ସମ୍ବିତ୍ ଏବେ ‘ବିକ୍ରମ ରେଡ୍ଡୀ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଲିଉଡର ହ୍ୟାନ୍ଦସମ୍ ହିରୋ ସମ୍ବିତ୍ ଆଗରୁ ‘ଲାଲି ଜୋ ଲାଲି ଜୋ’ ଟାଇଟଲ୍ ନିର୍ମିତ ଏକ ତେଲୁଗୁ ସିନେମାରେ ହିରୋ ଭାବେ କାମ କରିଥିଲେ । ମାତ୍ର ଏହି ସିନେମାଟି ଏ ଯାଏଁ ରିଲିଜ୍ ହୋଇନାହିଁ । ଏଣେ ସେ ଅନ୍ୟ ଏକ ବିଗ୍ ବଜେଟ୍ ତେଲୁଗୁ ସିନେମାର ସୁଟିଂ ଜୋରସୋରରେ ଚଳାଇଥିବାର ଖବର ମିଳିଛି ।
ହଁ ସମ୍ବିତ ଯେଉଁ ନୂଆ ତେଲୁଗୁ ସିନେମାରେ କାମ କରୁଛନ୍ତି, ତାହାର ଟାଇଟଲ୍ ହେଲା ‘ବିକ୍ରମ ରେଡ୍ଡୀ’ । ଏହା ହେଉଛି ୨୦୧୭ରେ ରିଲିଜ୍ ହୋଇଥିବା ସୁପରହିଟ୍ ତେଲୁଗୁ ସିନେମା ‘ଅର୍ଜୁନ ରେଡ୍ଡୀ’ର ସିକ୍ୱେଲ୍ । ଏହି ସିନେମାର ନିଦେ୍ର୍ଦଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ । ‘ବିକ୍ରମ ରେଡ୍ଡୀ’ ସିନେମାରେ କେବଳ ସମ୍ବିତ ଏକମାତ୍ର ଓଡ଼ିଆ କଳାକାର ନୁହଁନ୍ତି, ବରଂ ଏଥିରେ ଆଉ ଦୁଇଜଣ ଜଣାଶୁଣା ଓଲିଉଡର ଅଭିନେତା ବି କାମ କରୁଛନ୍ତି । ଏ ଦୁହେଁ ହେଲେ ସମରେଶ ରାଉତରାୟ ଓ ଶ୍ରୀତମ ଦାସ ।
‘ବିକ୍ରମ ରେଡ୍ଡୀ’ରେ ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା ଓଲିଉଡ ଅଭିନେତା ସୁମନ ତଲୱାର୍ ଓ ସଲାଜୀ ସିନେ୍ଦଙ୍କୁ ମଧ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏଠାରେ ସୂଚନାଯୋଗ୍ୟ ଯେ ସୁମନ ତଲୱାରଙ୍କୁ ୨୦୧୭ରେ ରିଲିଜ୍ ହୋଇଥିବା ଓଡ଼ିଆ-ତେଲୁଗୁ ସିନେମା ‘ସିତାରାମଙ୍କ ବାହାଘର କଳିଯୁଗରେ’ ଦେଖିବାକୁ ମିଳିଥିଲା । ତେବେ ସଲାଜୀ ସିନେ୍ଦଙ୍କ ‘ବିକ୍ରମ ରେଡ୍ଡୀ’ ହେବ ପ୍ରଥମ ଓଡ଼ିଆ ଫିଲ୍ମ ।
‘ବିକ୍ରମ ରେଡ୍ଡୀ’ ଏକ ଆକ୍ସନ ଭିତିକ ଚଳଚ୍ଚିତ୍ର । ପୂର୍ବରୁ ସମ୍ବିତ୍ ଯେଉଁ ତେଲୁଗୁ ସିନେମାରେ କାମ କରିଥିଲେ, ତାହା ଥିଲା ଏକ ରୋମାଣ୍ଟିକ୍ ଫିଲ୍ମ । ଏଣେ ସମ୍ବିତ୍ ଆଚାର୍ଯ୍ୟଙ୍କର ସଦ୍ୟତମ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ ରିଲିଜ୍ ହୋଇଛି । ଯେଉଁଥିରେ ସମ୍ବିତ୍ଙ୍କ ବିପକ୍ଷରେ ରୀୟା ଦେ ନଜର ଆସିଥିଲେ । ତେଣେ ସମ୍ବିତ୍ଙ୍କ ଅନ୍ୟ ଏକ ସିନେମା ‘ଯେଉଁଠି ଥିଲେ ବି ତୁ ମୋର’ ରିଲିଜ୍ ଅପେକ୍ଷାରେ ରହିଛି । ଏହା ଛଡା ସମ୍ବିତ୍ ଚଳିଚ୍ଚିତ୍ର ପ୍ରୟୋଜନାରେ ବି ପ୍ରବେଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*