ସରସଦା ସମବାୟ ସମିତିରେ ତାଲା ସମ୍ପାଦକଙ୍କ ବିରୋଧରେ ତଦନ୍ତ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭଣ୍ଡାରିପୋଖରୀ

ଭଣ୍ଡାରିପୋଖରୀ ବ୍ଲକର ସରସଦା ସେବା ସମବାୟ ସମିତିରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ତାଲା ଝୁଲିବା ସହ ଚାଷୀମାନଙ୍କ ପକ୍ଷରୁ ଦୁର୍ନୀତିଗ୍ରସ୍ତ ସମ୍ପାଦକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ସମ୍ପାଦକଙ୍କ ବିରୋଧରେ ଅର୍ଥ ତୋଷାରପାତ ଅଭିଯୋଗ ଗତ ୨୦୧୫ ମସିହାରେ କରାଯାଇ ତାଙ୍କୁ ତେସିଙ୍ଗା ସୋସାଇଟିକୁ ବଦଳି କରାଯାଇଥିଲା । ମାତ୍ର ୨୦୧୭ରେ ପୁଣି ଏଠାକୁ ଫେରି ବ୍ୟାପକ ମାତ୍ରାରେ ଦୁର୍ନୀତିରେ ଲିପ୍ତ ରହିବା ସହ ବ୍ୟକ୍ତିଗତ ଧାନ ବେପାର କରି ସମିତିକୁ ବିପର୍ଯ୍ୟସ୍ତ କରିପକାଇଛନ୍ତି । ବହୁ ଚାଷୀ ଗତ ୨୦୧୮-୧୯ ବର୍ଷରେ ସମିତି ମାଧ୍ୟମରେ ମିଲରକୁ ବିକ୍ରି କରିଥିବା ୨୧୦୦ କୁଇଣ୍ଟାଲ ଧାନର ରସିଦ ହାସଲ ପାଇଁ ସମିତି ଫାଟକରେ ତାଲା ପକାଇଛନ୍ତି । ଏହି ଦୁଇ ଦିନ ମଧ୍ୟରେ ସମିତି କିମ୍ବା ସରକାରୀ ଅଧିକାରୀ ଆନେ୍ଦାଳନରତ ଚାଷୀଙ୍କ ସହ ଆଲୋଚନା କରିନଥିବା ଜଣାଯାଇଛି । ଚାଷୀମାନେ ଆବଶ୍ୟକ ହେଲେ ଆମରଣ ଅନଶନ ଚଳାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗତ ୨୦୧୮-୧୯ ବର୍ଷରେ ବ୍ଳକର ଅନ୍ୟ ସେବା ସମବାୟ ସମିତିର ଚାଷୀମାନେ ପାଉଣା ପାଇସାରିଥିବା ବେଳେ ସରସଦା ସମିତି ମାଧ୍ୟମରେ ଖରିଫ ଧାନ ବିକ୍ରୟ କରି ଭେନ୍ଦର ରସିଦ ପାଇଥିବା ଚାଷୀମାନେ ଅର୍ଥ ଅଦ୍ୟାବଧି ପାଇନାହାନ୍ତି । ପୁଣି ଭେନ୍ଦର ରସିଦ ପାଇନଥିବା ଚାଷୀମାନଙ୍କ ୨୧୦୦କୁଇଣ୍ଟାଲ ଧାନର କୌଣସି ହିସାବ ସମବାୟ ସମିତି ପାଖରେ ନାହିଁ । ଏଥିପାଇଁ ଚାଷୀମାନେ ବାରମ୍ବାର ତାଲା ପକାଉଥିବା ଜଣାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*