ସହିଦଙ୍କ ସମ୍ପର୍କିୟଙ୍କୁ ତଣ୍ଟିଆ ମାରିବା ଘଟଣା: ବିଧାୟକ ଦେବାଶିଷଙ୍କ ନାଁରେ ୪ ଏତଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ/ଭୁବନେଶ୍ୱର

ନିଆଳି ଅଂଚଳର ସହିଦ ଯବାନ ମନୋଜ ବେହେରାଙ୍କ ମରଶରୀର ତାଙ୍କ ପୈତୃକ ଗ୍ରାମ ରତନପୁରରେ ସଂସ୍କାର ପାଇଁ ରହିଥିବା ବେଳେ ତାଙ୍କର ସଂପର୍କୀୟ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ବିଭିନ୍ନ ମହଲରେ ବିଧାୟକଙ୍କ ଏତାଦୃଶ ଆଚରଣକୁ ଦୃଢ ନିନ୍ଦା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଗିରଫ କରିବାକୁ ଦାବି କରି ମହିଳା କଂଗ୍ରେସ ପକ୍ଷରୁ ଆଜି ବାଦାମବାଡି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଲିସରେ ଏକ ଏତଲା ଦିଆଯାଇଥିଲା । ଏଥିରେ ଅଭିଯୋଗ କରାଯାଇଛି ଯେ, ବିଧାୟକଙ୍କର ଏତାଦୃଶ ନିନ୍ଦନୀୟ ଆଚରଣ ସବୁ ମହଲରେ ନିନ୍ଦିତ ହୋଇଛି । ଏପରିକି ପାକିସ୍ତାନରେ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି । ବିଧାୟକଙ୍କ ଆଚରଣ କଟକ ସହରକୁ ଅପମାନିତ କରିଛି । ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିଶୁଣି ତାଙ୍କ ବିରୋଧରେ କୈାଣସି ପଦକ୍ଷେପ ନେଉନାହାନ୍ତି । ଏଣୁ ବିଧାୟକଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କଟକ ନଗର ମହିଳା କଂଗ୍ରେସ କମିଟି ସଭାପତି ଶୈଳବାଳା ଜେନାଙ୍କ ସମେତ ଗିରିବାଳା ବେହେରା ପ୍ରମୁଖ ଦାବି କରିଛନ୍ତି ।
ସେହିପରି ଅପରାହ୍ନ ୫ ଘଟିକାରେ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଭାଜପା ବାରବାଟୀ-କଟକର ଏକ ପ୍ରତିନିଧି ମନ୍ଦଳି କଟକ ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ଦାଦାଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ତଂଟିଆ ମାରିବା ଓ ଏହାକୁ ସମଗ୍ର ଦେଶ ତଥା ଆନ୍ତର୍ଜାତିକ ଗଣମାଧ୍ୟମ ସାମ୍ନାରେ ଦେଶକୁ ଲଜ୍ଜିତ କରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏତଲା ଦେଇଥିଲା । ଏହି ପ୍ରତିନିଧି ମନ୍ଦଳିରେ ଜିଲ୍ଲା ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାରାଣୀ ଦାସ, ମିନକେତନ ଦାସ, ବିଜୟଲକ୍ଷ୍ମୀ ତ୍ରୀପାଠି, ଲଲାଟେନ୍ଦୁ ଦାସ, ଦିପ୍ତୀ ନାରାୟାଣ ସାହୁ, ରଶ୍ମୀରେଖା ଦାସ, କଳ୍ପନା ପଟ୍ଟନାୟକ, ହରପ୍ରଶନ୍ନ ଦାସ, ଜିତେନ ବେହେରା, ସ୍ୱାଧୀନ ମହାନ୍ତି, ସାର୍ଥକ ରାୟ, ବୀଣାପାଣି ତ୍ରୀପାଠି, ଲୋକନାଥ ସାହୁ, ସମର୍ପିତା ଚୌଧୁରୀ, ଅଭିଷେକ ସିଂ, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ସାମିଲ ଥିଲେ ।
ସେହିପରି ଶୁକ୍ରବାର ଖନ୍ଦଗିରି ଥାନାରେ ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି ଖନ୍ଦଗିରି ଥାନା ସରକନ୍ତରାର ଖନ୍ଦୁଆଳ ବିହାରରେ ରହୁଥିବା ଡାକ୍ତର ସୁବାଷ ମହାପାତ୍ର । ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇବା ସହ ଦେଶଦ୍ରୋହୀ ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଜଣେ ଦେଶଦ୍ରୋହୀକୁ ପ୍ରୋତ୍ସାହନ କରୁନାହାନ୍ତି । ବିଧାୟକଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଅଂଚଳବାସୀ ଦାବି କରିଛନ୍ତି ।
ସେହିପରି ଭାଜପା ପକ୍ଷରୁ କ୍ୟାପିଟାଲ ଥାନାରେ ବିଜଦ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଦେଶକୁ ଅପମାନିତ କରିଥିବା ଅପରାଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*