ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଲୋକଙ୍କ ଚିନ୍ତା ବଢ଼ାଉଛି ଆବର୍ଜନା ପାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:ବ୍ୟାସନଗର

ବ୍ୟାସନଗର ପୌରପାଳିକାର ୨୬ଟି ୱାର୍ଡର ଡ୍ରେନ ସଫେଇ ନ ହେବାରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି । ହେଲେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ପୌର ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ପ୍ରତ୍ୟେକ ୱାର୍ଡରେ ବସାଯାଇଥିବା ଡଷ୍ଟବିନ୍ର ମଇଳା ଖାଲି ନ ହେବାରୁ ଆବର୍ଜନା ରାସ୍ତା ଉପରେ ଭାସୁଛି । ଫଳରେ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ପୌରପାଳିକା ପକ୍ଷରୁ ପରିମଳ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ଠିକା ନେଇଥିବା ଯାଗୃତି ସଂସ୍ଥା ନିୟମିତ ସଫା କରୁନଥିବା ଅଭିଯୋଗ ହୋଇଛି । ସହରକୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛିଦିନ ପୂର୍ବେ ବ୍ୟାସଦେବ ଟାଉନହଲଠାରେ ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଅଭିଯାନ ବର୍ଜ୍ୟବସ୍ତୁ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ହୋଇଥିଲା । ପ୍ରଶାସନ ତରଫରୁ ଡ୍ରେନ ସଫା କରିବା ସାଙ୍ଗକୁ ସହରକୁ ସ୍ୱଚ୍ଛ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ତାହା କିନ୍ତୁ କାଗଜପତ୍ରରେ ରହିଗଲା ଭଳି ମନେ ହୁଏ । ପୌର ପରିଷଦ ଶାସନ ଏବେ ପ୍ରଶାସକଙ୍କ ହାତରେ ରହିଛି । ଏହା ସତ୍ତ୍ୱେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଥିପ୍ରତି ପୌର ପ୍ରଶାସକ ଓ ସ୍ଥାନୀୟ ରାଜନେତା ୱାର୍ଡ ପ୍ରତିନିଧିମାନେ ମୁନ୍ଦ ଖେଳାଇବାକୁ ସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*