ସରକାରୀ ଉଦାସୀନତାର ପ୍ରତିବାଦ ଓଡ଼ିଶା ମିଡ୍-ଡେ ମିଲ୍ ୱାର୍କର୍ସ ୟୁନିଅନର ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା ଓ ସହାୟିକାଙ୍କ ପ୍ରତି ସରକାରୀ ଉଦାସୀନତା ପ୍ରତିବାଦରେ ‘ଓଡ଼ିଶା ମିଡ୍-ଡେ ମିଲ୍ ୱାର୍କର୍ସ ୟୁନିୟନ’ ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପାଚିକା ଓ ସହାୟିକାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାଲେଶ୍ୱର ରେଳଷ୍ଟେସନ ନିକଟରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଗଠନର କାର୍ଯ୍ୟକାରୀ ସଭାପତି ମୃତୁୁ୍ୟଞ୍ଜୟ ରାଉତ ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଦୈନିକ ମାତ୍ର ୪୬ ଟଙ୍କା ୬୦ ପଇସା ମଜୁରିରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ପାଚିକା ସହାୟିକାଙ୍କୁ ଶେଷରେ ସରକାର ଛଟେଇ ପାଇଁ ଉଦ୍ୟମ ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ସାମ୍ପ୍ରତିକ ଆକାଶଛୁଆଁ ବଜାର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ପାଚିକା ସହାୟିକାଙ୍କୁ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ଦେବା, ସମସ୍ତଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରିବା, ୨୮ ମାସର ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଏହି ବିକ୍ଷୋଭ ସମାବେଶରେ ଦାବି ହୋଇଥିଲା । ଦାବି ପୂରଣ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ଡିସେମ୍ବର ମାସ ୧୭ ତାରିଖରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ୨୬ ତାରିଖରେ ଗଣଧାରଣା ଦିଆଯିବ ବୋଲି କର୍ମକର୍ତ୍ତାମାନେ ଏହି ପ୍ରତିବାଦ ସଭାରେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*