ସହଦେବଖୁଣ୍ଟା ଥାନାରେ ଅଟକ ଯୁବକଙ୍କ ମିଳୁନି ପତ୍ତା ଏସପିଙ୍କ ନିକଟରେ ପରିବାର ଲୋକଙ୍କ ଫେରାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାଲେଶ୍ୱର
ବିନା କାରଣରେ ୬ ଦିନ ପୂର୍ବରୁ ସହଦେବଖୁଣ୍ଟା ଥାନା ପୁଲିସ ଘରୁ ଉଠାଇ ନେଇଥିବା ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ପରିବାର ଲୋକେ ଉଦ୍ବେଗ ପ୍ରକାଶ ସହ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଚୁଡ଼ାକୁଟା ସାହିର ସନ୍ୟାସୀ ବଗାଳଙ୍କ ପତ୍ନୀ ଗୁରୁବାରୀ ବଗାଳଙ୍କ ସମେତ ପରିବାର ଓ ସମ୍ପର୍କୀୟମାନେ ଆଜି ଏସପି ବି ଯୁଗଳ କିଶୋର କୁମାରଙ୍କୁ ସାକ୍ଷାତ ସହ ତାଙ୍କ ପୁତ୍ର ଶମ୍ଭୁ ବଗଳଙ୍କ ପ୍ରତି ପୁଲିସ ଦେଉଥିବା ନିର୍ଯାତନା ସମ୍ପର୍କରେ ଆପତ୍ତି କରିଥିଲେ । ଗତ ୭ ତାରିଖରେ ସହଦେବଖୁଣ୍ଟା ଥାନା ପୁଲିସ ତାଙ୍କ ପୁତ୍ର ଶମ୍ଭୁ ବଗାଳକୁ କୌଣସି ମାମଲାରେ ସନେ୍ଦହରେ ଘରୁ ଉଠେଇ ନେଇଥିଲା । ମାତ୍ର ଇତିମଧ୍ୟରେ ୬ ଦିନ ବିତିଯାଇଥିଲେ ବି ତାକୁ କୋର୍ଟରେ ହାଜର କରୁ ନାହାନ୍ତି କିମ୍ବା ଘରକୁ ପଠାଉ ନାହାନ୍ତି ବୋଲି ତାଙ୍କ ମାଆ ଗୁରୁବାରୀ ବଗାଳ ଆରୋପ ଉଠାଇଛନ୍ତି । ତେବେ ଶମ୍ଭୁକୁ ଭେଟିବାକୁ ପରିବାର ଲୋକଙ୍କୁ ପୁଲିସ ଅନୁମତି ଦେଉନଥିବା ସେ କହିଛନ୍ତି । ପ୍ରକୃତରେ ତାଙ୍କ ପୁଅ ଜୀବିତ କି ମୃତ ସେ ସମ୍ପର୍କରେ ପରିବାର ଲୋକେ ସନେ୍ଦହରେ ଥିବା ବେଳେ ଶମ୍ଭୁ ଖନ୍ତାପଡ଼ା ଥାନାରେ ଅଟକ ରହିଥିବା ଖବର ସେମାନେ ଆଜି ପାଇଛନ୍ତି । ଏମିତିକି ଶମ୍ଭୁକୁ ଲୁହା ଶିକୁଳିରେ ବାନ୍ଧି ପୁଲିସ ନିର୍ଯାତନା ଦେଉଥିବା ସେ ଜାଣିବାକୁ ପାଇଛନ୍ତି ବୋଲି ଗୁରୁବାରୀ କହିଛନ୍ତି । ଏ ସମ୍ପର୍କରେ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଗୁହାରୀ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*