ସଲମାନଙ୍କ ‘ଦବଙ୍ଗ-୩’ ଜରିଆରେ ସାମ୍ନାକୁ ଆସିଲା ସାଈଙ୍କ ଲୁକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଚଳିତ ବର୍ଷ ‘ଦବଙ୍ଗ-୩’ ଫିଲ୍ମର ସୁଟିଂ ପାଇଁ ଭାରି ବ୍ୟସ୍ତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମର ସୁଟିଂରେ ବ୍ୟସ୍ତ ରହୁଥିଲେ ମଧ୍ୟ ଦବଙ୍ଗ ଖାନ୍‌ କେବେ ହେଲେ ନିଜ ଫ୍ୟାନ୍‌ଙ୍କୁ ହତାଶ କରାଇନଥାନ୍ତି । କେତେବେଳେ ନିଜର ଫଟୋ ତ ଅନ୍ୟ କେତେବେଳେ ନିଜର ଭିଡିଓ ଜରିଆରେ ସଲମାନ୍‌ ସର୍ବଦା ନିଜର ଅପ୍‌କମିଂ ଫିଲ୍ମ ବିଷୟରେ ନିଜର ଫ୍ୟାନ୍‌ଙ୍କୁ ଅପ୍‌ଡେଟ୍‌ କରାଇଥାନ୍ତି । ଏଇ ନିକଟରେ ଫିଲ୍ମ ‘ଦବଙ୍ଗ ୩’ରୁ ନିଦେ୍ର୍ଦଶକ ତଥା ଅଭିନେତା ମହେଶ ମାଞ୍ଜେରେକର୍‌ଙ୍କର ଝିଅ ସାଈ ମାଞ୍ଜେରେକର୍‌ଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି ନିଜର ସୋସିଆଲ ଆକାଉଣ୍ଟ ଜରିଆରେ । ସଲମାନ୍‌ ସେୟାର କରିଥିବା ଫିଲ୍ମର ଏହି ଟିଜର୍‌ ପଦାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଯାଇଛି । ଯେଉଁଥିରେ ଦେଖିବାକୁ ମିଳୁଛି ସଲମାନ ଚୁଲବୁଲ୍‌ ରବିନ୍‌ ହୁଡ୍‌ ପାନେ୍ଦ ଭୂମିକାରେ ସାଈ ଏମ୍‌ ମାଞ୍ଜେରେକର୍‌ଙ୍କ ଦ୍ୱାରା ଅଭିନୀତ ଭୂମିକା ଖୁସିକୁ ସମସ୍ତଙ୍କ ସହ ପରିଚିତ କରାଉଛନ୍ତି । ସାଈ ମାଞ୍ଜେରେକରଙ୍କ ପରିଚୟ ଦେବା ପାଇଁ, ନିର୍ମାତା ଏକ ମୋସନ୍‌ ପୋଷ୍ଟର ସେୟାର୍‌ କରିଛନ୍ତି, ଯେଉଁଠି ଚୁଲବୁଲ ପାନେ୍ଦ ଚାଲି ଚାଲି ସାଈଙ୍କୁ ଖୁସି ଭାବେ ଇଣ୍ଟ୍ରୋଡୁ୍ୟସ୍‌ କରୁଛନ୍ତି । ଏଥିରେ ସାଈ ବହୁତ୍‌ ସୁନ୍ଦର ଦେଖାଯାଉଛନ୍ତି । ଏଥିସହିତ ଚୁଲବୁଲ ଚେତାବନୀ ଦେଇ ଏହା ମଧ୍ୟ କହୁଛନ୍ତି ଯେ, ଇନ୍‌ କି ଖୁସି କେ ଲିୟେ ହମ୍‌ କିସି କୋ ଭି ଦୁଖୀ କର୍‌ ସକ୍‌ତେ ହେ ।
ଏହା ପୂର୍ବରୁ ସଲମାନ୍‌ ସେୟାର୍‌ କରିଥିବା ଚୁଲବୁଲ ପାନେ୍ଦ, ରଜ୍ଜୋ ଏବଂ ‘ଦବଙ୍ଗ-୩’ର ଖଳନାୟକ ବାଲୀର ପୋଷ୍ଟରକୁ ଜବରଦସ୍ତ ପ୍ରତିକ୍ରିୟା ମିଳିସାରିଛି । ତେବେ ଦର୍ଶକେ ଖୁସିଙ୍କ ଭୂମିକାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । କାହାଣୀରେ ଆସିଥିବା ଏହି ଟ୍ୱିଷ୍ଟ ଉପରେ ସଭିଁଙ୍କ ନଜର ରହିଛି । ୨୩ ଅକ୍ଟୋବରରେ ଏକ ଗ୍ରାନ୍ଦ ଇଭେଣ୍ଟରେ ଲଞ୍ଚ୍‌ ହେବାକୁ ଥିବା ଫିଲ୍ମର ଟ୍ରେଲରକୁ ଦେଖିବାଲାଗି ସଲମାନଙ୍କ ଫ୍ୟାନ୍‌ ବ୍ୟଗ୍ର ଅଛନ୍ତି । ପ୍ରଭୁଦେବାଙ୍କ ଦ୍ୱାରା ନିଦେ୍ର୍ଦଶିତ ଓ ସଲମାନ ଖାନ୍‌, ଅର୍‌ବାଜ୍‌ ଖାନ୍‌ ଏବଂ ନିଖିଲ ଦ୍ୱିବେଦୀଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ‘ଦବଙ୍ଗ-୩’ ଫିଲ୍ମଟି ଆସନ୍ତା ୨୦ ଡିସେମ୍ବର ୨୦୧୯ରେ ରିଲିଜ୍‌ ହେବାକୁଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*