ସରକାରଙ୍କୁ ମହିଳା ଅଡୁଆ, କିନ୍ତୁ ଦୁର୍ବଳ ବିରୋଧୀ ଦଳ ପାଇଁ ଫାଇଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମହିଳା ପାଇଁ କଂଗ୍ରେସ ଶାସନ କ୍ଷମତାରୁ ବିଦା ହୋଇଥିଲା । କିନ୍ତୁ ଛବିରାଣୀ କିମ୍ବା ଅଞ୍ଜନାଙ୍କଠାରୁ ଆହୁରି ଜଘନ୍ୟ ଏବଂ ଭୟଙ୍କର ଘଟଣା ରାଜ୍ୟରେ ଘଟି ଚାଲିଥିଲେ ହେଁ, ନବୀନ ସରକାର ଅଡୁଆରେ ପଡୁନାହାନ୍ତି । କାରଣ କ’ଣ? କାରଣଟି ହେଲା ରାଜ୍ୟରେ ୨୦ବର୍ଷ ହେଲା ବିରୋଧୀ ଦଳ ଅତ୍ୟନ୍ତ ଦୁର୍ବଳ । ଶାସନକୁ ପ୍ରତ୍ୟାବର୍ତ୍ତନ ପାଇଁ ଜୋସ୍‌ର ଘୋର ଅଭାବ । ସେହିପରି ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ଭୂମିକା । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଏହି ସଂଗଠନଗୁଡ଼ିକର ଆଗ୍ରହ ନାହିଁ । ଅନ୍ୟ ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ଘଟଣା ଉପରେ ଲୁହ ବୁହାଇବା, ମହମବତୀ ଶୋଭାଯାତ୍ରା ବାହାର କରିବା ଏକ ଅଭ୍ୟାସରେ ପରିଣତ ହୋଇସାରିଲାଣି । କିନ୍ତୁ ଏଣେ ଓଡ଼ିଶାର ଅବସ୍ଥା ଅତି ସାଙ୍ଘାତିକ । ଏହା ସତ୍ତ୍ୱେ ନବୀନ ସରକାର ନିଦା ବିଷ୍ଣୁ ।
ପୁରୀ ଧର୍ଷଣ ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢିଛି । ବାମଦଳର ମହିଳା ସଂଗଠନ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଭୁବନେଶ୍ୱର ଏବଂ ପୁରୀରେ ଭାଜପା ଏବଂ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛନ୍ତି ସରକାରଙ୍କ ବିରୋଧରେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନୈତିକତା ଦୃଷ୍ଟିରୁ ଗାଦି ଛାଡିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଗୋଟିଏ ପରେ ଗୋଟିଏ ଘଟଣା ମହିଳାଙ୍କୁ ଆତଙ୍କିତ କରିଦେଲାଣି । ଏ ବିଷୟ ଉଠିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୀତି ବୋଲି ବିବେଚନା କରୁଛନ୍ତି । ସ୍ମିତାରାଣୀ ହତ୍ୟାକାନ୍ଦଠୁ ଆରମ୍ଭ କରି ନାଉଗାଁ ଦଳିତ ନାବାଳିକା ଏବଂ ଝାରପୋଖରିଆର ଅଧ୍ୟାପିକାଙ୍କ ଧର୍ଷଣ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇସାରିଥିଲେ ହେଁ, ସରକାର ନିଦାବିଷ୍ଣୁ ସାଜିଛନ୍ତି । ପୁରୀ ଘଟଣା ଓଡ଼ିଶାର ସ୍ୱାଭିମାନକୁ ବଡ ଆଘାତ ଦେଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ଭାଜପା ପୁରୀ ଏବଂ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛି ସରକାରଙ୍କ ବିରୋଧରେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ହାଇଦ୍ରାବାଦର ପି୍ରୟଙ୍କା ରେ‡ି ଧର୍ଷଣ ଓ ହତ୍ୟା ଘଟଣାରେ ମହମବତୀ ଧରି ସୋମବାର ରାତିରେ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା କଂଗ୍ରେସ କର୍ମୀମାନେ ଏହାକୁ ପୁରୀ ଘଟଣାରେ ଲଗାଇ ଦେଇଥିଲେ । କିନ୍ତୁ ମଙ୍ଗଳବାର ଦିନ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ଯୁବ, ଛାତ୍ର ଓ ମହିଳାମାନେ ଏକ ଶୋଭାଯାତ୍ରା