ସମ୍ବିଧାନ ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ପାଟକୁରା

ଗରଦପୁର ବ୍ଲକର ବିଭିନ୍ନ ସ୍କୁଲ କଲେଜରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଲୋକନାଥ ମହାବିଦ୍ୟାଳୟ, ପାଟକୁରାରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଅଧ୍ୟକ୍ଷ ଡ. ପ୍ରଦୀପ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଧ୍ୟାପକ ରାସବିହାରୀ ନାୟକ, ସଚ୍ଚିଦାନନ୍ଦ ସାମନ୍ତରାୟ, ଅଧ୍ୟାପକ ସୁଶାନ୍ତ କୁମାର ପରିଡ଼ା ପ୍ରମୁଖ ଯୋଗଦାନ କରି ସମ୍ବିଧାନର ଐତିହାସିକ ପୃଷ୍ଠଭୂମି ଓ ସଂଘୀୟ ବ୍ୟବସ୍ଥାର ଶାସନ ପ୍ରଣାଳୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।
ସେହିପରି କୋରୁଆ ସ୍ଥିତ ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟରେ ମଧ୍ୟ ୭୦ତମ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ତୁଳସୀ ନାୟକ, ଅଧ୍ୟାପକ ଅନାଦି ଚରଣ ବେଉରା, ଅଧ୍ୟାପିକା ସ୍ମୃତିରେଖା ନାୟକ ପ୍ରମୁଖ ଛାତ୍ରୀମାନଙ୍କୁ ଭାରତରେ ସମ୍ବିଧାନ ପ୍ରଣୟନର ପୃଷ୍ଠଭୂମି ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*