ସହଜରେ ସୁଧୁରିବନି ବିଦୁ୍ୟତ ସେବା, ଲେଜର ପାୱାର ସାଜିଛି ବାଧକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବ୍ୟାସନଗର

ଏ କେଉଁ ଅପନ୍ତରା ଗାଁ କଥା ନୁହେଁ କି ଉପାନ୍ତ ଅଞ୍ଚଳ ବି ନୁହେଁ । ଏ ହେଉଛି ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବୋଲି ବିଦିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ମୁ୍ୟନିସ୍ପାଲିଟି । ଆମେ କହୁଛୁ ଏଠାର ବିଜୁଳି ବିଭାଗର କଥା । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ନୋଟିଫାଏଡ ଯୋଜନା ଆଇପିଡିଏସରେ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟାସନଗର ସହରାଞ୍ଚଳର ବ୍ୟାସ ସରୋବରର ଅଞ୍ଚଳର ମୁନ୍ଦମାଳ ଠାରେ ଏବଂ ଚାନ୍ଦମା ଏନଏଚ ଗୋଲେଇ ଛକ ନିକଟସ୍ଥ ରାଜପଥ ପାଶ୍ୱର୍ରେ ୦୨ଟି ସବ୍-ଷ୍ଟେସନ ଆଜକୁ ପ୍ରାୟ ୩ ବର୍ଷ ଧରି ନିର୍ମାଣ ଚାଲିଛି । ସୂଚନାଯୋଗ୍ୟ, ପ୍ରାୟ ୯ କୋଟିରୁ ଊଦ୍ଧ୍ୱର୍ ଟଙ୍କା ହିସାବରେ ୨ଟି ଯାକ ୩୩/୧୧ କେଭି ସବ୍-ଷ୍ଟେସନ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ମାର୍ଚ୍ଚ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଶେଷ ହେବା କଥା । ହେଲେ ୨୦୧୯ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବା ତ ଦୂରର କଥା ବ୍ୟାସ ସରୋବର ସବ୍-ଷ୍ଟେସନର ବହୁତ କାମ ଏବେ ବି ବାକି ରହିଛି । ଚାନ୍ଦମା ସବ୍-ଷ୍ଟେସନର ସିଭିଲ କାମ ଶେଷ ପର୍ଯ୍ୟାୟରେ ଥିଲେ ବି ଉଭୟ ସବ୍-ଷ୍ଟେସନର ନିର୍ମାଣ କାର୍ଯ୍ୟ ଏବେ ଅଧାପନ୍ତରିଆ ଭାବେ ପଡିରହିଛି । ଷ୍ଟୋରରେ ଆବଶ୍ୟକୀୟ ମେସିନ ଓ ଯନ୍ତ୍ରପାତିର ଅଭାବ ପରିଲକ୍ଷିତ ହୋଇଛି । ତାର ଟଣା କାମ ଆରମ୍ଭ ହୋଇନି । ଟ୍ରାନ୍ସଫରମର ଚାର୍ଜ ହେବାକୁ ଆଉ କେତେ ସମୟ ଲାଗିବ ତା’ର ହିସାବ କାହା ପାଖରେ ନାହିଁ । ଦେଢ଼ÿ ଲକ୍ଷ ଜନ ସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହରବାସୀ ପୂର୍ବବତ୍ ବିପର୍ଯ୍ୟସ୍ତ ବିଜୁଳି ସମସ୍ୟାରେ ପେଷି ହେଉଛନ୍ତି । ଉଭୟ ସବ୍-ଷ୍ଟେସନ ନିର୍ମାଣ ସଂପନ୍ନ ହେଲେ ସହରର ୯୦ ପ୍ରତିଶତରୁ ଅଧିକ ବିଜୁଳି ସମସ୍ୟା ଦୂର ହେବାର ଲକ୍ଷ୍ୟ ରଖି ଏଭଳି ଯୋଜନା କରାଯାଇଥିଲା । ଯୋଜନାର ନିୟମ କାନୁନକୁ ଜଳାଞ୍ଜଳି ଦେଇ ଉଭୟ ସବ୍-ଷ୍ଟେସନରେ କାମ କଚ୍ଛପ ଗତିରେ ଚାଲୁଛି ଓ ଅଧିକାଂଶ ସ୍ଥଳେ ଅତି ନିମ୍ନମାନର କାମ ମଧ୍ୟ ହେଉଛି । ସବ୍-ଷ୍ଟେସନ ଦ୍ୱୟର ସ୍ଥାୟିତ୍ୱ ନେଇ ସନେ୍ଦହ ଉପୁଜି ଥିବାରୁ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସହରାଞ୍ଚଳରେ ବିଦ୍ୟୁତ୍ ସଂସ୍କାର, ସବ-ଟ୍ରାନ୍ସମିସନ ଓ ବିଦ୍ୟୁତ୍ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଗ୍ରାହମାନଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ୩-୧୨-୨୦୧୪ରେ ‘ସମନ୍ୱିତ ଶକ୍ତି ବିକାଶ ଯୋଜନା’ (ଆଇପିଡିଏସ) ପ୍ରଣୟନ କରିଥିଲେ । ଏହି ଯୋଜନାରେ ଯାଜପୁର ଜିଲ୍ଲାରେ କେବଳ ବ୍ୟାସନଗର ପୌର ପାଳିକା ଅଞ୍ଚଳରେ ୨ଟି ସବ୍-ଷ୍ଟେସନ ପ୍ରାୟ ୨୦ କୋଟି