‘ସମଗ୍ର ଭାରତ ବର୍ଷର ଇତିହାସ ପୃଷ୍ଠାରେ ଭଦ୍ରକ ଗୌରବାଜ୍ୱଳ ସ୍ୱାକ୍ଷର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଭଦ୍ରକ ଭୂଖନ୍ଦର ଇତିହାସ, ଐତିହ୍ୟ ତଥା ପରମ୍ପରା ବହୁ ପ୍ରାଚୀନ । ଏହି ଭୂଖନ୍ଦରେ ଅତୀତରେ ଯେମିତି ଜୈନ ଧର୍ମ, ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଚରମ ଉକ୍ରର୍ଷତାରେ ପହଞ୍ଚôଥିଲା ସେପରି ଶକ୍ତ ସଂସ୍କୃତି, ସୌର ଉପାସନା, ବୈଷ୍ଣବ ଚେତନା ତଥା ଭାଇଚାରା ସଂସ୍କୃତିର ଅପୂର୍ବ ସମନ୍ୱୟ ଏହି ଭଦ୍ରକରେ ଅନନ୍ୟ ପରିଚୟ ସୃଷ୍ଟି କରିଛି । ଜାତୀୟ ରାଜନୀତିଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସାରସ୍ୱତ ସାଧନା, ସାଂସ୍କୃତିକ ଧାରା, ବାଣିଜି୍ୟକ ପରମ୍ପରା, ଶିକ୍ଷା ଆଦି ବହୁକ୍ଷେତ୍ରରେ କେବଳ ରାଜ୍ୟ ନୁହେଁ ସମଗ୍ର ଭାରତ ବର୍ଷର ଇତିହାସର ପୃଷ୍ଠାରେ ଭଦ୍ରକ ଗୌରବାଜ୍ୱଳ ସାକ୍ଷର ବହନ କରି ଆସିଛି ବୋଲି ଭଦ୍ରକ ସହର ଗାନ୍ଧି ପଡ଼ିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ : ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ‘ଇତିହାସ ପୃଷ୍ଠାରେ ଭଦ୍ରକ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଧାମନଗର ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଆଲୋଚନାଚକ୍ରରେ ସମାଜସେବୀ ତଥା ସଂଗଠକ ଡ. ପ୍ରଦୀପ ନାୟକ ବିଶିଷ୍ଟ ଅତିଥି, କଥାକାର ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ସଂଗଠକ ରତିକାନ୍ତ ଆଚାର୍ଯ୍ୟ, ସମାଜସେବୀ କଳ୍ପନା ଜେନା, ସାହିତି୍ୟକ ବିଶ୍ୱମ୍ବର ପନ୍ଦା, ବାସୁଦେବପୁର ସୌରଭ ମହୋତ୍ସବର ସଭାପତି ଜୟପ୍ରକାଶ ମଲ୍ଲିକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଚଳଚ୍ଚିତ୍ର ଅଭିନେତା ହରିହର ସ୍ୱାଇଁ, ନଟିଆ କାର୍ଟୁନିଷ୍ଟ ସ୍ମୃତି ରଞ୍ଜନ ମହାନ୍ତି ଓ କୃଷ୍ଣଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସନ୍ଧ୍ୟାରେ ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ, ଉତ୍ସବ ସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ, ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*