ସର୍ବଦୋୟ ନେତା ପ୍ରଶାନ୍ତ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସରରେ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ବିଶିଷ୍ଟ ସର୍ବଦୋୟ ନେତା ପ୍ରଶାନ୍ତ ମହାନ୍ତିଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଶରତ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ.ନୀଳକଣ୍ଠ ମିଶ୍ର, ନରେନ୍ଦ୍ର ମୋହନ ସେନାପତି, ସାଗରୀକା ମହାନ୍ତି, ସରୋଜ କୁମାର ନାୟକ, ଶଶୀଧର ବିଶ୍ୱାଳ, ଆର୍ଯ୍ୟଭଟ୍ଟ ମହାନ୍ତି, ଦୀପକ କୁମାର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତିଙ୍କ ଜୀବନୀ ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ ମୟୂରଭଞ୍ଜ ଏକ ଗ୍ରାମରେ ଜନ୍ମିତ ପ୍ରଶାନ୍ତ ମହାନ୍ତି ନିଜର ସେବା କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ବକ୍ତାମାନେ କହିଥିଲେ ଜାତୀୟ ସର୍ବୋଦୟ ନେତ୍ରୀ ନିର୍ମଳା ଦେଶପାନେ୍ଦଙ୍କ ସହିତ କାର୍ଯ୍ୟ କରିଥିଲେ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*