ବାହାର କରି ସରକାରଙ୍କୁ ଘେରିଥିଲେ । ମହିଳାଙ୍କୁ ସୁରକ୍ଷା ଦେଇପାରୁ ନଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସୁର ରାଉତରାୟ ଦାବି କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସାହୁ ସାମ୍ବାଦିକ ସମ୍ମିଳନୀରେ ପୁରୀ ଧର୍ଷଣ ଘଟଣାରେ ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ଯାଇ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ । ତେଣୁ କଂଗ୍ରେସ ଯେ, ଫୋକସରୁ ବାହାରକୁ ଯାଇଛି ଏଥିରେ ସନେ୍ଦହ ନାହିଁ । ସେ କହିଛନ୍ତି ଓଡ଼ିଶାରେ ପ୍ରତିଦିନ ୮ଜଣ ମହିଳା ବଳାକ୍ରାରର ଶିକାର ହେଉଥିବାବେଳେ ଦେଶରେ ୧୫ମିନିଟରେ ଜଣେ ମହିଳା ବଳାକ୍ରାରର ଶିକାର ହେବା ଘଟଣା ପ୍ରମାଣିତ କରୁଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ସମ୍ପାଦନ କରିପାରୁନାହାନ୍ତି । ଯେକୌଣସି ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ମାମଲା ବଢୁଥିଲାବେଳେ ଏଥିରେ କେନ୍ଦ୍ର କିଭଳି ଦାୟୀ ହେବ ତାହା ବିଜୟଲକ୍ଷ୍ମୀ ବୋଧହୁଏ ବୁଝିପାରିନାହାନ୍ତି । କଂଗ୍ରେସ ନବୀନଙ୍କୁ ଆକ୍ରମଣ କରିବାକୁ ଯାଇ ମୋଦୀଙ୍କୁ ଟାଣୁଥିବାରୁ ଏହା ପରୋକ୍ଷରେ ହିଁ ମୂଳ ପ୍ରସଙ୍ଗକୁ ଦୁର୍ବଳ କରୁଛି ।
ସବୁଠୁ ଦୁର୍ଭାଗ୍ୟଜନକ ହେଉଛି ବିରୋଧୀ ଦଳ କାରଣରୁ ହିଁ ନବୀନ ସରକାରଙ୍କ ସ୍ଥିତି ଦୋହଲି ଯାଉନାହିଁ । ନିଜ ସରକାର ସ୍ୱୀକାର କରିଛନ୍ତି ଯେ, ଗତ ୬ମାସରେ ୬୦୪ଜଣ ନାବାଳିକା ବଳାକ୍ରାରର ଶିକାର ହୋଇଛନ୍ତି । ଏହା ହେଲା ପଞ୍ଜିକୃତ ଘଟଣା । ଯଦି ସାମଗି୍ରକ ଦୁଷ୍କର୍ମ ଘଟଣାକୁ ବିଚାରକୁ ନିଆଯାଏ, ତେବେ ୬ମାସରେ ୧୧୦୦ରୁ ଅଧିକ ଧର୍ଷଣ ମାମଲା ଘଟିସାରିଛି ରାଜ୍ୟରେ । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏସବୁ ମାମଲାରେ ରାଜନୀତି ନକରିବା ପାଇଁ ବିରୋଧୀ ଦଳକୁ ପରାମର୍ଶ ଦେଉଛନ୍ତି । ତେବେ ମହିଳାଙ୍କୁ ନେଇ ରାଜନୀତି ଆରମ୍ଭ କରି ନବୀନ ସରକାର କ୍ଷମତାକୁ ଆସିବା କଥା ନବୀନ ପଟନାୟକ ଭୁଲି ଯାଉଛନ୍ତି ।
୧୯୯୯ ଜାନୁୟାରୀରେ ଅଞ୍ଜନା ଗଣବଳାକ୍ରାର ଘଟଣା ଘଟିଥିଲା । ବିଜୁ ଜନତା ଦଳ ଏହାକୁ ପ୍ରଥମେ ରାଜନୈତିକ ଏବଂ ପରେ ନିର୍ବାଚନ ପ୍ରସଙ୍ଗରେ ପରିଣତ କରିଥିଲା । ଏହାର ଜବରଦସ୍ତ ପ୍ରଭାବ ପଡିଥିଲା ନିର୍ବାଚନରେ । ଏପରିକି ଆଠଗଡ଼ରୁ ପ୍ରାର୍ଥୀ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ୪୦ହଜାର ଭୋଟରେ ହାରିଯାଇଥିଲେ । ସେତେବେଳେ ଅଞ୍ଜନାଙ୍କୁ ପ୍ରଚାରରେ ସାମିଲ କରିଥିଲା ବିଜଦ । କଂଗ୍ରେସ ସରକାରଙ୍କ ଅମଳରେ ଘଟିଥିବା ଧର୍ଷଣ ମାମଲାଗୁଡ଼ିକୁ ବିଜଦ ସୁନ୍ଦର ଭାବେ ଲୋକଙ୍କ ପାଖରେ ଉପସ୍ଥାପନ କରିପାରିଥିଲା ।
୧୯୮୪ରେ ଇନ୍ଦିରାଗାନ୍ଧୀ ନିହତ ହୋଇନଥିଲେ ୮୫ ନିର୍ବାଚନରେ ଛବିରାଣୀ ଧର୍ଷଣ ଓ ହତ୍ୟାକାନ୍ଦ ପାଇଁ କଂଗ୍ରେସ ସରକାରଙ୍କର ପତନ ସୁନିଶ୍ଚିତ ଥିଲା । ଏହି ଘଟଣାଟି ସେତେବେଳେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*