ସମ୍ବଲପୁର ଗଣଦୁଷ୍କର୍ମ ମାମଲା : ୨୦ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍‌ – ଏସପି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସମ୍ବଲପୁର

ରାଜ୍ୟରେ ଗଣଦୁର୍ଷ୍କମ ମାମଲା ବଢିବାରେ ଲାଗିଛି । ଏହି ମାମଲାର ଅଭିଯୁକ୍ତଙ୍କୁ ତୁରନ୍ତ ଦନ୍ଦ ଦେବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଶନିବାର ସମ୍ବଲପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ ଘଟଣାକୁ ପୁଲିସ ରେଡ୍‌ ଫ୍ଲାଗ୍‌ ଶ୍ରେଣୀଭୁକ୍ତ କରିଛି ଏବଂ ୨୦ଦିନ ଭିତରେ ଏହାର ଚାର୍ଜସିଟ୍‌ ଦାଖଲ ହେବ ବୋଲି କହିଛନ୍ତି ଏସପି କନୱର ବିଶାଲ ସିଂହ । ଶନିବାର ଅଇଁଠାପାଲି ଅଞ୍ଚଳରେ ଜଣେ ମହିଳା ରାତିରେ ଘରୁ ବାହାରକୁ ବାହାରିଥିଲାବେଳେ ୪ଜଣ ଦୁର୍ବୃତ୍ତ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିଲେ । ମହିଳାଙ୍କ ଗୁପ୍ତାଙ୍ଗ୍‌ ଓ ଛାତିରେ ଗଭୀର ଅଘାତ ଲାଗିଛି । ଆକ୍ରମଣ ପରେ ମହିଳା ଜଣକ ଚେତା ହରାଇଥିଲେ । ତେବେ ଦୁର୍ବୃତ୍ତମାନେ ସେ ମରିଯାଇଥିବା ଭାବି ପଳାଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଇଁଠାପାଲି ପୁଲିସ୍‌ ଏହି ଘଟଣାର ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*