ସମନ୍ୱୟ ସମିତି ପକ୍ଷରୁ ନଦୀବନ୍ଧ ମରାମତି ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ତିର୍ତ୍ତୋଲ

କଟକ – ପାରାଦ୍ୱୀପ ରାସ୍ତାକୁ ସଂଯୋଗ କରୁଥିବା କୃଷ୍ଣାନନ୍ଦପୁର ସାଇଫନ – ନୟନପୁର ରାସ୍ତା ଠାରୁ ତାରପୁର ବାଇପାସ ପର୍ଯ୍ୟନ୍ତ ପାଇକା ନଦୀବନ୍ଧ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଉପରେ ୧୫ ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରିଥାଆନ୍ତି । ପ୍ରଶାସନ ଓ ରାସ୍ତା ବିଭାଗର ଅଧିକାରୀଙ୍କ ଅବହେଳା ପାଇଁ ଏହି ୧୫ ପଞ୍ଚାୟତର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାରେ ବଡ଼ ବଡ଼ ଖାଲଖମା ହେବା ଦ୍ୱାରା ଯାତାୟତ ବେଳେ ଛୋଟବଡ଼ ଦୂର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତା ନିର୍ମାଣ ପାଇଁ ବର୍ଷା ସମୟରେ ସମନ୍ୱୟ ସମିତି ପକ୍ଷରୁ ଏକ ବୈଠକ କରାଯାଇ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା । ହେଲେ ଅଦ୍ୟାବଧି ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁନର୍ବାର ଏହି ଅନୁଷ୍ଠାନ ପକ୍ଷରୁ ମାହାଳାହାଟଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ୧୫ ପଞ୍ଚାୟତର ମୁରବୀ, ସରପଞ୍ଚ, ପୂର୍ବତନ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, ସମାଜସେବୀ, ଯୁବକମାନେ ଯୋଗଦେଇଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କଟକ-ପାରାଦ୍ୱୀପ ରାସ୍ତା ତାରପୁର ନିକଟରେ ଗଣଧାରଣା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ମୁରବୀ ପିତାମ୍ବର ବାବୁ, ଦେବ ମହାନ୍ତି, କନିମୂଳ ସରପଞ୍ଚ ବେଦଦୁ୍ୟତି ପୃଷ୍ଟି, ଅବୁ କଲାମ, ଶେଖ୍ ଅସଫାକ, ନୁରୁଲ ଅଲ୍ଲି, ଅବଦୁସ ସୋଭାନ, ଶେକ୍ ହାଇଦରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*