ସମ୍ମାନସୂଚକ ଡକ୍ଟରେଟ୍‌ ଗ୍ରହଣ କଲେ କମଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ମଙ୍ଗଳବାର ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦେଶର ପ୍ରଖ୍ୟାତ ଫିଲ୍ମ ବ୍ୟକ୍ତିତ୍ୱ କମଲ ହାସନଙ୍କୁ ଏହି ସ୍ୱତନ୍ତ୍ର ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମଲଙ୍କୁ ସମ୍ମାନ ସୂଚନ ଡକ୍ଟରେଟ୍‌ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଲଙ୍କୁ ଲିଜେନ୍ଦ ଭାବେ ବତାଇ ଦେଶର ସେବା କଳା ଓ ସିନେମା ଦୁନିଆ ମାଧ୍ୟମରେ ସେ କରିଥିବା ଦର୍ଶାଇଥିଲେ । କମଲ ହାସନଙ୍କ ଦ୍ୱାରା ପ୍ରସ୍ତୁତ ଓ ଅଭିନୀତ ପୁଷ୍ପକ ସିନେମାକୁ ମୁଖ୍ୟମନ୍ତ୍ରୀ ବିଶ୍ୱ ସିନେମାର ସର୍ବକାଳୀନ ଶ୍ରେଷ୍ଠ ସିନେମା ଭାବେ ଉଲ୍ଲେଖ କରିଥିଲେ । ଦକ୍ଷତା ବୃଦ୍ଧି ଦିଗରେ ତାଙ୍କ ସରକାର ଉଠାଉଥିବା ଏକାଧିକ ପଦକ୍ଷେପ ବିଷୟ ମଧ୍ୟ ନିଜ ଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ । ସମ୍ମାନସୂଚନ ଡକ୍ଟରେଟ୍‌ ଗ୍ରହଣ କରିବା ପରେ କମଲ ହାସନ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଜଣାଇଥିଲେ ଯେ, ସେମାନେ ନିଜ ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ ଦେଶର ବିକାଶରେ ଯୋଗଦାନ ଦିଅନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*