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ମତ ପ୍ରକାଶ ପାଇଛି ।
ଏହି ଅବସରରେ ପ୍ରତିଷ୍ୟରୁ ବୋଇତରାଣୀ ବୈତରଣୀ ନଦୀ ଘାଟରେ ପୂଜାର୍ଚ୍ଚନା ପୂର୍ବକ ଡଙ୍ଗା ଭସା ଅନୁଷ୍ଠିତ ହୋଇଥିଲା ଓ ଜଗନ୍ନାଥ ମନ୍ଦିର ପରିସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅଧ୍ୟାପକ ରବିନ୍ଦ୍ର ବେହୁରିଆ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫେସର ଶାନ୍ତନୁ ମହାନ୍ତି ମୁଖ୍ୟ ଅତିଥି, ସାହିତି୍ୟକ ପ୍ରଫୁଲ୍ଲ ଦାସ ମୁଖ୍ୟ ବକ୍ତା, ବିଶିଷ୍ଟ ଅତିଥି ଭାବରେ ଏସ୍ଏନ୍ କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ସମ୍ମାନିତ ଅତିଥି ଭାବରେ କବି କମଳାକାନ୍ତ ମହାନ୍ତି, ଚିନ୍ତାମଣି ମହାରଣା, ଅମୂଲ୍ୟ ରାଉତ, ଶିଶିର ଦାସ, ଦିପ୍ତିମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । କଟକ ବାଲିଯାତ୍ରା ରାଜ୍ୟ ଉତ୍ସବ ମାନ୍ୟତା ପାଇଥିବାରୁ ଅତିଥି ଓ ବକ୍ତାମାନେ ଖୁସି ବ୍ୟକ୍ତ କରିବା ସଂଗେ ସଂଗେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ଶେଷରେ ସାମ୍ବାଦିକ ଅଶୋକ ପନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*