ସମରେ ଦୁଇଦିନିଆ ଅଲ୍ଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍‌ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଦୁଇଦିନିଆ ଅଲ୍ଟ୍ରାସାଉନ୍ଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ ହସ୍ପିଟାଲ୍ର କି୍ରଟିକାଲ୍ କେୟାର ବିଭାଗ ପକ୍ଷରୁ ଏହି କର୍ମାଶାଳା ଆୟୋଜନ କରାଯାଇଥିଲା । କର୍ମଶାଳାକୁ ଆଇଏମ୍ଏସ୍ ଆନ୍ଦ ସମ୍ ହସ୍ପିଟାଲ୍ର ସୁପରିଟେନେ୍ଦଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ଡଃ ଅଜୟ ଜେନା ଓ କି୍ରଟିକାଲ୍ କେୟାର ବିଭାଗ ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ଅଲ୍ଟ୍ରାସାଉନ୍ଦର ଆବଶ୍ୟକତା ଓ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ଉପରେ ଏହାର ବ୍ୟବହାର ସମ୍ପର୍କିତ ଆଲୋଚନା ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା । କର୍ମଶାଳାରେ ବିଭିନ୍ନ ମେଡିକାଲ୍ କଲେଜର ଯୁବ ଡାକ୍ତରମାନେ ଯୋଗ ଦେଇ ଅଲ୍ଟ୍ରାସାଉନ୍ଦ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କୁ ରୋଗୀମାନଙ୍କ ଉପରେ ଅଲ୍ଟ୍ରାସାଉନ୍ଦର ପ୍ରୟୋଗ କରିବା ସମ୍ପର୍କରେ ବୁଝାଯାଇଥିଲା । ଏହି କର୍ମଶାଳାରେ ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ୍ କଲେଜର ଖ୍ୟାତିସମ୍ପନ୍ନ ବରିଷ୍ଠ ଡାକ୍ତରମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*