ସରକାରୀ ବ୍ୟାଙ୍କ ସ୍ଥିତି ସୁଧୁରିବାକୁ ଲାଗିବ ଆହୁରି ୨ବର୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୪୮୨୩୯କୋଟି ଟଙ୍କା ସହାୟତା ଦେବାର ଘୋଷଣା କରିଛନ୍ତି । ଏହା ସତ୍ତ୍ୱେ ଏହି ବ୍ୟାଙ୍କମାନଙ୍କର ସ୍ଥିତ ସୁଧାରିବାକୁ ଆହୁରି ୨ବର୍ଷ ଲାଗିବ ବୋଲି କହିଛି ରେଟିଂ ଏଜେନ୍ସୀ ମୁଡିଜ୍‌ ।
ମୁଡିଜ୍‌ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଏହି ସହାୟତା ଦ୍ୱାରା ବ୍ୟାଙ୍କମାନଙ୍କର ମୂଳ ପୁଞ୍ଜି ସ୍ଥିତିରେ ସୁଧାର ଆସିବ । ମାତ୍ର ବ୍ୟାଙ୍କମାନଙ୍କ ସାମଗ୍ରୀକ ସ୍ଥିତି ସୁଧୁରିବାକୁ ଆହୁରି ସମୟ ଦରକାର । କାରଣ ଏହି ବ୍ୟାଙ୍କମାନେ ଏବେ ଏନପିଏ ସମସ୍ୟାରେ ଉବୁଟୁବୁ ଅଛନ୍ତି । ମୁଡିଜ୍‌ ଆହୁରି ଉଲ୍ଲେଖ କରିଛି ଯେ, ସରକାର ଏଥିପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି, କାରଣ ବ୍ୟାଙ୍କମାନଙ୍କର ପୁଞ୍ଜି ଅଭାବର ପ୍ରାରମ୍ଭିକ ଆକଳନ ଯାହା କରାଯାଇଥିଲା ତାହା ପ୍ରକୃତ ଆକଳନଠାରୁ ଢେର ଅଧିକ ରହିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*