ସମୟ ପୂର୍ବରୁ ଆରମ୍ଭ ହେବ ସଲମାନଙ୍କ ଫିଲ୍ମର ସୁଟିଂ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଗତ କିଛିଦିନ ଧରି କରୋନା କାରଣରୁ ଅଟକି ଯାଇଛି ବଲିଉଡ୍‌ । ଅନେକ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଯାଇଛି, ସୁଟିଂ ସମୟକୁ ମଧ୍ୟ ଅନିଶ୍ଚିତ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହି ଲକଡାଉନ୍‌ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହେଉଛି ସଲମାନଙ୍କ ଖାଁଙ୍କ ଫିଲ୍ମ ସବୁ ।
ବର୍ତ୍ତମାନ ସଲମାନଙ୍କ ଫିଲ୍ମ ରାଧେର ସୁଟିଂକୁ ଅଧାରୁ ରୋକାଯାଇଛି । ଏହି ଫିଲ୍ମର ସୁଟିଂ ଶେଷ ହେବା ପାଇଁ ମାତ୍ର ୧୦ ଦିନ ବାକିଥିଲା । ସେହିପରି ଅନ୍ୟ ଫିଲ୍ମର ସୁଟିଂ ମଧ୍ୟ ଅଟକି ରହିଛି । ତେବେ କୁହାଯାଉଛି ଯେ, ସଲମାନଙ୍କ ଆଗାମୀ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ସୁଟିଂ ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହୋଇପାରେ । କାରଣ ଏହି ଫିଲ୍ମ ଇଦ୍‌ ୨୦୨୧ରେ ରିଲିଜ୍‌ ହେବ । ବର୍ତ୍ତମାନ ଅନ୍ୟ ଫିଲ୍ମର ସୁଟିଂ ବନ୍ଦ ଥିଲା ବେଳେ ପୂର୍ବରୁ କଭି ଇଦ୍‌ କଭି ଦିୱାଲିର ସୁଟିଂ ବର୍ଷ ଶେଷରେ ହେବାକୁ ସ୍ଥିର କରାଯାଇଥିଲା । ମାତ୍ର ଏବେ ଏହାକୁ ଅଗଷ୍ଟରୁ ଆରମ୍ଭ କରାଯିବ । ଏହି ଫିଲ୍ମର ନିଦେ୍ର୍ଦଶନା ଦେଉଛନ୍ତି ଫରହଦ୍‌ ସାମଜୀ । ଏହା ଏକ ଫ୍ୟାମିଲି ଡ୍ରାମା ଫିଲ୍ମ ଅଟେ । ସଲମାନ ଏକ ଭିନ୍ନ ଅବତାରରେ ନଜରକୁ ଆସିବାକୁ ଥିଲା ବେଳେ ପ୍ରଥମ ଥର ପାଇଁ ସେ ପୂଜା ହେଗଡେଙ୍କ ସହ ଦେଖାଦେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*