ସାଂସଦଙ୍କ ପାଇଁ ବନ୍ଦ ହେଲା ସଂସଦ କ୍ୟାଣ୍ଟିନରେ ଫୁଡ୍‌ ସବ୍‌ସିଡି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କୁ ମିଳୁଥିବା ଫୁଡ୍‌ ସବ୍‌ସିଡି(ଖାଦ୍ୟ ରିହାତି) ଗୁରୁବାରଠାରୁ ବନ୍ଦ ହୋଇଯାଇଛି । ଲୋକସଭା ବାଚସ୍ପତି ଓମ ବିରଲା ଏହି ସୂଚନା ଦେବା ସହ ସବୁ ଦଳର ସାଂସଦମାନେ ଖାଦ୍ୟ ସବସିଡି ବନ୍ଦ କରାଯିବା ନେଇ ସହମତ ହୋଇଛନ୍ତିି ବୋଲି କହିଥିଲେ । ଲୋକସଭାର କାର୍ଯ୍ୟ ମନ୍ତ୍ରଣା ସମିତିର ବୈଠକରେ ଲୋକସଭା ଅଧ୍ୟକ୍ଷ କ୍ୟାଣ୍ଟିନରେ ଖାଦ୍ୟ ଖାଇବା ପାଇଁ ମିଳୁଥିବା ସବସିଡି ବ୍ୟବସ୍ଥା ଶେଷ କରିବା ନେଇ ପ୍ରସ୍ତାବ ରଖିଥିଲେ । ଯାହାପରେ ସବୁ ଦଳର ସାଂସଦମାନେ ଏଥିରେ ନିଜର ସମ୍ମତି ଜଣାଇଥିଲେ । ପ୍ରକାଶ ଥାଉ କି, ସଂସଦ କ୍ୟାଣ୍ଟିନରେ ଏହି ସବ୍‌ସିଡି ବନ୍ଦ ହେବା ଦ୍ୱାରା ପ୍ରତି ବର୍ଷ ଏଥିପାଇଁ ଖର୍ଚ୍ଚ ହେଉଥିବା ପାଖାପାଖି ୧୭କୋଟି ଟଙ୍କା ବଞ୍ଚôଯିବ ।
ସୂତ୍ରାନୁଯାୟୀ, ଏବେ ସଂସଦ କ୍ୟାଣ୍ଟିନରେ ସବୁ ସଦସ୍ୟଙ୍କୁ ସାଧାରଣ ଦାମ୍‌ରେ ଖାଦ୍ୟ ମିଳିବ । ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଖାଇବା ଲାଗି ସାଂସଦମାନଙ୍କୁ ଦିଆଯାଉଥିବା ମୋଟା ସବ୍‌ସିଡି ନେଇ ୨୦୧୫ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାପରେ ସରକାରଙ୍କ ଏପ୍ରକାର ସବସିଡି ବ୍ୟବସ୍ଥାକୁ ସାଧାରଣରେ ଖୁବ୍‌ ସମାଲୋଚନା କରାଯାଇଥିଲା । ଏହାପରେ ୨୦୧୬ରେ କ୍ୟାଣ୍ଟିନ୍‌ରେ ପରଷା ଯାଉଥିବା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଇଥିଲା । ପ୍ରକାଶଯୋଗ୍ୟ ଯେ, ସାଂସଦମାନଙ୍କ ସହ ସଂସଦରେ କାର୍ଯ୍ୟରତ ଷ୍ଟାଫ୍‌, ସୁରକ୍ଷାକର୍ମୀ, ସାମ୍ବାଦିକ ଏବଂ ସଂସଦର କାର୍ଯ୍ୟବାହୀ ଦେଖିବାକୁ ଆସୁଥିବା ଲୋକେ ମଧ୍ୟ କ୍ୟାଣ୍ଟିନରେ ସବସିଡିଯୁକ୍ତ ଖାଦ୍ୟ ଖାଉଥିଲେ । ତେଣୁ ଅନେକ ସମୟରେ ସଂସଦ କ୍ୟାଣ୍ଟିନ୍‌ରେ ମିଳୁଥିବା ସବ୍‌ସିଡିକୁ ନେଇ ବିରୋଧ ଦେଖାଯାଇଥିଲା ।
ବୈଜନ୍ତ ଉଠାଇଥିଲେ ସବ୍‌ସିଡି ଶେଷ କରିବାର ଦାବି
୨୦୧୫ରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ସଂସଦ କ୍ୟାଣ୍ଟିନ୍‌ରେ ସାଂସଦମାନଙ୍କୁ ୮୦% ଯାଏ ସବ୍‌ସିଡି ମିଳୁଛି । ସେହିସମୟରେ ବିଜଦରେ ସାଂସଦ ଥିବା ବୈଜନ୍ତ ଜୟ ପନ୍ଦା ବାଚସ୍ପତିଙ୍କୁ ଚିଠି ଲେଖି ସବସିଡି ଶେଷ କରାଯାଉ ବୋଲି ଦାବି କରିଥିଲେ । ସେ କହିଥିଲେ ଯେ, ଯେତେବେଳେ ସରକାର ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ଥିବା ଲୋକଙ୍କୁ ଏଲପିଜି ସବ୍‌ସିଡି ଛାଡିବାକୁ ଆହ୍ୱାନ କରୁଛନ୍ତି, ସେତେବେଳେ ସାଂସଦମାନେ ବି କ୍ୟାଣ୍ଟିନରେ ସବ୍‌ସିଡି ଛାଡିବା ଉଚିତ୍‌ ।
୨୦୧୨-୧୩ରେ ସଂସଦ କ୍ୟାଣ୍ଟିନ୍‌ରେ ସବସିଡି ପାଇଁ ୧୨.୫୨କୋଟି ଟଙ୍କା, ୨୦୧୩-୧୪ରେ ୧୪.୦୯କୋଟି ଟଙ୍କା, ୨୦୧୪-୧୫ ପାଇଁ ୧୫.୮୫ କୋଟି ଟଙ୍କା, ୨୦୧୫-୧୬ରେ ୧୫.୯୭ କୋଟି ଟଙ୍କା ଏବଂ ୨୦୧୬-୧୭ରେ ୧୫.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରୁ ପ୍ରକାଶ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*