ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସୋସିଆଲ୍‌ ମିଡିଆ ଦୁର୍ବ୍ୟବହାର ରୋକିବା ପାଇଁ ନିୟମ ପ୍ରସ୍ତୁତ କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଦେଶରେ ବିଭିନ୍ନ ଟେକନିକ୍‌ର ବ୍ୟବହାର ବର୍ତ୍ତମାନ ବିପଦଜନକ ସ୍ତରରେ ପହଞ୍ଚôଛି । ଏଣୁ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ସକାଶେ ଏଥିପାଇଁ ଦୃଢ ନିୟମ ଲାଗୁ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖନ୍ଦପୀଠ ମତ ଦେଇଥିଲେ । ଏଥିସହିତ ଖନ୍ଦପୀଠ ସରକାରଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ କେବେସୁଦ୍ଧା ଏନେଇ ନୀତିନିୟମ ପ୍ରସ୍ତୁତ କରାଯିବ ସେବାବଦରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
କୋର୍ଟ ସୋସିଆଲ ମିଡିଆ ମାଧ୍ୟମରେ ହେଉଥିବା ଅପରାଧ ନେଇ ଚିନ୍ତା ପ୍ରକଟ କରିଥିଲେ । ସୋସିଆଲ ମିଡିଆର ଅପବ୍ୟବହାର ଅତ୍ୟନ୍ତ ଖରାପ । ସରକାର ଏଭଳି ପ୍ରସଙ୍ଗରେ ଚୁପ୍‌ ହୋଇ ବସିବା ଉଚିତ୍‌ ନୁହେଁ, ଏହାକୁ ପ୍ରାଥମିକତା ଆଧାରରେ ବିଚାର କରିବା ଦରକାର । ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଅପରାଧଗୁଡିକୁ ରୋକିବା ସକାଶେ ଅପରାଧୀଙ୍କୁ ଟ୍ରାକ୍‌ କରାଯିବା ଦରକାର । ଏପ୍ରକାର ଅନ୍‌ଲାଇନ୍‌ ଅପରାଧକୁ ରୋକିବା ସକାଶେ ଆମ ପାଖରେ କୌଣସି ଟେକ୍‌ନିକ୍‌ ନାହିଁ କହି ବସିପଡିଲେ ଚଳିବ ନାହିଁ । ଯଦି ସରକାରଙ୍କ ପାଖରେ ଏସବୁକୁ ରୋକିବା ସକାଶେ ଉପାୟ ରହିଛି, ତେବେ ଏହାକୁ ରୋକାଯିବା ନିତାନ୍ତ ଆବଶ୍ୟକ ।
ଆଜିର ଶୁଣାଣିବେଳେ ଗୋଟିଏ ସମୟରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଟେକନିକ୍‌କୁ ଭୟଙ୍କର ଦର୍ଶାଇ ସ୍ମାର୍ଟ ଫୋନ୍‌ ବ୍ୟବହାର ନକରିବାକୁ ଅବା ପୁରୁଣା ଫୋନ୍‌ ଆପଣାଇବାକୁ ଚିନ୍ତା କରୁଥିବା କଥା କହିଥିଲେ । ଏଥିରେ ସଲିସିଟର ଜେନେରାଲ ତୁଷାର ମେହଟା ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ଆମମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ଏପରି କରିସାରିଛନ୍ତି ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ଆଜିର ନିଷ୍ପତ୍ତିକୁ ସୋସିଆଲ ମିଡିଆ କଂପାନୀଗୁଡିକ ସ୍ୱାଗତ କରିଛନ୍ତି । ଏହି ଅବସରରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଚେତାଇ ଦେଇଥିଲେ ଯେ, ଯେଉଁ କଂପାନୀଗୁଡିକ ନିୟମ ମଧ୍ୟରେ ରହିବେ ନାହିଁ, ସେମାନେ ସଂସ୍ଥା ବନ୍ଦ କରି ଦେଶ ଛାଡିଦେବା ଉଚିତ୍‌ । ସୋସିଆଲ ମିଡିଆ କଂପାନୀଗୁଡିକ ଅପରାଧ ପାଇଁ ଉତ୍ତରଦାୟୀ ରହିବା ଉଚିତ୍‌ ବୋଲି କୋର୍ଟ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*