ସମୀତାଙ୍କୁ ନେଇ ମନରେ ଥିବା ସନ୍ଦେହ ବଖାଣିଲେ ଶିଳ୍ପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସମୀତାଙ୍କୁ ନେଇ ଗୋଟିଏ ସମୟରେ ମୁଁ ନିଜକୁ ଅତ୍ୟନ୍ତ ଅସୁରକ୍ଷିତ ମନେକରୁଥିଲି ବୋଲି ଏବେ ସ୍ୱୀକାର କରିଛନ୍ତି ଶିଳ୍ପ ସେଟ୍ଟି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯେତେବେଳେ ସମୀତା ବଲିଉଡ୍‌ରେ ଏଣ୍ଟି୍ର କଲେ ସେତେବେଳେ ମୋତେ ଲାଗିଥିଲା ଆଗକୁ ବୋଧେ ମୋତେ ଆଉ କାମ ମିଳିବ ନାହିଁ ।
ଶିଳ୍ପା କହିଛନ୍ତି ମୋହବତେ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଯେତେବେଳେ ସମୀତା ଏଣ୍ଟି୍ର କଲେ ସେତେବେଳେ ମୋତେ ମୋ କ୍ୟାରିୟରକୁ ନେଇ ଚିନ୍ତା କରିବାକୁ ପଡିଥିଲା । କାରଣ ସମୀତା ମୋ ଠାରୁ ଅଧିକ ସୁନ୍ଦର ଏବଂ ଗୋରା । ସେ ଜଣେ ଭଲ ନୃତ୍ୟାଙ୍ଗନା । ତେଣୁ ମୁଁ ଅନୁଭବ କରିଥିଲି ଯେ, ଯଦି ବଲିଉଡ୍‌ରେ ସେ କ୍ଳିକ୍‌ କରେ ତେବେ ମୋତେ ଆଉ କେହି ନେବାକୁ ଚାହିଁବେ ନାହିଁ । ପିଲାବେଳୁ ମଧ୍ୟ ମୁଁ ମାଆଙ୍କୁ ବାରମ୍ବାର ପଚାରିଛି କାହିଁକି ତୁମେ ସମୀତାଙ୍କୁ ଏତେ ଗୋରା ଏବଂ ସୁନ୍ଦର କଲ?
ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରେ ବଲିଉଡ୍‌ରେ ସମୀତା ଏଣ୍ଟି୍ର କରିଥିଲେ ମଧ୍ୟ ତାଙ୍କ କ୍ୟାରିୟର ସଫଳ ରହିନାହିଁ । ମେରେ ୟାର କି ସାଦି ହୈ, ୱ ଲହ୍ମେ , କ୍ୟାସ୍‌ ଆଦି ଫିଲ୍ମରେ ସମୀତା କାମ କରିଥିଲେ ମଧ୍ୟ ଏହା ଫ୍ଲପ୍‌ ହୋଇଥିଲା । ୪୧ବର୍ଷିୟା ସମୀତା ଏବେ ମଧ୍ୟ ଅବିବାହିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*