ସହଯୋଗ ପାଇଁ ଆଗେଇ ଆସିଲେ ସମସ୍ତେ ହ୍ୟାନ୍ଦ ସାନିଟାଇଜର, ସାବୁନ୍‌ ଦାମ ୧୫ ପ୍ରତିଶତ କମିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ହିନ୍ଦୁସ୍ତାନ ୟୁନିଲିଭର, ଗୋଦରେଜ, ପତଞ୍ଜଳି ଆଦି ଏଫଏମସିଜି କମ୍ପାନୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗକୁ ଆସିଛନ୍ତି । ସେମାନେ ନିଜ କମ୍ପାନୀର ସାବୁନ୍‌ ଏବଂ ଅନ୍ୟ ସ୍ୱଚ୍ଛତା ଉତ୍ପାଦ ମୂଲ୍ୟ ହ୍ରାସ ସହ ଏହାର ଉତ୍ପାଦନ ବୃଦ୍ଧି ଉପରେ ଜୋର ଦେଇଛନ୍ତି ।
ହିନ୍ଦୁସ୍ତାନ ୟୁନିଲିଭର କରୋନା ସଂକ୍ରମଣ ଲଢେଇରେ ଆଗକୁ ଆସି ଲାଇଫବୟ ସାନିଟାଇଜର, ହ୍ୟାନ୍ଦୱାସ୍‌ ଏବଂ ଡୋମେକ୍ସ ଫ୍ଲୋରକ୍ଳିନର ମୂଲ୍ୟକୁ ୧୫ ପ୍ରତିଶତ ହ୍ରାସ କରିଛି । ଏଥିସହ ଆସନ୍ତା କିଛି ମାସ ମଧ୍ୟରେ ଆବଶ୍ୟକୀୟ ଲୋକଙ୍କୁ ଦୁଇକୋଟି ଲାଇଫବୟ ସାବୁନ୍‌ ମାଗଣାରେ ବାଣ୍ଟିବାର ଘୋଷଣା କରିଛି ।
ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ଆଲଭେରା ଏବଂ ହଳଦୀ-ଚନ୍ଦନ-ସାବୁନ୍‌ ମୂଲ୍ୟକୁ ୧୨.୫ ପ୍ରତିଶତ ହ୍ରାସ କରିଛି । ସେହିପରି ଗୋଦରେଜ୍‌ ମଧ୍ୟ କଞ୍ଚାମାଲର ମୂଲ୍ୟବୃଦ୍ଧିକୁ ଗ୍ରାହକଙ୍କ ଉପରେ ନ ଠେଲିବା ପାଇଁ ଉତ୍ପାଦର ମୂଲ୍ୟବୃଦ୍ଧି କରିବ ନାହିଁ ବୋଲି ଘୋଷଣା କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*