ସହିଦ ଯୱାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଶ୍ରଦ୍ଧାଞ୍ଜଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ:ଯାଜପୁର ଟାଉନ

ଆସାମ୍ ରାଇଫଲ୍ସ ୮ମ ବାଟାଲିୟନ ମିଜୋରାମ୍ ସିରଚିପ୍ ଜିଲ୍ଲା ଚୀନ ସୀମାରେ ଗନ୍ମ୍ୟାନ ଭାବେ କାର୍ଯରତ ଥିବା ପ୍ରବୀର କୁମାର ନାୟକ(୩୮)ଙ୍କର ହୃଦ୍ଘାତରେ ପରଲୋକ ଘଟିଛି । ସଦିଦ୍ ପ୍ରବୀରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ସ୍ୱଗ୍ରାମରେ ସକ୍ରାର କରାଯାଇଥିଲା । ପ୍ରବୀର ହେଉଛନ୍ତି ଯାଜପୁର ବ୍ଲକ ଅନ୍ତର୍ଗତ କଚେରୀ ଗାଁ ଗ୍ରାମର ସ୍ୱର୍ଗତ ଦିବାକର ନାୟକଙ୍କର ପୁତ୍ର । ପ୍ରବୀରଙ୍କ ପତ୍ନୀ ଓ ୨ ଝିଅ ଅଛନ୍ତି । ପ୍ରବୀର ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥନ୍ଦା ଯୋଗୁଁ ତାଙ୍କର ହୃଦ୍ଘାତ ହୋଇଥିବା ଜଣାପଡ଼ିଛି । ସଦିଦ ପ୍ରବୀର ପାର୍ଥୀବ ଶରୀରକୁ ଏକ ବିଶାଳ ଶୋଭାଯାତାରେ ବରୁହାଁଠାରୁ ତାଙ୍କ ଘର ପର୍ଯ୍ୟନ୍ତ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚô ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*