ସରକାରଙ୍କ ପୂଜା ଭେଟି, ଅକ୍ଟୋବରରୁ ବଢିବ ବିଜୁଳି ଦର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାମାରୀ କରୋନା ପ୍ରଭାବ ଯୋଗୁଁ ଲୋକଙ୍କ ଜୀବନଜୀବିକା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଲୋକେ ଜୀବିକା ହରାଇଥିବାବେଳେ ଏବେ ଜୀବନ ସହ ଲଢ଼େଇ କରୁଛନ୍ତି । ଲୋକଙ୍କ ରୋଜଗାର କମୁଥିବାରୁ କେନ୍ଦ୍ର ସରକାର ଅନେକ ସହାୟତା ଘୋଷଣା କରୁଛନ୍ତି । କରୋନା କାଳରେ ସାଧାରଣ ଜନତାଙ୍କ ଅର୍ଥନୈତିକ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ବିଦୁ୍ୟତ ଭଳି ଅନେକ ଟିକସ୍‌ ଉପରେ ସବ୍‌ସିଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଘାତକ ମହାମାରୀ କବଳରେ ପେଷି ହେଉଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଉଥିବାବେଳେ ରାଜ୍ୟ ସରକାର ବେଡି ଉପରେ କରୋଡା ମାଡ଼ ଭଳି ଓଡ଼ିଶାରେ ବିଦୁ୍ୟତ ଟ୍ୟାରିଫ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂଜା ପୂର୍ବରୁ ଲୋକଙ୍କ ଉପରେ ବୋଝ ଲଦି ବିଦୁ୍ୟତ ଟ୍ୟାରିଫ । ପୂଜା ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜୁଳି ବୋଝ ଲଦି ରାଜ୍ୟ ସରକାର ଜନବିରୋଧୀ ନୀତି ଆପଣାଇଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ଓଡ଼ିଶା ବିଦୁ୍ୟତ ନିୟମାକ ଆୟୋଗ ବୁଧବାର ଦିନ ଘୋଷଣା କରି ଜଣାଇଛନ୍ତି ଆସନ୍ତା ଅକ୍ଟୋବର ପହିଲାରୁ ବର୍ଦ୍ଧିତ ବିଜୁଳି ଟିକସ୍‌ ଲାଗୁ ହେବାକୁ ଯାଉଛି । ୟୁନିଟ୍‌ ପିଛା ଅଧିକ ୨୦ପଇସା ଲେଖାଏଁ ଟ୍ୟାରିଫ ବୃଦ୍ଧି କରିବାକୁ ଓଇଆରସି ନିଷ୍ପତ୍ତି ନେଇଛି ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଦ୍ଧିତ ବିଦୁ୍ୟତ ଟ୍ୟାରିଫ ଅକ୍ଟୋବର ମାସଠାରୁ ଉପଭୋକ୍ତାଙ୍କଠାରୁ ଆଦାୟ କରାଯିବ । ବର୍ଦ୍ଧିତ ଟ୍ୟାରିଫ କୋଟୀର ଜ୍ୟୋତି ବିପିଏଲ୍‌ ଓ ଚାଷୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ନୂଆ ଦର ଅକ୍ଟୋବର ପହିଲାରୁ ଲାଗୁ କରିବାକୁ ଓଇଆରସି ପକ୍ଷରୁ ରାଜ୍ୟର ସମସ୍ତ ବିତରଣ ସଂସ୍ଥାଗୁଡ଼ିକୁ ଜଣାଇ ଦିଆଯାଇଛି । ବର୍ଦ୍ଧିତ ଟ୍ୟାରିଫକୁ ନେଇ ବିଭିନ୍ନ ମହଲରୁ ଜୋରଦାର ପ୍ରତିବାଦ ହେବା ସହ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ହଠାତ୍‌ ବିଜୁଳି ଟିକସ୍‌ର ୟୁନିଟ୍‌ ପିଛା ମୂଲ୍ୟ ବୃଦ୍ଧି କରିବାର ଏବେ କୌଣସି କାରଣ ନଥିବାବେଳେ ରାଜ୍ୟ ସରକାର ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି ବୋଲି ବିଦୁ୍ୟତ ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି । ମହାସଂଘର ସଭାପତି ରମେଶ ଶତପଥୀ ଅଭିଯୋଗ କରି କହିଛନ୍ତି କରୋନା ପାଇଁ କେନ୍ଦ୍ର ସରକାର ବିଜୁଳି ପାଣିଭଳି ଅଧିକାଂଶ କ୍ଷେତ୍ରରେ ଟିକସ୍‌ ବ୍ୟବସ୍ଥାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ରୋଜଗାର କମିଥିବାବେଳେ ଏବେ ସେମାନଙ୍କୁ ବଞ୍ଚôବା ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ୁଛି । ରାଜ୍ୟରେ ବିଭିନ୍ନ କ୍ଷେତ୍ରରୁ ଉତ୍ପାଦିତ ହେଉଥିବା ବିଦୁ୍ୟତ ବଳକା ହେଉଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଶକ୍ତି ବିଭାଗ ଏବେ ପୂର୍ବଭଳି କ୍ଷତି ସହୁନଥିବାବେଳେ ହଠାତ୍‌ ଟ୍ୟାରିଫ ବୃଦ୍ଧି ଉପଭୋକ୍ତା ମହଲକୁ ବିସ୍ମିତ କରିଛି । ସରକାର ବକେୟା ବିଦୁ୍ୟତ ବିଲ୍‌ ଆଦାୟ କରିବାରେ ବ୍ୟର୍ଥ ହେଉଛନ୍ତି । ମାର୍‌ମାର୍‌ ଭନ୍ଦାରିଆକୁ ମାର୍‌ ନୀତିରୁ ଉପଭୋକ୍ତାମାନଙ୍କ ଉପରେ ବୋଝ ଉପରେ ଲଳିତାବିଡା ଲଦିବା ଭଳି ନିଷ୍ପତ୍ତି ନିଆଯାଇଛି । ଏହାସବୁଠାରୁ ଦୁର୍ଭାଗ୍ୟଜନକ ପ୍ରସଙ୍ଗ ହୋଇଛି । ଉପଭୋକ୍ତା ମହାସଂଘ ଏହାକୁ ଦୃଢ଼ ବିରୋଧ କରୁଛି । ପୂଜା ପୂର୍ବରୁ ସରକାରଙ୍କ ଏଭଳି ଜନବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ । କରୋନା ମହାମାରୀ ସମୟରେ ବର୍ଦ୍ଧିତ ଟ୍ୟାରିଫ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନେ୍ଦାଳନ କରାଯିବ ବୋଲି ଶ୍ରୀ ଶତପଥୀ ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*