ବ୍ୟୟରେ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ନେସ୍କୋର ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଆକଳନ ଅନୁସାରେ ଓପିଟିସିଏଲ କାମ ଚୂଡାନ୍ତ କରିଥାଏ । ଏହି ଯୋଜନାରେ ଏଠାକାର କାମକୁ ରାଜ୍ୟ ସରକାରଙ୍କ ଓଏସଆଇସି ସଂସ୍ଥା ନେଇ ବ୍ୟାକ୍ ଟୁ ବ୍ୟାକ୍ରେ ‘ଲେଜର ପାୱାର ଆନ୍ଦ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ’ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଦେଇଛି । ଲେଜର ପାୱାର ଏଠାରେ ପ୍ରଭାବଶୀଳ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ରହି ମନମାନି ଭାବେ କାମ ଚଳାଇଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । ମୁନ୍ଦମାଳ ସବ୍-ଷ୍ଟେସନର କାମକୁ ସେହି ସଂସ୍ଥା ପୁଣି ଜନୈକ ପୂର୍ବତନ ବିଧାୟକଙ୍କ ସଂର୍ପକୀୟଙ୍କୁ ଛାଡି ଦେଇଛି । ବ୍ୟାସନଗର ଉନ୍ନତିରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ନେଇ ସୋସିଆଲ ମିଡିଆରେ ଯାହା ବ୍ୟାପକ ଭାବେ ଚର୍ଚ୍ଚା ହେଉଛି ଏହି ଘଟଣାରୁ ତାହା ସ୍ପଷ୍ଟ ବାରି ହେଉଛି । ନେତା ବ୍ୟାସନଗର ଉନ୍ନତିର ଆଳ ଦେଖାଇ ପରୋକ୍ଷରେ ଅନେକ କ୍ଷେତ୍ରରେ ଠିକାଦାରୀ କାମରେ ନେତା ପରୋକ୍ଷରେ ସଂପୃକ୍ତ ହୋଇ ଅଥବା ନିମ୍ନମାନର କାମ କରି ମୋଟା ଅଙ୍କର ମୁନାଫା କମାଉଛନ୍ତି ଏହି ନେତା । ଅଂଚଳ ଛାଡ଼ି ପଳାଇ ଯାଉଥିବା ଠିକା ସଂସ୍ଥାକୁ ସହାୟତା ଦେଉଥିବାର କଥା ଏବେ ଦାନ୍ଦରେ ପଡି ହାଟରେ ଗଡୁଛି ।
ଏହାଛଡ଼ା ‘ଲେଜର ପାୱାର ଆନ୍ଦ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ’ ସଂସ୍ଥା ସବ୍-ଷ୍ଟେସନ କଂକ୍ରିଂଟ କାମ ବହୁ ନିମ୍ନମାନର କରିଥିବା ବେଳେ ଯେଉଁ ଖୁଣ୍ଟ ସବୁ ପୋତିଛି ତାହାର ମୂଳକୁ କଂକ୍ରିଂଟ କରିନାହିଁ । ଏହା ଛଡ଼ା ଗାତର ଗହୀର ମଧ୍ୟ ଆବଶ୍ୟକତା ନିୟମ ଅନୁଯାୟୀ ଖୋଳାଯାଇ ନାହିଁ । ଫଳତଃ ଏହି ସଂସ୍ଥା କଂକ୍ରିଂଟ ନାମରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ସବ୍-ଷ୍ଟେସନ କଂକ୍ରିଂଟର ସାମର୍ଥ କ’ଣ ରହିଛି ତା’ର କ୍ୟୁବ୍ ଟେଷ୍ଟ ଓ ମୋଲ୍ଡ ଟେଷ୍ଟ ହେବାକୁ ଶ୍ରୀ ରାଉତ ଦାବୀ କରିଛନ୍ତି । ଖୁଣ୍ଟ ପୋତା କାମରେ ବ୍ୟାପକ ଦୁର୍ନୀତି ହୋଇଛି । ସରୋବର ଅଂଚଳ ମୋହରମ ଛଇ ଅଞ୍ଚଳ ହୋଇଥିଲେ ବି ଏହାର ମାଟି ପରୀକ୍ଷା ହୋଇ ନ ଥିବାରୁ ମାଟିର ପ୍ରତିରୋଧକ ଶକ୍ତି ଉପରେ ପ୍ରକୃତ ଆକଳନ କରା ନ ଯାଇ ଆର୍ଥିଂ ନିର୍ମାଣ ହେଉଛି । ମୋହରମ ଅଂଚଳରେ ଅଧିକ ସଂଖ୍ୟାରେ ଇଲେକ୍ଟ୍ରୋଡ ଆର୍ଥିଂ ନିର୍ମାଣର ଆବଶ୍ୟକତା ଥିଲେ ବି ଏହାକୁ ଲେଜର ସଂସ୍ଥା ଅଣଦେଖା କରୁଥିବାର ଜଣାଯାଇଛି । ସ୍ଥାନୀୟ ଅଂଚଳରେ ବିଜୁଳି ବିଭାଗର ହେଡ୍ କ୍ୱାଟର ଥିଲେ ବି କାମ କେବେ ଶେଷ ହେବ, କାମର ମାନ କିପରି ଚାଲିଛି, ଏହାର ସ୍ଥାୟିତ୍ୱ କିପରି ରହିବ ଓ ସର୍ବୋପରି ୨୪ ଘଣ୍ଟିଆ ବିଜୁଳି ପାଇବା ପାଇଁ ଦେୟ ଗଣିଆସୁଥିବା ଗ୍ରାହକଙ୍କ ଜର୍ଜରିତ ସମସ୍ୟାର କେବେ ଅନ୍ତ ଘଟିବ ବିଜୁଳି ବିଭାଗର ବଡପନ୍ଦାଙ୍କ ନିକଟରେ ଏହା ପ୍ରସଙ୍ଗହୀନ ହେବା ଭଳି ଲାଗୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*