ସରକାରୀ ସହାୟତାରୁ ବଞ୍ଚିତ ବିଧବା କଳ୍ପନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧର୍ମଗଡ

ସ୍ୱାମୀଙ୍କ ମୃତୁ୍ୟ କୁ ୧୩ ବର୍ଷ ବିତିଗଲାଣି ,ହେଲେ ବାରମ୍ବାର ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ଏଯାଏଁ ମିଳିିପାରି ନାହିଁ । ବିଧବା କଳ୍ପନା କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବା ସହ ୨ ପୁଅ କୁ ପାଠ ପଢାଉଛନ୍ତି । ଏପଟେ ପରିବାର ଚଲିବା କଷ୍ଟ ହେଉଥିବା ବେଳେ ପାଠକୁ ଡୋରିବାନ୍ଧି ବଡ ପୁଅ ବାହାର ରାଜ୍ୟରେ ଦାଦନ ଖଟୁଛି ।
ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ଖନେ୍ଦ ମିଳିଥିବା ବେଳେ ଆବାସ ଯୋଜନାରେ ପକ୍କା ଘର ଟିଏ ମିଳିପାରି ନାହିଁ । ସବୁଠୁ ବଡକଥା ହେଲା ବିପିଏଲ ପରିବାର ହୋଇଥିବାବେଳେ ସାମାଜିକ ସୁରକ୍ଷା ଯୋଜାନାରେ ସହାୟତା ନ ମିଳିବା । କଳାହାନ୍ଦି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମର ବିଧବା କଳ୍ପନା ନାଏକଙ୍କ ସ୍ୱାମୀ ଅକ୍ରୁର ନାଏକ ୨୦୦୭ ମସିହାରେ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ କାରଣରୁ ପରଲୋକ ଗମନ କରିଥିଲେ । ସେବେଠୁ ବିଧବା କଳ୍ପନାଙ୍କ ହାତରେ ୩ ପୁଅ ଓ ଜଣେ ଝିଅଙ୍କ ଭବିଷ୍ୟତ ରହିଛି । ଇତି ମଧ୍ୟରେ ବଡ ଝିଅ ରୁମାଙ୍କ ବିବାହ ସେ କରିସାରିଥିବା ବେଳେ ବଡପୁଅ ପୁରୁଷୋତ୍ତମ ନାଏକ (୨୧) ପାଠପଢା ଛାଡି ପରିବାର ପ୍ରତିପୋଷଣ ପାଇ ବାହାର ରାଜ୍ୟରେ ଦାଦବ ଖଟୁଛନ୍ତି । ମଝିଆ ପୁଅ ନରେନ୍ଦ୍ର ନାଏକ (୧୬) ଦଶମ ଶ୍ରେଣୀ ଓ ସାନ ପୁଅ ଥବିର ନାଏକ (୧୩) ଅଷ୍ଟମ ଶ୍ରେଣୀ ଗାଁ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ବିଧବା କଳ୍ପନା ଗାଁରେ କୁଲି ମଜୁରି କରି ୨ ପୁଅକୁ ପାଠ ପଢାଇବା ସହିତ ପରିବାର ପ୍ରତିପୋଷଣ କରିଆସୁଛନ୍ତି ।
ଏଭଲି ସ୍ଥିତିରେ ସ୍ୱାମୀ ମୃତ୍ୟର ୧୩ ବର୍ଷ ପରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈଡି ଥିଲେ ମଧ୍ୟ ଭତ୍ତା ଖନେ୍ଦ ମିଲିପାରି ନାହିଁ । ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଧବା ଭତ୍ତା ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ମୋଟେର ସରପଞ୍ଚ ସୁଶିଲ କୁମାର ଶବରଙ୍କୁ ପଚାରିବାରୁ ମୋ ନଜରରେ ଆସିନାହିଁ କିମ୍ବା ସେମାନେ ମଧ୍ୟ କେବେ ଯୋଗାଯୋଗ କରିନାହାଁନ୍ତି, ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲି, ତୁରନ୍ତ ଭତ୍ତା ସହିତ ଅନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*